Posted inଜାତୀୟ

ଅଯୋଧ୍ୟାରେ କବରସ୍ତାନ ଲାଗି ଜମି ଦାନକଲେ ହିନ୍ଦୁ

ଲକ୍ଷ୍ନୌ,୨୭ା୬: ଅଯୋଧ୍ୟାରେ ରାମ ଜନ୍ମଭୂମି ଜମିକୁ ନେଇ ଦୀର୍ଘ ଦଶନ୍ଧି ଧରି ହିନ୍ଦୁ ଓ ମୁସଲମାନ ସଂଗଠନ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ବୁଧବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ସଦିଚ୍ଛାପୂର୍ଣ୍ଣ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଅଯୋଧ୍ୟା ଜିଲାରେ ମୁସଲମାନମାନଙ୍କ କବରସ୍ତାନ ପାଇଁ ହିନ୍ଦୁମାନେ ଜମି ଦାନ କରିଛନ୍ତି। ଗୋସାଇଗଞ୍ଜ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବେଲାରିଖାନ ଗ୍ରାମରେ ଏହି ଜମି ଦାନ କରାଯାଇଛି। ଏହି ଜମିକୁ ନେଇ ଦୀର୍ଘବର୍ଷ ଧରି ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ଲାଗିରହିଥିଲା। ବିବାଦର ସମାଧାନ ଲାଗି ସ୍ଥାନୀୟ ସନ୍ଥ ସୂର୍ଯ୍ୟକୁମାର ଝିଙ୍କନ ମହାରାଜ ଏବଂ ଅନ୍ୟ ୮ ଜଣ ଅଂଶୀଦାର ମୁସଲମାନଙ୍କୁ ୧.୨୫ ବିଶ୍ୱା ଜମି ହସ୍ତାନ୍ତର କରିବା ଲାଗି କବଲାରେ ସ୍ବାକ୍ଷର କରିଛନ୍ତି। ରେକର୍ଡ ଅନୁଯାୟୀ ଉକ୍ତ ଜମି ହିନ୍ଦୁମାନଙ୍କର। ଏହା ଏକ କବରସ୍ତାନ ପାଖରେ ଥିବାରୁ ମୁସଲମାନମାନେ ସେଠାରେ ମୃତଦେହ କବର ଦେଉଥିଲେ। ଏହାକୁ ନେଇ ବିବାଦ ଓ ଉତ୍ତେଜନା ଲାଗି ରହିଥିଲା। ଏବେ ବିବାଦର ସମାଧାନ ହୋଇଗଲା ବୋଲି ସନ୍ଥ ମହାରାଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଘାଳୟରେ କଂଗ୍ରେସ ଉପରେ ମମତାଙ୍କ ମେଗା ଷ୍ଟ୍ରାଇକ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ବିଧାୟକ ଟିଏମ୍‌ସିରେ ସାମିଲ

ଆଇଜଲ,୨୫ ।୧୧: ଦେଶରେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ଧକ୍କା ଲାଗୁଛି । ଏବେ ମେଘାଳୟ କଂଗ୍ରେସର ୧୭ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ତୃଣମୂଳ...

ଲକ୍ଷ୍ନୌ ହଜରତଗଞ୍ଜରେ ଦୁର୍ଘଟଣା, କାନ୍ଥ ଭୁଷୁଡି ୨ ଶିଶୁ ସମେତ ୯ ମୃତ

ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ପଡିବା...

ନବବଧୂଙ୍କ ପିଆଜ ଚିନ୍ତା ଦୂର କଲେ ସମ୍ପର୍କୀୟ

ଝାନ୍ସି,୧୪।୧୨: ସାରା ଦେଶରେ ବର୍ଦ୍ଧିତ ପିଆଜ ଦରକୁ ନେଇ ବଜାରରେ ନିଆଁ ଲାଗିଛି। ଲୋକଙ୍କ ପାଇଁ ପିଆଜ ଏତେ ମୂଲ୍ୟବାନ ହୋଇଯାଇଛି ଯେ, ଏବେ ଏହାକୁ...

ଦିଲ୍ଲୀ ମରକଜରେ ସାମିଲ ହୋଇଥିବା ହଜାରେ କରୋନା ସଂକ୍ରମିତ ସୁସ୍ଥ

ନୂଆଦିଲ୍ଲୀ,୬।୫: ଦିଲ୍ଲୀ ନିଜାମୁଦ୍ଦିନ ସ୍ଥିତ ତବଲିଘି ଜମାତ ସହ ଜଡ଼ିତ ଥିବା ଲୋକଙ୍କୁ ନେଇ ଦିଲ୍ଲୀ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ତବଲିଘି ଜମାତ ସହ...

ଆଫଗାନ ମାଟି ଆତଙ୍କବାଦ ପାଇଁ ବ୍ୟବହାର ନ ହେଉ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨ ।୯: କତରର ରାଜଧାନୀ ଦୋହାରେ ଭାରତୀୟ ରାଷ୍ଟ୍ରଦୂତ ଦିପକ ମିତ୍ତଲଙ୍କ ସହ ତାଲିବାନ ନେତା ଶେର ମହମ୍ମଦ ଅବ୍ୱାସ ଷ୍ଟାନେକଜଇଙ୍କର କଥାବାର୍ତ୍ତା ହୋଇଥିଲା ।...

ହିଜାବକୁ ଓଢ଼ଣି ସହ ତୁଳନା କଲେ ଜେଡିଏସ୍‌ ନେତା

ନୂଆଦିଲ୍ଲୀ,୨୧ା୯: ହିଜାବ ନିଷେଧ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)ର କର୍ନାଟକ ସଭାପତି ସି.ଏମ୍‌. ଇବ୍ରାହିମ୍‌ ଏହାକୁ ଓଢ଼ଣି ସହ ତୁଳନା...

ହ୍ବାଟ୍‌ସଆପ୍‌ରେ କେମିତି ପାଇବେ କରୋନା ସାର୍ଟିଫିକେଟ୍‌

ନୂଆଦିଲ୍ଲୀ,୮।୮: କରୋନା ଟିକା ନେଇଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଯେଉଁମାନେ କରୋନା ଟିକା ନେଇଛନ୍ତି, ସେମାନେ ହ୍ବାଟସ୍‌ଆପ୍‌ ମାଧ୍ୟମରେ ସହଜରେ ସାର୍ଟିଫିକେଟ ପାଇପାରିବେ। ଏ...

ଦ୍ୱିତୀୟ ଲହରରେ କରୋନା ନେଲାଣି ୪୨୦ ଡାକ୍ତରଙ୍କ ଜୀବନ …

ନୂଆଦିଲ୍ଲୀ,୨୨।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ଦ୍ୱିତୀୟ ଲହରରେ...

Advertisement
Archives

Model This Week