Posted inଖେଳ

ଅର୍ଜୁନ ପୁରସ୍କାର ବିଜେତା ମାଇକେଲଙ୍କ କ୍ଷୋଭ

ରାଉରକେଲା ଅଫିସ,୧୫ା୩: ୧୯୭୫ ମାର୍ଚ୍ଚ ୧୫। ସେଦିନ ମାଲେସିଆର କ୍ୱାଲାଲମ୍ପୁରଠାରେ ଆୟୋଜିତ ବିଶ୍ୱ କପ୍‌ ହକିରେ ପାକିସ୍ଥାନକୁ ଭାରତ ୨-୧ ଗୋଲରେ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଥିଲା। ଏଥିରେ ରାଉରକେଲାର ମାଇକେଲ କିଣ୍ଡୋ ଉଚ୍ଚମାନର କ୍ରୀଡା ପ୍ରଦର୍ଶନ କରି ହକିପ୍ରେମୀଙ୍କ ପାଇଁ ଆଦର୍ଶ ସାଜିଥିଲେ।ହେଲେ ଆଜିର ଦିନରେ ସେହି ଖେଳାଳି ଜଣକ ଯେମିତି ସମସ୍ତଙ୍କ ପାଇଁ ଅଲୋଡା ପାଲଟିଛନ୍ତି। ୧୯୭୧ ବିଶ୍ୱ କପ୍‌ ହକିରେ ବ୍ରୋଞ୍ଜ, ୧୯୭୩ ବିଶ୍ୱ କପ୍‌ ହକିରେ ରୌପ୍ୟ ଓ ୧୯୭୫ ବିଶ୍ୱ କପ୍‌ ହକିରେ ନିଜର ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣ ପ୍ରଦକ ଜିଣି ଦେଶକୁ ଗୌରବାନ୍ବିତ କରିଥିବା ମାଇକେଲ ଆଜି ଅବହେଳିତ। ସେଦିନର ଅଭୁଲା ମୁହୂର୍ତ୍ତକୁ ମନେପକାଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। ଆଉ କେହି ଦେଶ ପାଇଁ ଏଭଳି ସୁନାମ ଆଣିବାକୁ ଯୋଗ୍ୟ ହେଲେ ନାହିଁ, ଏହା ହିଁ ତାଙ୍କୁ ଦୁଃଖ ଦେଇଛି ବୋଲି ସେ କୁହନ୍ତି। ୨୦୦୪ରୁ ରାଉରକେଲା ଇସ୍ପାତ କାରଖାନା ଖେଳ ବିଭାଗରୁ ଅବସର ନେଇଛନ୍ତି ମାଇକେଲ। ଏବେ ତାଙ୍କ ବୟସ ୭୫। ଆଖିକୁ ଭଲ ଦିଶୁନି। କାନକୁ ଶୁଭୁନି। ତଥାପି ଖେଳ ପ୍ରସଙ୍ଗ ନେଇ ଆଲୋଚନା ହେଲେ ଶିହରି ଉଠନ୍ତି ସେ। ରାଉରକେଲାର ସେକ୍ଟର ୬ସ୍ଥିତ ନିଜ କ୍ୱାଟର୍ସରେ ଅବସର ଜୀବନ କାଟୁଥିବା ମାଇକେଲ କୁହନ୍ତି, ୧୯୭୫ ମାର୍ଚ୍ଚ ୧୫ରେ ଯେତେବେଳେ ପାକିସ୍ତାନକୁ ହରାଇ ଆମେ ବିଶ୍ୱକପ ଜିଣିଥିଲୁ ସେଦିନର ଆନନ୍ଦ କହିଲେ ନ ସରେ। ହେଲେ ଦୀର୍ଘ ୪୫ ବର୍ଷ ମଧ୍ୟରେ ଆଉ କେହି ଏଭଳି ସଫଳତା ନ ଆଣିବା ମୋତେ ମର୍ମାହତ କରିଛି। ଯୁବପିଢି ଏନେଇ ଯନତ୍ବାନ ହେବା ଆବଶ୍ୟକ। ସେତେବେଳେ ଆମକୁ ହକି ଖେଳ ପାଇଁ ଗୋଟିଏ ଟଙ୍କା ମିଳୁ ନ ଥିଲା। ଆମେ ଉତ୍ସର୍ଗୀକୃତ ମନୋଭାବ ନେଇ ଖେଳୁଥିଲୁ। ବଦଳରେ କିଛି ପାଇବାର ଆଶା ନ ଥିଲା। ଆଜି ଭଳିଦିନରେ ମୋତେ କେହି ମନେରଖି ନାହାନ୍ତି। ମୁଁ କିନ୍ତୁ ମୋ ଦେଶକୁ ମନେରଖିଛି। ସ୍ମୃତିକୁ ନେଇ ବଞ୍ଚିଛି। ଯୁବ ପିଢି ନିଜ ସହ ଦେଶ ପାଇଁ ସୁନାମ ଆଣନ୍ତୁ ଏତିକି ମୋ ବାର୍ତ୍ତା। ଅର୍ଜୁନ ପୁରସ୍କାର ସହ ଅନେକ କିଛି ପାଇଛି। ହେଲେ ରାଜ୍ୟ ସରକାର ମୋତେ ଭୁଲି ଗଲେ। ଏତିକି ମୋ ମନରେ କୋହ ଆଣିଛି। ପରିଣତ ବୟସରେ ମୋର କିଛି ମନେରହୁନି। ତଥାପି ପିଲାଙ୍କୁ ଏତିକି କହିବି, କିଛି ମିଳୁ କି ନ ମିଳୁ ନିଜକୁ ପଛରେ ରଖି ଏ ଦେଶ ଜାତି ପାଇଁ ଗୌରବ ଆଣିବା ଜଣେ ଖେଳାଳିର ପରମ କର୍ତ୍ତବ୍ୟ।
କିଣ୍ଡୋଙ୍କ ସ୍ତ୍ରୀ ଶୀଲା କୁହନ୍ତି, ମୋ ସ୍ବାମୀ କେବଳ ଜଣେ ଅନ୍ତର୍ଜାତୀୟ ଖେଳାଳି ନୁହନ୍ତି, ସେ ଜଣେ ଦେଶଭକ୍ତ। ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବ। ଖେଳ ବଦଳରେ କିଛି ଫେରି ପାଇବାର ଆଶା ରଖି ନାହଁାନ୍ତି ସେ। ଏହା ହିଁ ଆମକୁ ଆତ୍ମସନ୍ତୋଷ ପ୍ରଦାନ କରିଛି। ପୁଅ ତଥା ଜାତୀୟ ଟେନିସ ଖେଳାଳି ଆଲବର୍ଟ ଚାର୍ଲର୍ସ କିଣ୍ଡୋଙ୍କ ମତରେ ମୋ ବାପାଙ୍କ ତ୍ୟାଗ ପାଇଁ ଆମେ ଗର୍ବିତ। ଆଜିକାଲି ଯୋଗ୍ୟତା ନ ଥାଇ ବହୁ ଖେଳାଳିଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଉଛି। ମୋ ବାପାଙ୍କୁ ଏଥିରେ ସାମିଲ କରା ନ ଯିବା ଆମକୁ ମ୍ରିୟମାଣ କରିଛି। ତଥାପି ଆମେ ବାପାଙ୍କ ଲାଗି ଗର୍ବିତ ବୋଲି କହିଛନ୍ତି ପୁଅ ଆଲବର୍ଟ।

ବସନ୍ତ ଧଳ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଉ ଜଣେ କ୍ରିକେଟର୍‌

ପୁଣି ଜଣେ କ୍ରିକେଟର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦୀର୍ଘ ଦିନର ପ୍ରେମିକା ସନାୟା ଟାକ୍ରିରିଓ୍ବାଲାଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି ଭାରତୀୟ କ୍ରିକେଟର କରୁଣ ନାୟାର।...

ସୟଦ୍‌ ମୁସ୍ତାକ ଅଲି ଟ୍ରଫି: ଓଡ଼ିଶାକୁ ହରାଇଲା ହାଇଦ୍ରାବାଦ

ଭୁବନେଶ୍ୱର,୧୩।୧(ସ୍ପୋଟର୍‌ସ ବ୍ୟୁରୋ): ସୟଦ୍‌ ମୁସ୍ତାକ ଅଲି ଟ୍ରିଫିରେ ଓଡ଼ିଶା ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡର ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ...

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଜିତିଲା ଥୋମାସ୍‌ କପ୍‌…

ନୂଆଦିଲ୍ଲୀ, ୧୫।୫ : ଥୋମାସ କପ୍‌ର ଅନ୍ତିମ ମ୍ୟାଚରେ ଇଣ୍ଡୋନେସିଆକୁ ପରାସ୍ତ କରି ଭାରତ ଇତିହାସ ସୃଷ୍ଟି କରିଛି। ଏହି ଟୁର୍ନାମେଣ୍ଟରେ ୧୪ ଥର ଜିତିଥିବା...

ପ୍ରମୋଦ, ସ୍ବୟମ୍ସ, ପଞ୍ଚାନନ, ଅରୁଣଙ୍କୁ ମିଳିଲା ଓସ୍‌ଜା ପୁରସ୍କାର:  ଖେଳାଳିଙ୍କ ପାଇଁ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର, ୨୨ା୩(କ୍ରୀଡ଼ା ପ୍ରତିନିଧି)- ଖେଳାଳିଙ୍କ କ୍ୟାରିୟର ଆଗକୁ ବଢ଼ାଇବାରେ କ୍ରୀଡ଼ା ଖବରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରୀଡ଼ାବିତ୍‌-କ୍ରୀଡ଼ା ଖବରଦାତାଙ୍କ ସମ୍ପର୍କ କାରଣରୁ ରାଜ୍ୟରେ କ୍ରୀଡ଼ାର ବିକାଶ ଘଟିଛି...

ରଣଜୀ ଟ୍ରଫି: ଓଡ଼ିଶା-ବେଙ୍ଗଲ କ୍ବାର୍ଟର ମୁକାବିଲା

କଟକ ଅଫିସ,୨୦ା୨- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଚାଲିଥିବା ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲ ରାଉଣ୍ଡ ଗୁରୁବାରଠାରୁ ଆରମ୍ଭ ହେବ। ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ...

ଓଡ଼ିଶା ବାହୁକୁସ୍ତି ଦଳର ସଫଳତା

ଭୁବନେଶ୍ୱର, ୨୮ା୬ (ସ୍ପୋଟର୍‌ସ ବ୍ୟୁରୋ)- ଛତିଶଗଡ଼ର ଭିଲାଇଠାରେ ୪୩ ତମ ଜାତୀୟ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ପ୍ରତିଯୋଗୀମାନେ ସଫଳତା ହାସଲ କରିଛନ୍ତି।...

ଆଇପିଏଲ ୨୦୨୦ ଉଦ୍‌ଘାଟନୀ:  ମୁମ୍ବାଇକୁ ମାତ୍‌ ଦେଲା ଚେନ୍ନାଇ

ଆବୁଧାବି, ୨୦।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ଶନିବାର ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମରେ ଆରମ୍ଭ ହୋଇଛି। କରୋନା ଭାଇରସ ସଂକ୍ରମଣ ଯୋଗୁ ୟୁନାଇlଟଡ...

ଫୁଟ୍‌ବଲରୁ ରୋବେନଙ୍କ ଅବସର

ଦି ହେଗ୍‌ (ନେଦରଲାଣ୍ଡ୍ସ), ୫।୭ (ଏଏଫ୍‌ପି)- ନେଦରଲାଣ୍ଡ୍ସ ଫୁଟ୍‌ବଲ ଷ୍ଟାର୍‌ ଆର୍ଜେନ ରୋବେନ ଗୁରୁବାର ସମସ୍ତ ପ୍ରକାର ଫୁଟ୍‌ବଲରୁ ଅବସର ଘୋଷଣା କରିଛନ୍ତି। ଏଥିପୂର୍ବରୁ ୨୦୧୮...

Advertisement
Archives

Model This Week