ଅଭିଯୁକ୍ତଙ୍କୁ ୭ ବର୍ଷ କାରାଦଣ୍ଡାଦେଶ

ଅନୁଗୋଳ ଅଫିସ୍‌, ୧୪।୩

ଏକ ଡକାୟତି ମାମଲାର ବିଚାର କରି ଅନୁଗୋଳ ଆସିଷ୍ଟାଣ୍ଟ ସେସନ୍‌ସ ଜଜ୍‌ କମ୍‌ ସିଜେଏମ୍‌ କୋର୍ଟ ଅଭିଯୁକ୍ତ ଜରାସିଂହାର କାଳିଆ ଓରଫ ପ୍ରଦୀପ ବେହେରା(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ଦେବାକୁ ବିଚାରପତି ସି.ଏଚ. ବାସୁଦେବ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟସ୍ଥଳେ ଅଧିକ ୧ ବର୍ଷ କାରାଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୧୪ ଅଗଷ୍ଟ ୯ରେ କୁମଣ୍ଡ (ଭଣ୍ଡୁବର) ଗ୍ରାମର ପ୍ରିୟବ୍ରତ ଦେହୁରୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଥିଲା। ସନ୍ଧ୍ୟା ୮ଟାରେ କେତେଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ପ୍ରିୟବ୍ରତଙ୍କ ବାପା ପ୍ରସନ୍ନ କୁମାର ଦେହୁରୀଙ୍କୁ ମାଡ଼ ମାରିଥିଲେ। ବିରୋଧ କରିବାରୁ ପ୍ରିୟବ୍ରତଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ପରେ ତାଙ୍କ ଜେଜେ ମା’ ଓ ଜେଜେ ବାପାଙ୍କୁ ଗୋଟିଏ ଘରେ ଭର୍ତ୍ତି କରିବା ସହ ମା ଓ ଭଉଣୀଙ୍କୁ ମାଡ଼ ମାରି ଚେନ୍‌, କାନ ଫୁଲ, ମୁଦି ଓ ଆଲମାରିରେ ଥିବା ୩୦ ହଜାର ଟଙ୍କା, ୫ଟି ମୋବାଇଲ ଏବଂ ଲାପଟପ ନେଇ ଚମ୍ପଟ ମାରିଥିଲେ। ଅଭିଯୋଗ ପାଇ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରଦୀପ ବେହେରାଙ୍କ ସହ କେତେଜଣଙ୍କୁ କାବୁ କରିଥିଲା। ଇତିମଧ୍ୟରେ ପ୍ରଦୀପଙ୍କ ଶୁଣାଣି ଶେଷ ହୋଇଥିବାବେଳେ ଅନ୍ୟମାନଙ୍କ ବିଚାର ପ୍ରକ୍ରିୟା ଜାରି ରହିଛି ବୋଲି କୋର୍ଟ ପକ୍ଷରୁ ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ଏପିପି ଧ୍ରୁବ ଚରଣ ସାହୁ ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଏସ୍‌ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ରବିବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କୃଷି...

ହାତୀ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୮ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କଲା ଗ୍ରାମରେ ରବିବାର ରାତିରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଶିବୁନ ମହାପାତ୍ର (୧୩)ଙ୍କର ମୃତ୍ୟୁ ଘଟିଛି। ଶିବୁନ...

ନକଲି ମହିଳା ଆଇପିଏସ୍‌ ଅଫିସର ଗିରଫ

ରାଉରକେଲା ଅଫିସ, ୧୯।୮-ରାଉରକେଲା ଉଦିତନଗର ପୋଲିସ ମଙ୍ଗଳବାର ଜଣେ ନକଲି ମହିଳା ଆଇପିଏସ୍‌ ଅଫିସରଙ୍କୁ ଧରିଛି। ବୁଧବାର ତାଙ୍କୁ ଗିରଫ କରାଯାଇଛି। ଏହି ମହିଳା ଜଣକ...

ରାସ୍ତାରେ ଅସଦାଚରଣ କରି ଛେଚା ଖାଇଲେ କନ୍‌ଷ୍ଟେବଳ

ଭୁବନେଶ୍ୱର, ୧୬ା୨(ବ୍ୟୁରୋ): ରାଜଧାନୀରେ ଖାକି ବାବୁଙ୍କୁ ପ୍ରେମ ରୋଗ ଛାଡୁନି। ମାସକ ଭିତରେ ୩ ପୋଲିସ କର୍ମଚାରୀ ପ୍ରେମ ଓ ବଳାତ୍କାର ମାମଲାରେ ଗିରଫ ହୋଇଥିବାବେଳେ...

କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର

ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...

ପର୍ଯ୍ୟଟକଙ୍କ ଅପେକ୍ଷାରେ କୁଲଡିହା

ନୀଳଗିରି, ୨୪ା୧୦(ସ୍ବ.ପ୍ର.): ନଭେମ୍ବର ୧ରୁ ଖୋଲିବ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଏବେଠୁ ସଜେଇ ହେଲାଣି।...

କଳାକାରଙ୍କ ଉପରେ କରୋନା ଚଡ଼କ: ସବୁ ଉପାର୍ଜନବାଟ ବନ୍ଦ

ଭୁବନେଶ୍ୱର, ୧୭ା୪(ବ୍ୟୁରୋ): କଳାକାରଙ୍କ ଉପରେ କରୋନା ଚଡ଼କ। ଲକ୍‌ଡାଉନ୍‌ ପାଇଁ ଉପାର୍ଜନର ସବୁ ବାଟ ବନ୍ଦ ହୋଇଯାଇଥିବାରୁ ରାଜ୍ୟର ହଜାର ହଜାର କଳାକାର ଏବେ ନାନା...

ଚଳିତବର୍ଷ ବଢ଼ିବନି ସ୍ଥାବର ସମ୍ପତ୍ତି ମୂଲ୍ୟ

ଭୁବନେଶ୍ୱର,୬ା୫(ବ୍ୟୁରୋ):ରାଜ୍ୟରେ କୋଭିଡ୍‌-୧୯ ମହାମାରୀ ଦ୍ୱିତୀୟ ଲହର ହୁ ହୁ ହୋଇ ମାଡ଼ିଚାଲିଛି। ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର...

Advertisement
Archives

Model This Week