Posted inଖେଳ

ଅମୀରଙ୍କ ଅବସର ନିଷ୍ପତ୍ତିକୁ ପୂର୍ବତନ କ୍ରିକେଟରଙ୍କ ସମାଲୋଚନା

କରାଚୀ,୨୮।୭(ପି.ଟି.)- ପାକିସ୍ତାନ ତାରକା ଦ୍ରୁତ ବୋଲର ମହମ୍ମଦ ଅମୀର ମାତ୍ର ୨୭ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ଏହା ଅନେକଙ୍କର ହଜମ ହୋଇନାହିଁ। ପୂର୍ବତନ ପାକିସ୍ତାନ ମହାନ୍‌ ଦ୍ରୁତ ବୋଲର ଓ୍ବାସିମ ଆକ୍ରମ ଓ ସୋଏବ ଅଖତାର ଅମୀରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି।
୨୭-୨୮ ବର୍ଷରେ ଜଣେ ବୋଲର କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଥାଏ। ତେବେ ଏହି ବୟସରେ ଅମୀରଙ୍କ ଅବସର ନିଷ୍ପତ୍ତି ମୋତ ଆଶ୍ଟର୍ଯ୍ୟ କରିଛି ବୋଲି ଆକ୍ରମ କହିଛନ୍ତି। ଏହି ବୟସରେ ଜଣେ ବୋଲର ଶ୍ରେଷ୍ଠ ଦଳଗୁଡିକ ବିପକ୍ଷରେ ଭଲ ପ୍ରଦର୍ଶନ କରିବାର ସୁଯୋଗ ହାସଲ କରିଥାଏ। ଟେଷ୍ଟ ହେଉଛି କ୍ରିକେଟର ସବୁଠାରୁ ଶ୍ରେଷ୍ଠ ଫର୍ମାଟ। ତେଣୁ ଜଣେ ବୋଲର ଏହି ଫର୍ମାଟରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ହାସଲ କରିଥାଏ। ପାକିସ୍ତାନ ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଦୁଇଟି ଓ ଇଂଲଣ୍ଡ ଗସ୍ତରେ ୩ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏପରିସ୍ଥଳେ ପାକିସ୍ତାନ ଅମୀରଙ୍କୁ ଆବଶ୍ୟକ କରୁଛି। କିନ୍ତୁ ତାଙ୍କର ଏହି ଅବସର ନିଷ୍ପତ୍ତି ଆମକୁ ନିରାଶ କରିଛି ବୋଲି ଆକ୍ରମ ଟୁଇଟ କରି ଉଲ୍ଲେଖ କରିଛନ୍ତି।
ସ୍ପଟ୍‌ ଫିକ୍ସିଂରେ ସମ୍ପୃକ୍ତ ହୋଇ ଅମୀର ବାସନ୍ଦ ହୋଇଥିଲେ ଓ ସେ କ୍ୟାରିୟରରେ ମାତ୍ର ୩୬ଟି ଟେଷ୍ଟ ଖେଳିଛନ୍ତି। ପାକିସ୍ତାନ କ୍ରିକେଟକୁ ଯେତେବେଳେ କିଛି ଦେବାର ବେଳ ଆସିଲା ସେତେବେଳେ ଅମୀର ଟେଷ୍ଟରୁ ଅବସର ନେଲେ। ମୋତେ ୨୭ ବର୍ଷ ହୋଇଥିଲେ ମୁଁ ଆହୁରି ୫୦ ଟେଷ୍ଟ ଖେଳିଥାନ୍ତି ବୋଲି ଅଖତାର କହିଛନ୍ତି। ଟେଷ୍ଟ ଫର୍ମାଟରେ ପାକିସ୍ତାନର ପ୍ରଦର୍ଶନ ଆଶାନୁରୂପ ହୋଇନାହିଁ ଓ ଏଥିରେ ପାକିସ୍ତାନ ସଂଘର୍ଷ କରୁଛି। ତେଣୁ ଅମୀରଙ୍କ ଆବଶ୍ୟକତା ରହିଥିବା ବେଳେ ତାଙ୍କର ଏହି ନିଷ୍ପତ୍ତି ମୋତେ ନିରାଶ କରିଛି। ତେବେ ପୂର୍ବତନ ଦ୍ରୁତ ବୋଲର ଓ୍ବାକର ୟୁନିସ୍‌ ଅମୀରଙ୍କୁ ହ୍ବାଇଟ୍‌ ବଲ୍‌ କ୍ରିକେଟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ନୈରାଶ୍ୟବ୍ୟକ୍ତ କରିନାହାନ୍ତି। ପୂର୍ବତନ ଓପନର ତଥା ଅଧିନାୟକ ରମିଜ ରାଜା ମଧ୍ୟ ଏ ନେଇ ନୈରାଶ୍ୟବ୍ୟକ୍ତ କରିଛନ୍ତି। ଏତେ କମ୍‌ ବୟସରେ ଅମୀର ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଉଥିବାରୁ ଆମେ ନିରାଶ ହୋଇଛୁ। ଟେଷ୍ଟ ପାଇଁ ପାକିସ୍ତାନ ତାଙ୍କୁ ଆବଶ୍ୟକ କରୁଥିଲା। ଏବେ ସେ ପାକିସ୍ତାନ କ୍ରିକେଟକୁ କିଛି ଦେବାର ସମୟ ଆସି ପହଞ୍ଚିଥିଲା। କିନ୍ତୁ ଅନ୍‌ମୀରଙ୍କ ନିଷ୍ପତ୍ତି ଆମକୁ ଆଶ୍ଟର୍ଯ୍ୟ କରିଛି ବୋଲି ରାଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

Asian Games 2026: ପାକିସ୍ତାନକୁ ଦୁଇଥର ହରାଇବା ସହ ବାଂଲାଦେଶକୁ ଶୋଚନୀୟ ଭାବେ ପରାସ୍ତ କରି ୪ ପଦକ ଜିତିଲା ଭାରତ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ତୃତୀୟ ଦିନ, ଅର୍ଥାତ ସୋମବାର (ସେପ୍ଟେମ୍ବର ୨୧), ଭାରତୀୟ ଦଳ ପାଇଁ ଅତ୍ୟନ୍ତ ସଫଳ ରହିଥିଲା ଏବଂ ଦଳ ମୋଟ ଚାରୋଟି…

୧୭-୧ରେ ହାରିଲା ଇଣ୍ଡୋନେସିଆ, ଦୀପିକା, ଋତୁଜା, ନବନୀତଙ୍କ ହ୍ୟାଟ୍ରିକ ଗୋଲ୍‌

କାକାମିଗାହାରା,୨୧।୯: ଏସିଆନ ଗେମ୍ସ ମହିଳା ହକି ପ୍ରତିଯୋଗିତାରେ ପୁଲ୍‌ ‘ବି’ର ଏକ ମ୍ୟାଚ୍‌ରେ ଭାରତ ୧୭-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ସୋମବାର ଖେଲାଯାଇଥିବା ଏହି ଏକତରଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?