Posted inଖେଳ

ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ : ଭାରତୀୟ ମହିଳା ଦଳର ବିଜୟ ଅଭିଯାନ

ଟୋକିଓ,୧୭।୮(ପି.ଟି.)- ଭାରତୀୟ ହକି ମହିଳା ଦଳ ବିଜୟ ସହ ଏଠାରେ ଚାଲିଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଆରମ୍ଭ କରିଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲରେ ଆୟୋଜକ ଜାପାନକୁ ହରାଇ ଦେଇଛି। ବିଜୟୀ ଦଳ ପାଇଁ ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ଗୁର୍‌ଜିତ କୌର ଡବଲ ଗୋଲ ଦେଇଥିଲେ।
ଗୁର୍‌ଜିତ କୌରଙ୍କ ଯୋଗୁ ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜେତା ଭାରତ ମ୍ୟାଚ୍‌ର ୯ମ ମିନିଟ୍‌ରେ ଖାତା ଖୋଲିଥିଲା। ଜବାବରେ ୧୬ତମ ମିନିଟ୍‌ରେ ଘରୋଇ ଖେଳାଳି ଆକି ମିତ୍‌ସୁହାସି ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ଏହି ସ୍କୋର ଲାଇନ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ଦ୍ୱିତୀୟାର୍ଦ୍ଧ ତଥା ୩୫ତମ ମିନିଟ୍‌ରେ ଆଉ ଏକ ପେନାଲ୍ଟି କର୍ନରକୁ ଗୁର୍‌ଜିତ ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରାଇଥିଲେ। ଏହାପରେ ଜାପାନ ଦଳ ପକ୍ଷରୁ ବାରମ୍ବାର ଉଦ୍ୟମ ହୋଇଥିଲେ ମଧ୍ୟ କୌଣସି ଖେଳାଳି ଗୋଲ ଦେବାରେ ସଫଳ ହୋଇ ନ ଥିଲେ। ଉଭୟ ଦଳ ଅଲିମ୍ପିକ୍‌ ଗେମ୍ସ ନିୟମ ଅନୁଯାୟୀ ମ୍ୟାଚ୍‌ରେ ୧୬ଜଣ ଲେଖାଏ ଖେଳାଳିଙ୍କୁ ଖେଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କ ରେକର୍ଡ ଭାଙ୍ଗିପାରିବେନି କୋହଲି: କାରଣ ବୁଝାଇ କହିଲେ ବ୍ରାଏନ ଲାରା

ନୂଆଦିଲ୍ଲୀ,୭।୧୨: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଥରେ କହିଥିଲେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ତାଙ୍କ ୧୦୦ ଶତକର ରେକର୍ଡ ଭାଙ୍ଗି ପାରିବେ। ସେତେବେଳେ ରୋହିତ...

ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ମୁଣ୍ଡରେ ଟ୍ରଲି ବ୍ୟାଗ୍‌ ରଖି ଦୌଡିଲେ ଭାରତୀୟ ଖେଳାଳି: ଜାଣନ୍ତୁ କାହିଁକି

କେପ୍‌ଟାଉନ୍‌,୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜ ଡିସେମ୍ବର ୧୦ରୁ ଆରମ୍ଭ ହେବ। ଏଥିପାଇଁ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛି। ବିମାନବନ୍ଦରରେ...

ଚୌକା-ଛକା ବର୍ଷା କଲେ ଗମ୍ଭୀର

ନୂଆଦିଲ୍ଲୀ,୭।୧୨: କିମ୍ବଦନ୍ତୀ ଲିଗ କ୍ରିକେଟ ଟୁର୍ନାମେଣ୍ଟର ଏଲିମିଟର ମ୍ୟାଚରେ ଇଣ୍ଡିଆ କ୍ୟାପିଟାଲ ୧୨ ରନ୍‌ରେ ଗୁଜରାଟ ଜିଆଣ୍ଟସ ଦଳକୁ ପରାସ୍ତ କରିଛି॥ ପ୍ରଥମେ ବ୍ୟାଟିଂ କରିବାକୁ...

