Posted inଖେଳ

ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବୁ: ଗୋପୀଚାନ୍ଦ

ନୂଆଦିଲ୍ଲୀ,୪।୧(ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସରେ ଏଥର ଆମେ ଭଲ ପ୍ରଦର୍ଶନ କରିବୁ ବୋଲି ଭାରତର ଜାତୀୟ ବ୍ୟାଡମିଣ୍ଟନ କୋଚ୍‌ ପୁଲେଲା ଗୋପୀଚାନ୍ଦ କହିଛନ୍ତି। ସାଇନା ନେହ୍ବାଲ ଓ ପି.ଭି. ସିନ୍ଧୁଙ୍କ ଭଳି ଅଲିମ୍ପିକ ମେଡାଲିଷ୍ଟ ସୃଷ୍ଟି କରିଥିବା ଗୋପୀଚାନ୍ଦ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ନେଇ ବେଶ୍‌ ଆଶାବାଦୀ ଅଛନ୍ତି। ଏଥର ଭଲ ପ୍ରସ୍ତୁତି କରି ଉନ୍ନତ ପ୍ରଦର୍ଶନ ସହିତ ସଫଳ ହେବୁ ବୋଲି ସେ କହିଛନ୍ତି। ଗତ କେତୋଟି ଅଲିମ୍ପିକ୍ସରେ ଆମର ପ୍ରଦର୍ଶନ ବେଶ୍‌ ଭଲ ରହିଛି। ଅଲିମ୍ପିକ୍ସରେ ଆମେ ଜଣେ ବିଶ୍ୱ ଚାମ୍ପିୟନଙ୍କ ସହ ପଡିଆକୁ ଓହ୍ଲାଇବୁ।
ଖେଲୋ ଇଣ୍ଡିଆ ପ୍ରୋଗ୍ରାମକୁ ସେ ପ୍ରଶଂସା କରିଛନ୍ତି। ଦେଶର ଯୁବ ଆଥଲେଟମାନେ ଏହି କାର୍ଯ୍ୟକ୍ରମ ଦ୍ୱାରା ସୁଯୋଗ ହାସଲ କରିବେ ଓ ନିଜର ପ୍ରତିଭା ପ୍ରମାଣ କରିବାର ସୁବିଧା ପାଇବେ। ଏହା ଭାରତୀୟ କ୍ରୀଡ଼ାର ସକାରାତ୍କମ ଦିଗକୁ ସୂଚାଉଛି। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସ୍ବତନ୍ତ୍ର। ଏହି ପ୍ରୋଗ୍ରାମର ତୃତୀୟ ସଂସ୍କରଣ ଗୁଆହାଟୀରେ ଆସନ୍ତା ୧୦ରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାପୂର୍ବରୁ ଖେଲୋ ଇଣ୍ଡିଆ ଦିଲ୍ଲୀ ଓ ପୁଣେରେ ଆୟୋଜିତ ହୋଇଥିଲା ଓ ଏହାକୁ ଅତି ନିକଟରୁ ନିରୀକ୍ଷଣ କରିଥିଲି। ଭାରତ ସରକାର ଖେଲୋ ଇଣ୍ଡିଆ ମାଧ୍ୟମରେ କ୍ରୀଡ଼ା ଉନ୍ନତି ପାଇଁ କରୁଥିବା ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଅନ୍ତର୍ଜାତୀୟ ପରିବେଶରେ ଯୁବ ଆଥଲେଟଙ୍କ ପାଇଁ ଏହା ଭଲ ସୁଯୋଗ ସୃଷ୍ଟି କରିଛି। ଏଥିରୁ ଅଭିଜ୍ଞତା ହାସଲ କରି ଖେଳାଳିମାନେ ଆଗକୁ ବଢିପାରିବେ। ମୋଟାମୋଟି ଉପରେ ଖେଲୋ ଇଣ୍ଡିଆ ଭାରତୀୟ କ୍ରୀଡ଼ାକୁ ନୂଆ ଦିଶା ଦେବ। ବ୍ୟାଡମିଣ୍ଟନ ଏକ ଶାରୀରିକ ଖେଳ ହୋଇଥିଲେ ମଧ୍ୟ ଏଥିରେ କୌଶଳର ଆବଶ୍ୟକତା ରହିଛି। ମାନସିକ ଓ ଶାରୀରିକ ଭାବେ ଏହି ଖେଳରେ ସନ୍ତୁଳନ ରହିବା ନିହାତି ଜରୁରୀ। ଅନ୍ତର୍ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବାକୁ ହେଲେ ସବୁ ଦୃଷ୍ଟିକୋଣରୁ ସୁସ୍ଥ ହେବା ନିହାତି ଜରୁରୀ ବୋଲି ଗୋପୀଚାନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାକର ପଡ଼ିବାକୁ ଦେଖି ଖେଳାଳି ଚୟନ କରାଯିବ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ଆରମ୍ଭ ହୋଇଛି ଟି-୨୦ ବିଶ୍ୱକପ୍‌। ପାକିସ୍ତାନ ବିପକ୍ଷରେ ବିଜୟ ଅଭିଯାନ ଆରମ୍ଭ କରିବ ଭାରତ। ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଭାରତ ଏକାଦଶରେ କିଏ...

ବିଦେଶରେ ଟି୨୦ ଲିଗ୍‌ ଖେଳିବାକୁ ପ୍ରଜ୍ଞାନ ଆଗ୍ରହୀ

ନବି ମୁମ୍ବାଇ, ୨୫ା୨ (ପି.ଟି.)-ଭାରତର ପୂର୍ବତନ ବାମହାତୀ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ବିଦେଶରେ ଟି୨୦ ଲିଗ୍‌ ଖେଳିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ...

ଆଇପିଏଲ୍‌ରେ ସର୍ବାଧିକ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଜିତିଥିବା ଖେଳାଳି କିଏ ଜାଣନ୍ତି କି

ଇଣ୍ଡିଆନ ପ୍ରିମିୟର ଲିଗର ୧୪ତମ ସଂସ୍କରଣ ୨୦୨୧ ଚେନ୍ନାଇରେ ଏପ୍ରିଲ ୯ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିଅନ ତଥା ଆଇପିଏଲର ସଫଳତମ ଦଳ...

ଓ୍ବାର୍ନର ଜିତିଲେ ଆଲାନ ବର୍ଡର ପଦକ

ମେଲବୋର୍ନ, ୧୦।୨ (ପି.ଟି.)- କ୍ରିକେଟ୍‌ ଅଷ୍ଟ୍ରେଲିଆ ପକ୍ଷରୁ ଏହାର ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍‌ ଓ୍ବାର୍ନର ୩ୟ...

ମେକ୍‌ଟିକ-ପାଭିକ୍‌ଙ୍କୁ ଟାଇଟଲ

ଲଣ୍ଡନ,୧୧।୭: ଓ୍ବିମ୍ବେଲଡନ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆ ଯୋଡି ନିକୋଲା ମେକ୍‌ଟିକ ଓ ମାଟେ ପାଭିକ୍‌ ଟାଇଟଲ ହାସଲ କରିଛନ୍ତି। ଟପ୍‌ ସିଡ୍‌ ମାନ୍ୟତା ପାଇଥିବା...

ଇସ୍ରାଏଲ ଫୁଟ୍‌ବଲ କ୍ଲବର ୧୫ ସମର୍ଥକ ଗିରଫ

ଥେସାଲୋନିକି,୧୨ା୮: ଗ୍ରୀସ୍‌ ପୋଲିସ ଇସ୍ରାଏଲର ଏକ ଫୁଟବଲ କ୍ଲବ ମାକାବି ତେଲ୍‌ ଆଭିଭ୍‌ର ୧୫ ସମର୍ଥକଙ୍କୁ ଗିରଫ କରିଛି। ଆରିସ ବିପକ୍ଷ ୟୁରୋପା କନ୍‌ଫରେନ୍ସ ଲିଗ୍‌...

ମୁମ୍ବାଇ ଭରଷାରେ ଆର୍‌ସିବି

ମୁମ୍ବାଇ,୧୯।୫: ଦୀର୍ଘ ଦିନ ହେଲା ଚୁପ୍‌ ଥିବା ବିରାଟ କୋହଲିଙ୍କ ବ୍ୟାଟ ଗର୍ଜନ କରିଛି। ତାଙ୍କର ୭୩ ରନ୍‌ର ଇନିଂସ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର...

୧୪୯ରେ ଅଟକିଲା ଦିଲ୍ଲୀ

ମୁମ୍ବାଇ,୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୧୫ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଅଧିନାୟକ ଲୋକେଶ ରାହୁଲ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଏହାକୁ...

Advertisement
Archives

Model This Week