ଅର୍ଥ ବାଧକ : ଅଧାରୁ ପାଠ ଛାଡ଼ିଲେ ଦୁଷ୍ମନ୍ତ

ଚମ୍ପୁଆ, ୭ା୬(ଡି.ଏନ.ଏ.): ସଭିଏଁ ପଢନ୍ତୁ ଓ ସଭିଏଁ ବଢନ୍ତୁ କାର୍ଯ୍ୟକ୍ରମ ଅନୁଯାୟୀ ଶିକ୍ଷିତହାର ବୃଦ୍ଧି କରିବା ଓ ବିଶେଷ ଭାବେ ଆଦିବାସୀ ହରିଜନ ଏବଂ ଆର୍ଥତ୍କ ଦୁର୍ବଳ ଛାତ୍ରୀଛାତ୍ରଙ୍କୁ ମାଗଣା ଶିକ୍ଷାଦାନ କରିବା ଉପରେ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ଚମ୍ପୁଆ ବ୍ଲକ ଭଣ୍ଡା ପଞ୍ଚାୟତର ମଙ୍ଗଳପୁର ମୁଣ୍ଡା ସାହିରେ ଦୁଷ୍ମନ୍ତଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଅର୍ଥ ଅଭାବରୁ ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିବା ଏହି ମେଧାବୀ ଛାତ୍ର ଜଣଙ୍କ ଅଧାରୁ ପାଠ ଛାଡିଛନ୍ତି। ସୂଚନା ଅନୁସାରେ ମଙ୍ଗଳପୁର ମୁଣ୍ଡା ସାହିର ହୃଷିକେଶ ମୁଣ୍ଡାଙ୍କ ପୁଅ ଚଳିତ ଶିକ୍ଷା ବର୍ଷରେ ଚମ୍ପୁଆ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ପ୍ରଥମେ ମୁଣ୍ଡା ସାହିରୁ ସାଇକେଲ ଯୋଗେ ଭଣ୍ଡା ଆସି ଧବଳେଶ୍ୱର ନାମକ ବସରେ ମାସିକ ୧୫ ଶହ ଟଙ୍କା ମୁଲଚାଲ କରି ଦୁଷନ୍ତ ବିଦ୍ୟାଳୟକୁ ଯାଆସ କରୁଥିଲେ। କିଛି ମାସ ପର୍ଯ୍ୟନ୍ତ ହୃଷିକେଶ ମୁଣ୍ଡା ଚାଷ ଓ କାମଦାମ କରି ଅର୍ଥ ଦେବାରେ ସକ୍ଷମ ହେଉଥିବା ବେଳେ ପ୍ରାୟ କିଛି ମାସ ହେବଅର୍ଥ ଦେବାରେ ବିଫଳ ହୋଇଥିଲେ। ଫଳରେ ଦୁଷ୍ମନ୍ତଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଯାଇଥିଲା। ହୃଷିକେଶ ଅର୍ଥ ଅଭାବରୁ ପଢାଇବାର ସମ୍ଭପର ହୋଇ ପାରିଲା ନାହିଁ ବୋଲି କହୁଥିବା ବେଳେ ବଡପୁଅ ରଞ୍ଜନ ଏହି ଅର୍ଥ ଅଭାବରୁ ପ୍ରାୟ ୫ ବର୍ଷ ହେବ ନବମ ଶ୍ରେଣୀରୁ ପାଠ ଛାଡି ବାଙ୍ଗାଲୋର ପଳାଇଛନ୍ତି। ଆର୍ଥିକ ଅନାଟନ ମଧ୍ୟରେ ଦିନ କାଟୁଥିବା ହୃଷିକେଶ ଦୁଷ୍ମନ୍ତଙ୍କୁ ପଢାଇବା ସମ୍ଭପର ନୁହେଁ ବୋଲି ତାଙ୍କ ବାପା କହିଛନ୍ତି। ଅନ୍ୟପକ୍ଷରେ ଆଦର୍ଶ ବିଦ୍ୟାଳୟର ହଷ୍ଟେଲ ସୁବିଧା ନ ଥିବାରୁ ସକାଳ ୭ ଟାରୁ ଘରୁ ଆସି ସନ୍ଧ୍ୟାରେ ଘର ପହଞ୍ଚୁ ଥିବାରୁ ପାଠ ପଢିବା ସମ୍ଭପର ହୋଇପାରୁ ନାହିଁ ବୋଲି ଦୁଷନ୍ତ ମୁଣ୍ଡା ପ୍ରକାଶ କରିଛି। ଏଣୁ ଏହି ମେଧାବୀ ଛାତ୍ରଙ୍କୁ ଶିକ୍ଷାର ଆବଶ୍ୟକୀୟ ବ୍ୟବସ୍ଥା କରାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri