ଅଭିଭାବକ, ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଜାରି: ଫିକା ପଡିଲା ସରସ୍ବତୀ ପୂଜା

ଜଳେଶ୍ୱର, ୩୧।୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲଟିରେ ଟାଉନ୍‌ ହାଇସ୍କୁଲର ପ୍ରଧାନଶିକ୍ଷକଙ୍କୁ ଡିଇଓ ନିଲମ୍ବନ ଓ ବଦଳି କରିବା ନେଇ ୨ ଦିନ ଧରି ଛାତ୍ରୀଛାତ୍ର, ଅଭିଭାବକ ଓ ପୁରାତନ ଛାତ୍ରୀଛାତ୍ର ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ ଗୁରୁବାର ୩ୟ ଦିବସରେ ପହଞ୍ଚତ୍ଛି। ପ୍ରଥମ ଦିନରେ ଛାତ୍ରୀଛାତ୍ରମାନେ ବିଦ୍ୟାଳୟ ପରିସର ମଧ୍ୟରେ, ଦ୍ୱିତୀୟ ଦିନ ଛାତ୍ରୀଛାତ୍ରମାନେ ଅଭିଭାବକମାନଙ୍କ ସହିତ ଫାଟକ ବାହାରେ ଓ ୫୭ତମ ରାଜ୍ୟ ରାଜପଥ ପାର୍ଶ୍ୱରେ ଆନ୍ଦୋଳନ ଚଳାଇ ଆସୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ଆଦେଶ ଓ ବଦଳି ପ୍ରତ୍ୟାହୃତ ନ ହେବା ଯାଏ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ପ୍ରକାଶ କରିଥିଲେ। ଗୁରୁବାର ସରସ୍ବତୀ ପୂଜା ହୋଇଥିଲେ ମଧ୍ୟ ବିଦ୍ୟାଳୟରେ ୮ରୁ ୧୦ ଜଣ ଛାତ୍ରୀଛାତ୍ର ଯୋଗଦେଇଥିବା ବେଳେ ଶିକ୍ଷୟତ୍ରୀଶିକ୍ଷକମାନେ ଉପସ୍ଥିତ ଥିଲେ। ଆନ୍ଦୋଳନ ଯୋଗୁ ଛାତ୍ରୀଛାତ୍ରମାନେ ବିଦ୍ୟାଳୟକୁ ଆସି ନ ଥିବା ଅଭିଭାବକମାନେ କହିଛନ୍ତି। ଗତ ବୁଧବାର ଜଳେଶ୍ୱର ବ୍ଲକ ନୋଡ଼ାଲ ଶିକ୍ଷକ ମୂରଲୀ ପ୍ରଧାନ ଓ ଓଷ୍ଟାର ଜିଲା ସମ୍ପାଦକ ମନୋରଞ୍ଜନ ଦାସ ଘଟଣାସ୍ଥଳକୁ ଯାଇ ଡିଇଓଙ୍କ ସହ ବାଲେଶ୍ୱରରେ ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କ ଆନ୍ଦୋଳନ ଜାଣି ବିଧାୟକ ଅଶ୍ୱିନୀ ପାତ୍ର ବାଲେଶ୍ୱର ଡିଇଓଙ୍କ ସହ ଆଲୋଚନା କରିବା ସହ ଅତିଶୀଘ୍ର ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ ଦେବା ନାଁରେ ୧.୪୦ଲକ୍ଷ ହଡ଼ପ: ଥାନାର ଦ୍ୱାରସ୍ଥ ହେଲେ ମହିଳା

ରୂପ୍‌ସା, ୨୨।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରୂପ୍‌ସା ଥାନା ଆଘିରିଆ ଗ୍ରାମରେ ଋଣ ଦେବା ନାମରେ ଏକ ଫାଇନାନ୍ସ ସଂସ୍ଥାର ଅଧିକାରୀ ୧ଲକ୍ଷ ୪୦ହଜାର ଟଙ୍କା ହଡ଼ପ...

ଯୋରନ୍ଦା ହେବ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ

ଢେଙ୍କାନାଳ ଅଫିସ, ୧୩।୫: ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ଯୋରନ୍ଦାରେ ବଳ୍କଳଧାରୀ ଏବଂ କୌପୀନଧାରୀ ସନ୍ନ୍ୟାସୀ ଗୋଷ୍ଠୀ ମଧ୍ୟରେ ଦୀର୍ଘ ୧୩୦ବର୍ଷ ଧରି ଲାଗି ରହିଥିବା ବିବାଦର...

ଦଶାହ କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ମୃତ

କୋଟପାଡ଼, ୩୧।୧: କୋରାପୁଟ ଜିଲା କୋଟପାଡ଼ ଥାନା ମୂର୍ତ୍ତାହାଣ୍ଡିରେ ରବିବାର ରାତି ପ୍ରାୟ ସାଢେ ୮ଟାରେ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା...

ପ୍ରଶାସନ ଉପରେ ସୂଚନା ଆୟୋଗଙ୍କ ଅସନ୍ତୋଷ

ପୁରୀ ଅଫିସ,୨୩।୫: ବିବାଦ ଘେରରେ ରହିଆସିଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପୂର୍ବରୁ ମନ୍ଦିର ପ୍ରଶାସନ ନ ମାନିବା ସହ ରାଜ୍ୟ ସରକାର...

ବୁଢ଼ୀ ଠାକୁରାଣୀ ମନ୍ଦିରରୁ ଚୋରି: ରୁପା ଅଳଙ୍କାର, ଦାନ ହୁଣ୍ଡି ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୯।୫: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଲାଠି ଗ୍ରାମରେ ଥିବା ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଛି।...

ଜଙ୍ଗଲରେ ମହିଳାଙ୍କୁ ପୋଡି ହତ୍ୟା

ବଡଗାଁ,୨୧।୧: ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅନ୍ତର୍ଗତ ବରଙ୍ଗାକଛାର ପଞ୍ଚାୟତ ରାଣୀବୁଡା ଜଙ୍ଗଲରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ପୋଲିସ ଜବତ କରିଛି। ସୂଚନା ଅନୁଯାୟୀ,...

ଲକ୍‌ଡାଉନ୍‌ ଉଲ୍ଲଂଘନ: ୬ ଗିରଫ, ୧୫୦ ଲିଟର ମଦ ଜବତ

ଭଟଲି,୨୪ା୪(ଡି.ଏନ୍‌.ଏ.): କାରୋନା (କୋଭିଡ-୧୯) ମୁକାବିଲା ଲାଗି ସମଗ୍ର ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରି ସ୍ଥଳେ ଲକ୍‌ଡାଉନକୁ ଉଲ୍ଲଂଘନ କରି କେତେକ ଅସାଧୁ ବ୍ୟବସାୟୀ ଜଙ୍ଗଲ...

ବିନା ପଞ୍ଜୀକରଣରେ ଚାଲିଛି ରାସ୍ତା ପାର୍ଶ୍ୱ ବ୍ୟବସାୟ: ତଦାରଖ ହେଉନି ଖାଦ୍ୟର ମାନ

ଅନୁଗୋଳ ଅଫିସ, ୧ା୮ – ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଛତୁ ଫୁଟିଲା ପରି ଖୋଲୁଛି ଜଳଖିଆ ଦୋକାନ, ହୋଟେଲ। ଠେଲା ଗାଡ଼ିରେ ଭଳିକି...

Advertisement
Archives

Model This Week