ବିରାଟ ଟି-୨୦ରୁ ନିଅନ୍ତୁ ସନ୍ୟାସ, ଚାହୁଁଛି ବିସିସିଆଇ, ଏହି କ୍ରିକେଟର ନେବେ ତାଙ୍କର ସ୍ଥାନ !…

କୋଲକାତା,୭।୧୨ : ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପୂର୍ବରୁ ବିରାଟ କୋହଲି ବିଶ୍ୱକପ ଦଳରୁ ଓହରିଯିବାର ଆଶଙ୍କା ରହିଛି। ବିସିସିଆଇର ଏଭଳି ନିଷ୍ପତ୍ତି ପ୍ରଶଂସକଙ୍କୁ...

ଲାଇଭ୍‌ ମ୍ୟାଚ୍‌ରେ ଏହି ଖେଳାଳିଙ୍କ ସହ ପଡ଼ିଆରେ ପ୍ରବଳ ଝଗଡ଼ା କଲେ ଗୌତମ ଗମ୍ଭୀର: ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୭।୧୨: ଗୌତମ ଗମ୍ଭୀର ପ୍ରାୟତଃ ପଡ଼ିଆରେ ଖେଳାଳିଙ୍କ ସହ ସଂଘର୍ଷ କରୁଥିବା ଦେଖାଯାଏ। ଆଇପିଏଲ ୨୦୨୩ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପାଇଁ ମେଣ୍ଟର ଭୂମିକାରେ ଥିବା...

ଏଥର ଆଇପିଏଲ୍‌ରେ ଏହି ୫ ଖେଳାଳିଙ୍କୁ କିଣି ନ ପାରନ୍ତି କୌଣସି ଦଳ: ଲିଷ୍ଟ୍‌ରେ ସାମିଲ ଅଛନ୍ତି ପର୍ପଲ କ୍ୟାପ୍‌ ବିଜେତା

ନୂଆଦିଲ୍ଲୀ,୭।୧୨:ଆଇପିଏଲ୍‌ର ପରବର୍ତ୍ତୀ ସିଜିନ ପାଇଁ ନିଲାମ ଆସନ୍ତା ୧୯ରେ ଆୟୋଜିତ ହେବ। ଏଥର ଦୁବାଇରେ ନିଲାମ ଅନୁଷ୍ଠିତ ହେବ। ଐଥର ନିଲାମରେ ଅନେକ ଖେଳାଳିଙ୍କ ଭାଗ୍ୟ...

ନ୍ୟୁଜିଲାଣ୍ଡର ଅବସ୍ଥା ଦୟନୀୟ କରିଦେଲା ବାଂଲାଦେଶ

ମୀରପୁର,୬ା୧୨:ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡର ପରିସ୍ଥିତି ଖରାପ କରିଦେଇଛି ବାଂଲାଦେଶ। ମୀରପୁରରେ ଖେଳା ଯାଇଥିବା ମ୍ୟାଚ୍‌ରେ...

ମ୍ୟାକ୍ସଓ୍ବେଲଙ୍କ ଆଇପିଏଲ୍‌ ପ୍ରେମ: ଚାଲିପାରୁଥିବା ଯାଏ ଖେଳିବି ଆଇପିଏଲ୍‌

ମେଲବୋର୍ନ,୬ା୧୨: ଅଷ୍ଟ୍ରେଲୀୟ ବିସ୍ଫୋରକ ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଆଇପିଏଲ୍‌ ପ୍ରତି ଥିବା ଭଲପାଇବା ଦର୍ଶାଇଛନ୍ତି। ଯେତେବେଳ ଯାଏ ଚାଲିପାରୁଥିବି ସେ ପର୍ଯ୍ୟନ୍ତ ଆଇପିଏଲ୍‌ ଖେଳିବି ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri