ଅର୍ଥନୀତିକୁ ଦେଖ

ବିଶ୍ୱ ଅର୍ଥନୀତି ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି। ଆମେରିକା ଭଳି ବିକଶିତ ରାଷ୍ଟ୍ର ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ସମସ୍ୟାରେ ପଡ଼ିଲାଣି। ଚାଇନା ସହ ଏହାର ବାଣିଜ୍ୟ ଯୁଦ୍ଧ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଉଭୟ ରାଷ୍ଟ୍ର ପରସ୍ପରର ସାମଗ୍ରୀ ରପ୍ତାନି ଉପରେ ସୀମା ଶୁଳ୍କ ବୃଦ୍ଧି କରିଚାଲିଛନ୍ତି। ଏହାର ପ୍ରଭାବ ପୃଥିବୀର ସବୁ ଦେଶ ଉପରେ ପଡ଼ିବାରେ ଲାଗିଲାଣି। ବ୍ରେକ୍‌ଜିଟ ସହ ଅନ୍ୟାନ୍ୟ ସାମାଜିକ ଓ ଅର୍ଥନୈତିକ ଅସ୍ଥିରତା ଯୋଗୁ ୟୁରୋପୀୟ ରାଷ୍ଟ୍ରରେ ଆର୍ଥିକ ସଙ୍କଟ ଦେଖାଦେଇଛି। ବିଶ୍ୱର ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ଷେତ୍ରରେ ଭାରତ ୫ମ ସ୍ଥାନରେ ରହି ଆସିଥିବା ବେଳେ ଏବେ ୭ମକୁ ଖସିଯାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅଚଳ ପରିସମ୍ପତ୍ତି (ଏନ୍‌ପିଏ) ବଢ଼ିବାରେ ଲାଗିଛି। ମୋଟରଗାଡ଼ି ଶିଳ୍ପ ଘୋର ଦୁର୍ଦ୍ଦିନ ଦେଇ ଗତି କରୁଛି। ମହିନ୍ଦ୍ରା ଓ ମାରୁତି ଭଳି ପ୍ରମୁଖ କେତୋଟି ଗାଡ଼ି ନିର୍ମାତା ଉତ୍ପାଦନ କମାଇବା ସହ କେତେକ ସ୍ଥାନରେ କାରଖାନା ବନ୍ଦ କରିବାକୁ ବସିଲେଣି। ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସ୍‌ଏନ୍‌ଏଲ୍‌ ସହ ସବୁ ଘରୋଇ ଟେଲିକମ୍‌ କମ୍ପାନୀ ଅବସ୍ଥା ଶୋଚନୀୟ। ଏପରି କି ମୁକେଶ ଅମ୍ବାନୀଙ୍କ ‘ଜିଓ’ ମଧ୍ୟ ପ୍ରବଳ କ୍ଷତିରେ ଚାଲୁଛି। ଏଭଳି ସ୍ଥଳେ କୃଷି କଥା ନ କହିବା ଭଲ। ଭାରତୀୟ ଅର୍ଥନୀତିରେ ପ୍ରମୁଖ ଯୋଗଦାନ ଦେଉଥିବା କ୍ଷେତ୍ରଗୁଡ଼ିକ ଯେତେବେଳେ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି, ସେତେବେଳେ ଅର୍ଥନୈତିକ ‘ବିକାଶ’ ଘଟିବା ଅସମ୍ଭବ। ଭାରତର ର଼୍ୟାଙ୍କିଙ୍ଗ୍‌ ଆକଳନ କରିବା ଦିଗରେ ଗବେଷଣା କରୁଥିବା ଅର୍ଥନୀତିଜ୍ଞ ଦେବେନ୍ଦ୍ର ପନ୍ତ କହିଛନ୍ତି ଯେ, ୨୦୧୭ରେ ଭାରତୀୟ ମୁଦ୍ରାର ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ୨୦୧୮ରେ ୫ ପ୍ରତିଶତ ହ୍ରାସ ପାଇଥିଲା। ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ କମିବା ପଛରେ ଦେଶର ମନ୍ଥର ଅଭିବୃଦ୍ଧି ଦାୟୀ ବୋଲି କୁହାଯାଉଛି।
ଏବେ ଭାରତ ସରକାର ଓ ଦେଶବାସୀଙ୍କ ପାଇଁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ବଡ଼ ପ୍ରସଙ୍ଗ ପାଲଟିଯାଇଛି। ଜମ୍ମୁ ଓ କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାଗ କରାଯିବା ପରେ ଏଗୁଡ଼ିକର ଭବିଷ୍ୟତ କ’ଣ ହେବ ସେ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ସମସ୍ତେ ଅବୁଝା ସାଜୁଛନ୍ତି ଯେ, ଏହି କଠୋର ପଦକ୍ଷେପ ଯେତିକି ସ୍ବାଗତଯୋଗ୍ୟ, ସେତିକି ଅର୍ଥନୈତକ ଦୃଷ୍ଟିକୋଣରୁ ଭାରତର ଆର୍ଥିକ ରକ୍ତ ଶୋଷି ନେବ। ପ୍ରଶାସନିକ ପରିବର୍ତ୍ତନ ଓ ରାଜ୍ୟର ମାନ୍ୟତା ହରାଇବା ପରେ କଶ୍ମୀରରେ ସୈନ୍ୟ ମୁତୟନ ବହୁ ପରିମାଣରେ ବୃଦ୍ଧି ପାଇଥିବାରୁ ତାହା ଭାରତ ପାଇଁ ମହଙ୍ଗା ପଡ଼ିବ। ଏହି ପରିସ୍ଥିତି କେତେ ଦିନ ଲାଗି ରହିବ, ସେଭଳି ଭବିଷ୍ୟବାଣୀ ଏବେଠାରୁ କରି ହେବ ନାହିଁ।
ଦେଶର ପ୍ରଗତି ପାଇଁ ଅର୍ଥନୈତିକ ଅଭିବୃଦ୍ଧି ନିତାନ୍ତ ଆବଶ୍ୟକ ହୋଇ ପଡ଼ିଥିଲେ ମଧ୍ୟ ଏ ବିଷୟରେ ତ୍ୱରିତ ପଦକ୍ଷେପ ନିଆଯାଉ ନାହିଁ କିମ୍ବା କେହି ଚିନ୍ତିତ ଥିବା ଭଳି ଜଣାପଡ଼ୁ ନାହିଁ। ମନେହେଉଛି ଯେପରି ଦେଶବାସୀଙ୍କ ଆଗରେ ଗୁଡ଼ାଏ ବିବାଦୀୟ ପ୍ରସଙ୍ଗ ରଖିଦେଇ ସରକାର ଅତି ସହଜରେ ବାସ୍ତବ ସମସ୍ୟାକୁ ଲୁଚାଇବାରେ ସକ୍ଷମ ହୋଇ ପାରୁଛନ୍ତି। ସଦ୍ୟ ଦୃଷ୍ଟାନ୍ତ ଦେଖିଲେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଉତ୍ତର-ପୂର୍ବାଞ୍ଚଳରେ ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ବହୁ ବିତର୍କର ଅପେକ୍ଷା ରଖୁଛି।
ବର୍ତ୍ତମାନ ପାକିସ୍ତାନରେ ବିଲାତି କିଲୋଗ୍ରାମ୍‌ ପ୍ରତି ଦର ୩୦୦ ଟଙ୍କାରେ ପହଞ୍ଚିଛି। ଗଣମାଧ୍ୟମରେ ଏ ନେଇ ଅତ୍ୟଧିକ ପ୍ରଚାର ହେବା ପରେ ଭାରତୀୟମାନେ ଖୁସି ବ୍ୟକ୍ତ କରୁଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିବାରୁ ପରିଣାମ ଭୋଗୁଛି ବୋଲି କୁହାଯାଉଛି। ପ୍ରକୃତରେ ଦେଖିଲେ ପାକିସ୍ତାନ ଅର୍ଥନୀତି ଦୀର୍ଘବର୍ଷ ହେବ ଭୁଶୁଡ଼ି ପଡ଼ିଛି। ଗୋଟିଏ ଅର୍ଥନୀତି ମୃତବତ୍‌ ଅବସ୍ଥାରେ ଥିବା ବେଳେ ତାହା ଉପରେ ବିଶେଷ ଚର୍ଚ୍ଚା କରାଯିବାର ଆବଶ୍ୟକତା ନାହିଁ। ଏହି ପ୍ରଚ୍ଛଦପଟରେ ଦେଖିଲେ ଭାରତରେ କେହି ଚିନ୍ତା କରୁନାହାନ୍ତି ଯେ, ଏଠାରେ ବିଲାତି କିଲୋଗ୍ରାମ ପିଛା ଦର ୬୦ ଟଙ୍କାରୁ ଉର୍ଦ୍ଧ୍ୱରେ ଆସି ପହଞ୍ଚିଲାଣି, ଯାହାକି ଆମ ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହେଉଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଉଥିଲେ ମଧ୍ୟ ସେଥିପ୍ରତି କାହାରି ଦୃଷ୍ଟି ନ ପଡ଼ିବା ହେଉଛି ବିଡ଼ମ୍ବନାର ବିଷୟ। ନିଜର ଅର୍ଥନୀତିକୁ କିଭଳି ସୁଦୃଢ଼ କରାଯାଇପାରିବ, ସେ ଦିଗରେ ରାଜନୈତିକ ବ୍ୟକ୍ତି, ଅର୍ଥନୀତିଜ୍ଞ ଏବଂ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଗଭୀର ଚିନ୍ତା କରିବା ଦରକାର। ଏ ଦେଶରେ ଭୟରେ ହେଉ ବା ସୁବିଧା ପାଇବା ଆଶା ରଖି ଯଦି ସମସ୍ତେ ନୀରବ ରହିବେ, ତେବେ ବାସ୍ତବ ବିକାଶ ସମ୍ଭବ ହେବ ନାହିଁ। କିଛି ସମୟ ପାଇଁ ଖୁସି ଦେଉଥିବା ଘଟଣାକୁ ଗୁରୁତ୍ୱ ଦେଇ ପ୍ରକୃତ ସମସ୍ୟାକୁ ଭୁଲିଗଲେ ରାଷ୍ଟ୍ର କ୍ଷତିରେ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri