ଅଭିଯୋଗକାରୀଙ୍କୁ ମାଡମାରି ଜେଲ ଗଲେ ବ୍ଲକ ଅଧ୍ୟକ୍ଷ, ଅଧ୍ୟକ୍ଷଙ୍କ ପୁତରା ବି ଗିରଫ

ନୂଆପଡା ଅଫିସ/ଖଡିଆଳ,୨ା୧- ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଫରେଷ୍ଟରଙ୍କୁ ମାଡପିଟ କରିବା ସହ ପୋଲିସକୁ ଗାଳିଗୁଳଜ କରିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କୁ ଗିରଫ କରିଛି ପୋଲିସ। ଗୁରୁବାର ପୂର୍ବାହ୍ନରେ ତାଙ୍କୁ ଗିରଫ କରାଯାଇଛି। ଦଫା ୩୪୧, ୨୯୪, ୩୨୩, ୩୫୪, ୫୦୬, ୧୮୬, ୪୨୭, ୩୪ରେ ଏକ ମାମଲା ରୁଜୁ କରାଯାଇ ସନ୍ଧ୍ୟାରେ କୋର୍ଟକୁ ଚାଲାଣ କରାଯାଇଛି।
ବିବରଣୀମତେ ମଙ୍ଗଳବାର ରାତି ୯ଟାବେଳେ ବଜାର ପଡାରେ ଧନୁଯାତ୍ରା ଚାଲିଥିବା ସମୟରେ ସୁନୀଲ ନାଇଡୁ (୨୫)ନାମକ ଜନୈକ ଅଟୋ ଚାଳକଙ୍କୁ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କ ପୁତୁରା ପ୍ରଲେନ୍ଦୁ ଶବର(୨୫) ଗାଳିଗୁଳଜ କରିଥିଲେ। ଏହା ସହ ମାଡ ପିଟ କରି ଅଟୋକୁ ଭଙ୍ଗାରୁଜା କରିଥିଲେ। ଏହାକୁ ନେଇ ସୁନୀଲ ଏବଂ ତାଙ୍କ ପିତା ତଥା ଫରେଷ୍ଟର ସନ୍ତୋଷ ଖଡିଆଳ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ। ଏହି ଖବରପାଇ ବ୍ଲକ ଅଧ୍ୟକ୍ଷ ଶବର ରାଗ ତମତମ ହୋଇ ଥାନାକୁ ଆସିଥିଲେ। ଥାନା କ୍ୟାମ୍ପସ ଭିତରେ ବାପପୁଅଙ୍କୁ ଗାଳି ଗୁଳଜ କରିବା ସହ ମାଡପିଟ କରିଥିଲେ। ଏପରିକି ପୋଲିସକୁ ମଧ୍ୟ ଗାଳି କରିବାରେ ପଛାଇ ନ ଥିଲେ। ଯେତେ ବୁଝାଶୁଝା କରିଥିଲେ ମଧ୍ୟ ସେଥିରୁ ନିବୃତ ହୋଇ ନ ଥିଲେ। ଏହାକୁ ନେଇ ପୋଲିସ ମାମଲା ରୁଜୁ କରିଥିଲା। ଗୁରୁବାର ମଧ୍ୟାହ୍ନରେ ଥାନା ଛକ ଦେଇ ନିଜ ଗାଡିରେ ବ୍ଲକ ଅଧ୍ୟକ୍ଷ ଯାଉଥିବା ସମୟରେ ପୋଲିସ ଅଟକାଇ ଗିରଫ କରି ନେଇଥିଲା। ତେବେ ଦୁଇ କାକା ପୁତୁରାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ଗିରଫଦାରୀ ଏଠାରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ବିଗତ ଦିନମାନଙ୍କରେ ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବ୍ଲକ ଅଧ୍ୟକ୍ଷ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏପରିକି ତାଙ୍କ ବିରୁଦ୍ଧରେ ପଞ୍ଚାୟତ ସମିତିର ଲୋକପ୍ରତିନିଧିମାନେ ଗତ ନଭେମ୍ବର ୧ରେ ଅନାସ୍ଥା ଭୋଟ ଦେଇଛନ୍ତି। ହାଇକୋର୍ଟର ରହିତାଦେଶ ଆଣି ପଦବୀରେ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri