Posted inଜାତୀୟ

ଅଯୋଗ୍ୟ ବିଧାୟକଙ୍କୁ ଭାଜପାର ଟିକେଟ୍‌ ଲୋଭ

ବେଙ୍ଗାଲୁରୁ, ୧ା୧୦(ପି.ଟି.): ଅଯୋଗ୍ୟ ଘୋଷିତ କଂଗ୍ରେସ ଓ ଜେଡିଏସ୍‌ ବିଧାୟକଙ୍କୁ ମନାଇବା ଲାଗି ଭାଜପା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଯଦି ସମସ୍ତ ୧୫ ଅଯୋଗ୍ୟ ଘୋଷିତ ବିଧାୟକ ଚାହିଁବେ ଦଳରେ ସାମିଲ ହୋଇ ଆଗାମୀ ଉପନିର୍ବାଚନ ଲାଗି ଭାଜପାରୁ ପ୍ରାର୍ଥୀ ହୋଇପାରିବେ ବୋଲି କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟୋଦୁରାପ୍ପା ସୋମବାର ପ୍ରକାଶ କରିଛନ୍ତି। ଭାଜପା ଅଧ୍ୟକ୍ଷ ଅମିତ ଶାହ ଏହା ଚାହୁଁଥିବା ସେ ମତ ଦେଇଛନ୍ତି। ଗତ ଜୁଲାଇ ମାସରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ବିରୋଧରେ ଏମାନେ ସ୍ବର ଉତ୍ତୋଳନ କରିଥିଲେ। ସରକାର ପତ୍ତନ ପରେ ଭାଜପା କ୍ଷମତାସୀନ ହେବା ଲାଗି ରାସ୍ତା ଫିଟିଥିଲା। ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବାକୁ ଯାଉଥିବାବେଳେ ଭାଜପା ପକ୍ଷରୁ ଚତୁରତାର ସହ ଗୋଟିଚାଳନା କରାଯାଇଛି। ଦଳରେ ଏକାଧିକ ପରାଜିତ ଓ ନବାଗତ ପ୍ରାର୍ଥୀଙ୍କୁ ଅଣଦେଖା କରି ଅଯୋଗ୍ୟ ଘୋଷିତ ବିଧାୟକଙ୍କୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଅସନ୍ତୁଷ୍ଟଙ୍କୁ ବିଭିନ୍ନ କର୍ପୋରେଶନ ଓ ବୋର୍ଡରେ ଅବସ୍ଥାପିତ କରାଯାଇ ପାରିବ ବୋଲି ୟୁଦୁରାପ୍ପା କହିଛନ୍ତି। ଶିମୋଗା ଜିଲା ଶିକାରୀପୁର ବାସଭବନରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ଦ୍ୱନ୍ଦ୍ୱ ନାହିଁ। ସେମାନେ ଚାହିଁଲେ ସମସ୍ତ ୧୫ଙ୍କୁ ଦଳ ଟିକେଟ ଦେବାକୁ ପ୍ରସ୍ତୁତ। ସେମାନଙ୍କ ବିଜୟ ଲାଗି ଭାଜପା ପଦକ୍ଷେପ ନେବ। ଦଳ ପ୍ରତି ସେମାନେ ଆସ୍ଥା ରଖିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍‌ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ...

ଟିଆର୍‌ଏସ୍‌ କର୍ମୀଙ୍କୁ ହତ୍ୟାକଲେ ମାଓବାଦୀ

ହାଇଦ୍ରାବାଦ, ୧୨।୧୦: ତେଲଙ୍ଗାନାର ମୁଲୁଗୁ ଜିଲା ଅନ୍ତର୍ଗତ ଆଲୁବାକା ଗ୍ରାମରେ ମାଓବାଦୀମାନେ ଜଣେ ଟିଆର୍‌ଏସ୍‌ କର୍ମୀଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମାଓବାଦୀଙ୍କୁ ଟଙ୍କା ଦେବାକୁ...

ସ୍କୁଲ୍‌ ଖୋଲିବା ନେଇ ଜାରି ହେଲା ନୂଆ ଏସ୍‌ଓପି

ନୂଆଦିଲ୍ଲୀ,୩।୧:କେନ୍ଦ୍ର ସରକାର ସ୍କୁଲ୍‌ ଖୋଲିବା ନେଇ ଗୁରୁବାର ନୂଆ ଗାଇଡ୍‌ଲାଇନ ଜାରି କରିଛନ୍ତି। ସ୍କୁଲ୍‌ ଆସିବାକୁ ଅଭିଭାବକଙ୍କ ଅନୁମତି ଲୋଡା ନାହିଁ। ସେ ନିଷ୍ପତ୍ତି ରାଜ୍ୟ...

ଆର୍‌ଟିପିସିଆର୍ ନେଗେଟିଭ ରିପୋର୍ଟ ବିନା ପଞ୍ଜାବରେ ପ୍ରବେଶ ମନା

ଚଣ୍ଡିଗଡ଼,୧୪ ।୮: ବାହାର ରାଜ୍ୟରୁ ଏବେ ପଞ୍ଜାବ ଯାଉଥିବା ଲୋକଙ୍କ ପାଇଁ ବଡ ସୂଚନା । କରୋନାର ଦୁଇଟି ଯାକ ଟିକା ଅଥବା କରୋନା ଆର୍‌ଟିପିସିଆର୍...

ମୋଦିଙ୍କ ସହ କଥା ହେଲେ ରୁଷିଆ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୮ ।୯: ଚାଇନା ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ସହ ଟେଲିଫୋନ...

କୃଷି ମନ୍ତ୍ରୀଙ୍କୁ ଚା, ପକୋଡାର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କଲା କୃଷକ ସଂଗଠନ

ନୂଆଦିଲ୍ଲୀ,୨।୧୨: କୃଷକ ସଂଗଠନର ନେତାମାନେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସେମାନଙ୍କ ପିକେଟିଂସ୍ଥଳକୁ ଆସି ଜିଲାପି, ଚା-ପକୋଡା’ର ସ୍ବାଦ ଚାଖିବାକୁ ନିମନ୍ତ୍ରଣ କରିଛନ୍ତି। ମନ୍ତ୍ରୀ...

ଜନତାଙ୍କୁ ଲୁଚୁଛନ୍ତି ଯୋଗୀ ଆଦିତ୍ୟନାଥ: ପ୍ରିୟଙ୍କା

ନୂଆଦିଲ୍ଲୀ,୧।୭: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପୁଣିଥରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁରଦାବାଦ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ...

କଲାମଙ୍କ ନାଁରେ ଦିଆଯାଉଥିବା ପୁରସ୍କାରର ନାଁ ପରିବର୍ତ୍ତନ କଲେ ଆନ୍ଧ୍ର ସରକାର

ଅମରାବତି,୫।୧୧: ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡି ସରକାର ଡ. ଏପିଜେ ଅବଦୁଲ କଲାମ ପ୍ରତିଭା ପୁରସ୍କାରର ନାଁ ପରିବର୍ତ୍ତନ କରିଛନ୍ତି। ଏହାକୁ ଓ୍ବାଇଏସ୍‌ଆର୍‌...

Advertisement
Archives

Model This Week