ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ପରଜଙ୍ଗ, ୧୩।୧୦(ଡି.ଏନ୍‌.ଏ.) – ଜଣେ ଅଭିଯୁକ୍ତ କାଠ ବ୍ୟବସାୟୀଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ମହାବିରୋଡ ରେଞ୍ଜର ସୁବ୍ରତ ବେହେରା। ଏହାର ଫଟୋ ସୋସିଆଲ ମିଡିଆରେ ଘୂରିବୁଲିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ ବିଭାଗର ପଦସ୍ଥ ଅଧିକାରୀଙ୍କ ଏଭଳି ଦବଙ୍ଗଗିରିକୁ ନାପସନ୍ଦ କରି ସୋସିଆଲ ମିଡ଼ିଆରେ ମତ ରଖିଛନ୍ତି ଅନେକେ। ଅନ୍ୟପଟେ ଘଟଣାକୁ ରେଞ୍ଜର ସ୍ବୀକାର କରିଛନ୍ତି। ସେହିପରି ଅଧିକାରୀଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।
ବାଇଗିଣିଆ ସଂରକ୍ଷିତ ଜଙ୍ଗଲରେ ଚୋରା କାଠ ବ୍ୟବସାୟ ଚାଲିଥିବା ସୂଚନା ପାଇ ଗୁରୁବାର ରେଞ୍ଜର ସୁବ୍ରତ ବେହେରା, ଡେପୁଟି ରେଞ୍ଜର ହରମୋହନ ନାୟକ, ଫରେଷ୍ଟର ରାମଚନ୍ଦ୍ର ରାଉତ ପ୍ରମୁଖ ଚଢ଼ାଉ କରି ୩ଖଣ୍ଡ ଶାଳ ଗଣ୍ଡି ଜବତ କରିଥିଲେ। ପଚରାଉଚୁରା ପରେ ଉକ୍ତ କାଠ ଅଁଳାକଟା ଗ୍ରାମର କୈଳାସ ବେହେରାଙ୍କର ବୋଲି ଜଣାପଡ଼ିଥିଲା। ଏଥିସହ ବାଇଗିଣିଆ ଗ୍ରାମର ରଞ୍ଜନ ଭୋଇଙ୍କ ଘରେ ମୂଲ୍ୟବାନ କାଠ କଟାଯାଇ ରଖାଯାଇଥିବା ସୂଚନା ମିଳିଥିଲା। ବନ କର୍ମଚାରୀ ରଞ୍ଜନଙ୍କ ଘରେ ଚଢ଼ାଉ କରି ଶାଗୁଆନ, ଶାଳ ପଟା ଏବଂ ଗଣ୍ଡି ଜବତ କରିଥିଲେ। ଚଢ଼ାଉ ପୂର୍ବରୁ ସେ ଫେରାର ହୋଇଯାଇଥିଲେ। ରଞ୍ଜନଙ୍କ ସ୍ତ୍ରୀ ଉକ୍ତ କାଠଗୁଡ଼ିକ କୈଳାସଙ୍କର ବୋଲି କହିଥିଲେ। ଏଥିସହ ରେଞ୍ଜରଙ୍କ ମୋବାଇଲରୁ କୈଳାସଙ୍କୁ ଫୋନ୍‌ କରି ଡାକିଥିଲେ। ଜବତ କାଠଗୁଡ଼ିକୁ ଏକ ଟାଟା ଏସିଇରେ ବୋଝେଇ କରି ଜଙ୍ଗଲରେ ଜବତ କରାଯାଇଥିବା କାଠଗଣ୍ଡି ଆଣିବାକୁ ବନ କର୍ମଚାରୀ ଯାଉଥିବାବେଳେ କୈଳାସ ଏବଂ ତାଙ୍କ ପୁଅ ସୁକୁମାର ବାଇକ୍‌ରେ ପହଞ୍ଚତ୍ଥିଲେ। ଜବତ କାଠ ଛାଡ଼ିଦେବାକୁ ଉଭୟେ ରେଞ୍ଜରଙ୍କୁ କହିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ରେଞ୍ଜର କୈଳାସଙ୍କୁ ମାଡ଼ ମାରିବା ସହ ଉଠ୍‌ବସ୍‌ କରାଇଥିବା ସୁକୁମାର କହିଛନ୍ତି। ଜବତ କାଠ ଏବଂ ଅଭିଯୁକ୍ତଙ୍କୁ ଧରି ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚତ୍ବା ପରେ ମଧ୍ୟ ରେଞ୍ଜର କୈଳାସଙ୍କୁ ଆଣ୍ଠେଇ ଦେଇଥିବା ଏକ ଫଟୋ ଭାଇରାଲ ହୋଇଛି। ଅନ୍ୟପଟେ ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।
ଏ ନେଇ ରେଞ୍ଜର କୁହନ୍ତି, କୈଳାସ ଦୀର୍ଘଦିନ ହେଲା ଚୋରା କାଠ ବ୍ୟବସାୟ କରିଆସୁଥିବା ଅଭିଯୋଗ ହେଉଥିଲା। ସୂଚନା ପାଇ କାଠ ଜବତ କରାଯିବା ପରେ ଅଭିଯୁକ୍ତ ଘଟଣାସ୍ଥଳରେ ପହଞ୍ଚତ୍ ସେଗୁଡ଼ିକୁ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଦଣ୍ଡ ଦେଇଥିବା ରେଞ୍ଜର ସ୍ବୀକାର କରିଛନ୍ତି। ଆଗକୁ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି ସେ କହିଛନ୍ତି। ଏ ନେଇ ଡିଏଫ୍‌ଓ କୁହନ୍ତି, କାଠ ବ୍ୟବସାୟରେ ଲିପ୍ତ ଜଣେ ଅଭିଯୁକ୍ତଙ୍କୁ ରେଞ୍ଜର ଦୁର୍ବ୍ୟବହାର କରିଥିବା ସୂଚନା ମିଳିଛି। ସୋମବାର ରେଞ୍ଜରଙ୍କ ସହ ଆଲୋଚନା କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri