Posted inଖେଳ

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର ଜାପାନରେ ଅଲିମ୍ପିକ୍‌ ଜ୍ୟୋତିକୁ ସ୍ବାଗତ କରାଯାଇଛି। ଏହି ସ୍ବାଗତ ଉତ୍ସବ ସମ୍ପୂର୍ଣ୍ଣ ରୂପେ ଫିକା ପଡିଥିଲା। ନୀରବରେ ମଶାଲକୁ ସ୍ବାଗତ କରାଯାଇଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଲିମ୍ପିକ୍ସ ଜ୍ୟୋତିର ସ୍ବାଗତ ପାଇଁ ୨୦୦ ସ୍କୁଲ ପିଲାଙ୍କୁ ନିମନ୍ତ୍ରଣ କରିବାକୁ ଯୋଜନା କରାଯାଇଥିଲେ ମଧ୍ୟ ଶେଷରେ ଏହାକୁ ବାଧ୍ୟ ହୋଇ ବାତିଲ କରିବାକୁ ପଡିଥିଲା।
ଏକ ସ୍ବତନ୍ତ୍ର ଲଣ୍ଡନରେ ଏହି ଜ୍ୟୋତି ଏକ ଚାର୍ଟାଡ ବିମାନରେ ଏଠାରେ ଆସି ପହଞ୍ଚିଥିଲା। ଜଣେ ଜାପାନ ଅଲିମ୍ପିକ୍‌ କମିଟି ସଦସ୍ୟ ଏହି କ୍ରୀଡ଼ା ମହାକୁମ୍ଭକୁ ସ୍ଥଗିତ ରଖିବାକୁ ମତ ଦେଇଛନ୍ତି। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁଖ୍ୟ ଥୋମାସ ବାକ ମଧ୍ୟ ବିଭିନ୍ନ ପରିସ୍ଥିତି ନେଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି। ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆହୁରି ୪ ମାସ ବାକିଥିବାରୁ ସବୁ ପ୍ରକାର ପରିସ୍ଥିତି ଉପରେ ଆମେ ନଜର ରଖିଛୁ ବୋଲି ବାକ କହିଛନ୍ତି। ଏବେ କିଛି ଅନୁମାନ କରିବା କିମ୍ବା ଅନ୍ତିମ ନିଷ୍ପତ୍ତି ନେବା ଠିକ୍‌ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବତନ ଅଲିମ୍ପିକ ଜୁଡୋ ଚାମ୍ପିୟନ ସାଓରି ୟୋଶିଡା ଓ ତାଡାହିରୋ ନେମୁରା ହାତ ଗଣିତ କେତେଜଣ ଅଧିକାରୀ ଓ ଅତିଥିଙ୍କ ସମ୍ମୁଖରେ ଆନୁଷ୍ଠାନିକ ଭାବେ କଲଡ୍ରୋନ ବା ହଣ୍ଡ ପ୍ରଜ୍ୱଳନ କରିଥିଲେ। ସ୍ବାସ୍ଥ୍ୟଗତ କାରଣ ଓ ନିରାପତ୍ତା ଦୃଷ୍ଟିକୋଣରୁ ସ୍କୁଲ ପିଲାମାନଙ୍କୁ ନିମନ୍ତ୍ରଣ କରିବାର ଯୋଜାନକୁ ବାତିଲ କରାଗଲା ବୋଲି ଟୋକିଓ ଅଲିମ୍ପିକ୍ସ ମୁଖ୍ୟ ୟୋଶିରେ ମୋରି କହିଛନ୍ତି। ମାର୍ଚ୍ଚ ୨୬ରେ ଦେଶବ୍ୟାପୀ ମଶାଲ ରିଲେ ଆରମ୍ଭ ହୋଇଛି। ଏହା ଫୁକୁଶିମାର ଜେ- ଭିଲେ ସ୍ପୋଟର୍‌ସ କମ୍ପ୍ଲେକ୍ସରୁ ଆରମ୍ଭ ହୋଇଛି। କରୋନା ଭାଇରସ କାରଣରୁ ଏହି ମିଶାଲ ରିଲେ ଫିକା ପଡିଛି।
ବିନା ଦର୍ଶକରେ ଗୀସ୍‌ରେ ମଶାଲ ରିଲେ ପ୍ରାରମ୍ଭିକ ପର୍ଯ୍ୟାୟକୁ ମଧ୍ୟ କାଟଛାଣ୍ଟ କରାଯାଇଥିଲା। ବତ୍ତର୍ମାନ ଯେଭଳି ପରିସ୍ଥିତ ସୃଷ୍ଟି ହୋଇଛି ଅଲିମ୍ପିକ୍ସକୁ ସ୍ଥଗିତ ରଖିବାକୁ ଜାପାନିଜ ଅଲିମ୍ପିକ କମିଟି କାର୍ଯ୍ୟକାରୀ ନିର୍ଦ୍ଦେଶକ କାଓରି ୟାମାଗୁଚି କହିଛନ୍ତି। ଅନ୍ୟପଟେ ଆଇଓସି ନିଜ ଟ୍ୟାକ୍ସ ଫୋର୍ସ ଓ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟଏଚ୍‌ଓ) ପରାମର୍ଶ ନେଇ କାର୍ଯ୍ୟକରିବ। ଅଲିମ୍ପିକ୍ସ ଠିକ୍‌ ସମୟରେ ଆୟୋଜନ କରିବ ଓ ଏହାକୁ ବାତିଲ କରିବାର ପ୍ରଶ୍ନ ଉଠୁନାହିଁ ବୋଲି ଆଇଓସି ମୁଖ୍ୟ ଥୋମାସ ବାକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ପ୍ରଥମ ପର୍ଯ୍ୟାୟରେ ଖେଳି ନ ପାରନ୍ତି ଈଶାନ୍ତ

