Posted inଖେଳ

ଅଲିମ୍ପିକ୍ସ ୨୦୨୧: କୋଚ୍‌ମାନଙ୍କ କାର୍ଯ୍ୟକାଳ ବଢାଇବ ଭାରତ

ନୂଆଦିଲ୍ଲୀ,୨୬।୩(ପି.ଟି.)- ୨୦୨୦ ଟୋକିଓ ଅଲିମ୍ପିକ୍ସ ପରେ ଯେଉଁ କୋଚ୍‌ମାନଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା ସେମାନଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବ। ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇବାକୁ ଅନ୍ତଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ନିଷ୍ପତ୍ତି ନେବା ପରେ କୋଚ୍‌ମାନେ ଦାୟିତ୍ୱରେ ରହିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଅଲିମ୍ପିକ ପ୍ରସ୍ତୁତି ପାଇଁ କୋଚ୍‌ମାନେ ଆହୁରି ଗୋଟିଏ ବର୍ଷ ଦାୟିତ୍ୱରେ ରହି ଖେଳାଳିମାନଙ୍କୁ ପ୍ରଶିକ୍ଷଣ ଦେବେ।
ଏହି କୋଚ୍‌ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ମହିଳା ରେସଲିଂ କୋଚ୍‌ ଆଣ୍ଡ୍ୟୁ କୁକ୍‌, ଶୁଟିଂ କୋଚ୍‌ ପାଭେଲ ମୀରନୋଭ, ଦୁଇ ବକ୍ସିଂ କୋଚ୍‌ ସାଣ୍ଟିଆଗୋ ନିଏଭା ଓ ରାଫାଏଲେ ବେର୍ଗାମାସ୍କୋ, ଆଥଲେଟିକ୍ସ ହାଇ ପରଫର୍ମାନ୍ସ ଡିରେକ୍ଟର ଭୋଲକେର ହରମ୍ୟାନ। ଏମାନଙ୍କର ଚୁକ୍ତି ଅଲିମ୍ପିକ୍ସ ପରେ ଶେଷ ହେବାର ଥିଲା। ସ୍ପୋଟର୍‌ସ ଅଥରିଟୀ ଅଫ୍‌ ଇଣ୍ଡିଆ (ସାଇ) କୋଚ୍‌ମାନଙ୍କ ପାଉଣା ପ୍ରଦାନ କରିଥାଏ। କ୍ରୀଡ଼ା ଓ ଖେଳାଳିମାନଙ୍କ ସ୍ବାର୍ଥକୁ ଲକ୍ଷ୍ୟ କରି କୋଚ୍‌ଙ୍କ ଚୁକ୍ତି ମିଆଦ ବୃଦ୍ଧି କରାଯିବାରେ କୌଣସି ସମସ୍ୟା ନାହିଁ ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ସମ୍ପାଦକ ଭି.ଏନ. ପ୍ରସୁଦ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ୨୧ ଦିନିଆ ଲକ୍‌ ଡାଉନ ସମାପ୍ତ ହେଲେ ସ୍ଥିତି ସ୍ପଷ୍ଟ ହେବ ବୋଲି ପ୍ରସୁଦ କହିଛନ୍ତି। ସେହିପରି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ), ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଯେଉଁ ବିଦେଶୀ କୋଚ୍‌ମାନେ ଆମ ସହିତ ଜଡିତ ରହିଆସୁଛନ୍ତି ସେମାନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ ବୋଲି ବିଏଫ୍‌ଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଆଗାମୀ କେତେ ସପ୍ତାହ ମଧ୍ୟରେ ଏ ନେଇ ଲେଖାପଢା ହେବ ବୋଲି ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ଅଧ୍ୟକ୍ଷ ଆଦିଲ ସୁମରିଓ୍ବାଲା କହିଛନ୍ତି।
ସେହିପରି ପୁରୁଷ ଓ ମହିଳ ହକି ଦଳର ବିଦେଶୀ କୋଚ୍‌ ଓ ସମସ୍ତ ସପୋର୍ଟ ଷ୍ଟାଫ୍‌ଙ୍କ ଚୁକ୍ତି ବୃଦ୍ଧି କରିବାକୁ ସାଇକୁ ଅନୁରୋଧ କରାଯାଇଛି ବୋଲି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ କହିଛନ୍ତି। ସବୁ ବିଦେଶୀ କୋଚ୍‌ଙ୍କ ସହ ଆମେ ଆଲୋଚନ କରିଛୁ ଓ ସେମାନେ ଟୋକିଓ ଅଲିମ୍ପିକ୍ସ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ସମର୍ପିତ ବୋଲି ନର୍ମାନ କହିଛନ୍ତି। ଏପର୍ଯ୍ୟନ୍ତ ଅଲିମ୍ପିକ୍ସ ପାଇଁ ୮୦ଜଣ ଭାରତୀୟ ଆଥଲେଟ୍‌ ଯୋଗ୍ୟତା ହାସଲ କରିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ହେଲେ ଅଲିମ୍ପିକ୍ସରେ ସାମିଲ ହେବାକୁ ଥିବା ଭାରତୀୟ ଆଥଲେଟମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଇଗର ସହ ଖେଳୁଛନ୍ତି

