‘ଅମ୍ଫନ୍‌’ ସମୟରେ କେନ୍ଦ୍ରାପଡ଼ାରେ ୨ ମହିଳାଙ୍କ ମୃତ୍ୟୁ ଘଟଣା: ଜିଲାପାଳ କହିଲେ ‘ବାତ୍ୟାରେ ହୋଇନାହିଁ’

କେନ୍ଦ୍ରାପଡ଼ା ଅଫିସ/ମହାକାଳପଡ଼ା(ଡି.ଏନ୍‌.ଏ.),୨୧।୫: ସାମୁଦ୍ରିକ ଝଡ ଅମ୍ଫନ୍‌ ସମୟରେ କେନ୍ଦ୍ରାପଡ଼ା ଜିଲାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିଲା। ହେଲେ ମହିଳାଦ୍ୱୟଙ୍କ ମୃତ୍ୟୁ ବାତ୍ୟାରେ ହୋଇ ନ ଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

ରାଜନଗର ବ୍ଲକ ସାତଭାୟା ଗ୍ରାମର କୋଇଲି ବେହେରା (୫୭)ଙ୍କ ମୃତ୍ୟୁ ସ୍ବାସ୍ଥ୍ୟଗତ କାରଣରୁ ହୋଇଛି। ସେହିଭଳି ବତୀଘର ପଞ୍ଚାୟତ ବଡ଼ଟୁବି ଗ୍ରାମର ବିକାଶ ରପ୍ତାନଙ୍କ ସ୍ତ୍ରୀ ଯମୁନା ମଣ୍ଡଳଙ୍କ ମୃତଦେହ ଜୋରରୁ ମିଳିଥିଲା। ମାଛ ଧରିବାକୁ ଯାଇ ଘରକୁ ଫେରି ନ ଥିବା ଶାଶୁଘର ଲୋକେ କହିଥିଲେ। ହେଲେ ମୃତାଙ୍କ ମା’ ଆରତି ମଣ୍ଡଳ ଗୁରୁବାର ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିବା ଜମ୍ବୁ ମେରାଇନ ଥାନାରେ ଅଭିଯୋଗ କରିଛନ୍ତି। ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କ ଝିଅଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସେ ଦର୍ଶାଇଛନ୍ତି। ଅଭିଯୋଗ ଆଧାରରେ ପୋଲିସ (ମାମଲା ନଂ.୫୫/୨୦) ରୁଜୁ କରିବା ସହ ସ୍ବାମୀଙ୍କୁ ଅଟକ ରଖିଛି। ଏଥିସହ ମୃତଦେହକୁ ବ୍ୟବଚ୍ଛେଦ ଲାଗି କେନ୍ଦ୍ରାପଡ଼ାକୁ ପଠାଯାଇଥିବା କେନ୍ଦ୍ରାପଡ଼ା ଜମ୍ମୁ ଅଧିକାରୀ ରାମ କୁମାର ମୁର୍ମୁ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ସଫଳ ହୋଇଛି। ସାତଭାୟାର ବୃଦ୍ଧା କୋଇଲିଙ୍କ ସ୍ବାସ୍ଥ୍ୟଗତ କାରଣରୁ ମୃତ୍ୟୁ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ୧୦ ହଜାର ଟଙ୍କା ସହାୟତା ଦିଆଯାଇଛି। ବାତ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରାଯାଇ ସ୍ବାଭାବିକ ଚଳଣି ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ...

ଗାଁ ସ୍ୱଚ୍ଛ, ସହର ଅସ୍ୱଚ୍ଛ

ଛେଣ୍ଡିପଦା,୧୨ା୨(ସ୍ବ.ପ୍ର.): ସ୍ବଚ୍ଛ ଭାରତ ଯୋଜନାରେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକକୁ ସଫଳତା ମିଳିଛି। ବ୍ଲକ ଅଞ୍ଚଳର ଗାଁଗୁଡ଼ିକ ବାହ୍ୟମଳମୁକ୍ତ ହୋଇପାରିଥିବା ଦାବି କରାଯାଉଛି। ଏଥିପାଇଁ ପ୍ରଶାସନ ପ୍ରଶଂସା...

କୁସୁମୀ ସେତୁ ଆପ୍ରୋଚ ରାସ୍ତା ନିର୍ମାଣରେ ବିଳମ୍ବ : ବିଭାଗୀୟ କର୍ତ୍ତୃପକ୍ଷଙ୍କ ନୀରବ ନେଇ ଅସନ୍ତୋଷ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦସା ଗ୍ରାମ ନିକଟସ୍ଥ ରାଣୀଛେଲି ପଞ୍ଚାୟତସ୍ଥ କଳପଙ୍ଗୀ ଗ୍ରାମକୁ ସଂଯୋଗ କରୁଥିବା କୁସୁମୀ ନଦୀ ଉପରେ ଆପ୍ରୋଚ ରାସ୍ତା ନିର୍ମାଣରେ...

ଷ୍ଟାର ପ୍ରଚାରକରୁ ବାଦ୍‌ ପଡିଲେ ବିଧାୟକ ମୋକିମ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି। ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ନିଜ ନିଜର ଷ୍ଟାର ପ୍ରଚାରକ...

ଜିଲାରେ ବୃଦ୍ଧି ପାଉଛି ମକାଚାଷ

ବ୍ରହ୍ମପୁର,୧୯ା୯ (ସ୍ମୃତି ରଞ୍ଜନ ମହାଲିକ): ଧାନ ଭଳି ମକା ଚାଷ ମଧ୍ୟ ଗଞ୍ଜାମ ଜିଲାରେ ଚାଷୀଙ୍କ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ଜିଲାରେ ପ୍ରାୟ...

ବସ୍ତାରେ ଚାଉଳ କମ୍‌ ରହୁଥିବା ନେଇ ଉଦ୍‌ବେଗ

ଖଇରା, ୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ସମସ୍ତ ଡିଲରଙ୍କ ଏକ ବୈଠକ ସୋମବାର ଖଇରା...

ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ନବୀନଙ୍କ ଦାବି: କେନ୍ଦ୍ରକୁ ଲେଖିଲେ ଚିଠି

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଏନ୍‌ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍‌ ସଂକ୍ରମଣକୁ...

ଆଦର୍ଶ ବିଦ୍ୟାର୍ଥୀ ସମ୍ମାନ: ଓଡ଼ିଶାରୁ ଶୁଭସ୍ମିତା

ରାଜନଗର, ୩୦।୯(ବଡି.ଏନ୍‌.ଏ.): ଅନ୍ତର୍ଜାତୀୟ ଶିଶୁ ଶାନ୍ତି ପୁରସ୍କାର ପାଇଁ ଭାରତରୁ ୧୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ କେନ୍ଦ୍ରାପଡ଼ା ଜିଲା ରାଜନଗର...

Advertisement
Archives

Model This Week