ଖ୍ରୀଷ୍ଟଚର୍ଚ୍ଚ,୧ା୩- ଈଶାନ୍ତ ଶର୍ମା ଏବେ ଗୋଇଠି ଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଶେଷ ହେବା ପରେ ତାଙ୍କ...

ପିତାଙ୍କ ଭୁଲ୍‌ ଯୋଗୁ ରୋହନରୁ ହୋଇଗଲେ କେ.ଏଲ୍‌ ରାହୁଲ

ଭାରତୀୟ କ୍ରିକେଟର୍‌ କେଏଲ୍‌ ରାହୁଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଆଇପିଏଲ୍‌ରେ ୨୦୨୨ରେ ତାଙ୍କ ଅଧିନାୟିକତ୍ୱରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଚମତ୍କାର ପ୍ରଦର୍ଶନ କରୁଛି।...

ବୟସ ଲୁଚାଇଛନ୍ତି ପାକିସ୍ତାନ ପେସ୍‌ ବୋଲର: ଅସିଫ୍‌

କରାଚୀ, ୩ା୧ (ପି.ଟି.)-ପାକିସ୍ତାନ କ୍ରିକେଟ ଟିମ୍‌ର ବର୍ତ୍ତମାନ ପେସ୍‌ ବୋଲରମାନଙ୍କ ପ୍ରକୃତ ବୟସ ଲୁଚାଯାଇଛି। ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଜାଲିଆତି ହୋଇଛି। ଜନ୍ମ ପ୍ରମାଣପତ୍ରରେ ଯାହା...

ତୀରନ୍ଦାଜୀ: ପଦକ ଆଶା ଉଜ୍ଜୀବିତ ରଖିଲେ ଦୀପିକା

ଟୋକିଓ, ୨୯ା୭ (ପି.ଟି.)- ଟୋକିଓ ଅଲିମ୍ପିକ୍ସରେ ବିଶ୍ୱର ନମ୍ବର ଓ୍ବାନ ତୀରନ୍ଦାଜ ଦୀପିକା କୁମାରୀ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବୁଧବାର ମହିଳା...

ଇଣ୍ଡିଆନ ସୁପରଲିଗ୍‌ରେ ଓଡ଼ିଶା ଏଫସି: ହ୍ୟାଟ୍ରିକ ଡ୍ର ପରେ ବିଜୟ ଲକ୍ଷ୍ୟ

ପୁଣେ, ୪।୧୨-ସ୍ଥାନୀୟ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ବୁଧବାର ଓଡ଼ିଶା ଏଫସି ଏବଂ ଗତଥରର ଚାମ୍ପିୟନ ବେଙ୍ଗାଲୁରୁ ଏଫସି ମଧ୍ୟରେ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ) ମ୍ୟାଚ ହେବ।...

ଆଇପିଏଲ୍‌ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସକୁ ବଡ ଝଟ୍‌କା

ନୂଆଦିଲ୍ଲୀ,୧୧।୨: ଟିମ୍‌ ଇଣ୍ଡିଆର ପୂର୍ବତନ ଓପନର୍‌ ଓ୍ବାସିମ୍‌ ଜାଫର ଶୁକ୍ରବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ବ୍ୟାଟିଂ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି।...

ଅଗଷ୍ଟ ୧ରୁ ଭାରତୀୟ ଫୁଟ୍‌ବଲ ସିଜନ

ନୂଆଦିଲ୍ଲୀ, ୧୦ା୬ (ପି.ଟି.): ଭାରତୀୟ ଫୁଟ୍‌ତ୍ଲର ଘରୋଇ ସିଜନ ଅଗଷ୍ଟ ୧ରୁ ଆରମ୍ଭ ହେବ। ସେତେବେଳେ ଖେଳାଳିଙ୍କ ବଦଳି କାର୍ଯ୍ୟ ମଧ୍ୟ ହେବ। କୋଭିଡ୍‌-୧୯ ମହାମାରୀ...

ଆଫଗାନିସ୍ତାନ ଦଳରେ ଅଲାମଙ୍କ ସ୍ଥାନରେ ଶିର୍‌ଜାଦ

ଲିଡ୍ସ, ୨୮ା୬ (ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ଆଫଗାନିସ୍ତାନର ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଅଫତାବ ଆଲାମ ବାଦ୍‌ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ବାମହାତୀ ମିଡିୟମ ପେସ୍‌...

Advertisement
Archives

Model This Week