ଦୁବାଇ,୩।୧୦: ଇନ୍‌ଷ୍ଟାଗ୍ରାମରେ ଏକ ଦୁଃସାହସିକ ଭିଡିଓ ଶେୟାର କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ (ଯୁବି)। ନିକଟରେ ସାଙ୍ଗମାନଙ୍କ ସହ ଦୁବାଇର ‘ଫେମ ପାର୍କ’...

ଏଟିକେ ମୋହନବାଗାନ ବିଜୟୀ

ମାର୍ଗାଓ, ୨୦ା୨: ରୟ କ୍ରିଷ୍ଣାଙ୍କ ପ୍ରଭାବୀ ପ୍ରଦର୍ଶନ ଯୋଗୁ ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଶୁକ୍ରବାର ମ୍ୟାଚରେ ଟେବୁଲ ଟପ୍ପର ଏଟିକେ ମୋହନବାଗାନ...

ବିଶ୍ୱ କପ ପାଇଁ କ୍ୱାଲିଫାଏ କଲା ଶ୍ରୀଲଙ୍କା…

ହାରାରେ,୨।୭ : ଏଥର ଭାରତରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ବିଶ୍ୱକପ ୨୦୨୩ ପାଇଁ ଜିମ୍ବାୱେରେ କ୍ୱାଲିଫାୟର ଟୁର୍ନାମେଣ୍ଟ ଖେଳାଯାଉଛି। ଏହି ଟୁର୍ନାମେଣ୍ଟରେ...

୧୨୧ ରନ୍‌ରେ ଅଟକିଲା ହାଇଦ୍ରାବାଦ

ଲକ୍ଷ୍ନୌ, ୭।୪: ଲକ୍ଷ୍ନୌସ୍ଥିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୧୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ...

କରୋନା ଆତଙ୍କ: ଶ୍ରୀଲଙ୍କା ଦଳ ସହିତ ହାତ ମିଳାଇବେ ନାହିଁ ଇଂଲଣ୍ଡ ଖେଳାଳି

ଲଣ୍ଡନ,୩।୩: ଇଂଲଣ୍ଡ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି। ସେଠାରେ ଦୁଇଦଳଙ୍କ ମଧ୍ୟରେ ୨ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯିବ। ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ...

ଚାମ୍ପିୟନ୍ସ ଲିଗ୍‌: ୩୪ ବର୍ଷୀୟ ଗିରୋଡ୍‌ ଦେଲେ ୪ ଗୋଲ୍‌

ସେଭିଲି (ସ୍ପେନ୍‌), ୪ା୧୨ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ସବୁଠାରୁ ବୟସ୍କ ଖେଳାଳି ଭାବେ ହ୍ୟାଟ୍ରିକ ଅର୍ଜନ କରିଛନ୍ତି ଚେଲ୍‌ସି ଷ୍ଟ୍ରାଇକର ଅଲିଭର ଗିରୋଡ୍‌। ସେଭିଲା...

‘ଏଥର ଇଂଲଣ୍ଡ ଫେଭରାଇଟ୍‌’

ନୂଆଦିଲ୍ଲୀ, ୨୭ା୫ (ପି.ଟି.)-ଆସନ୍ତା ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଇଂଲଣ୍ଡ ଫେଭରାଇଟ୍‌ ଦଳ। କିନ୍ତୁ ଟାଇଟଲ ଦୌଡ଼ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟ ରହିଛନ୍ତି ବୋଲି ଅଷ୍ଟ୍ରେଲୀୟ...

ୟୁଏସ୍‌ ଓପନରୁ ଓହରିଲେ ଏହି ୨ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ, ୮ା୮ (ଏପି)-କରୋନା ଭାଇରସ ଆଶଙ୍କାରେ ଆଉ ଦୁଇଜଣ ଟପ୍‌ ମହିଳା ଟେନିସ ଖେଳାଳି ଏଲିନା ସ୍ବିତୋଲିନା ଓ କିକି ବର୍ଟେନ୍ସ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ...

Advertisement
Archives

Model This Week