ଅଭିଭାବକଙ୍କୁ ମରଣାନ୍ତକ ଆକ୍ରମଣ: ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ବିଦ୍ୟାଳୟ ଆଗରେ ଧାରଣା

କପ୍ତିପଦା,୧ା୮(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ନୂଆସାହି ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ଓ ତାଙ୍କ ଦିଅର ଜଣେ ଛାତ୍ରଙ୍କ ଅଭିଭାବକଙ୍କୁ ଦୁର୍ବ୍ୟବହାର ଓ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବୁଧବାର ବିଦ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏଥିରେ ଛାତ୍ରୀଛାତ୍ର, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସଦସ୍ୟ, ବଜାର କଲ୍ୟାଣ କମିଟିର ସଭାପତି, ସମସ୍ତ ବ୍ୟବସାୟୀ ଓ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ସାମିଲ ହୋଇଥିଲେ। ଖବରପାଇ ବିଇଓ ଶଶୀଧର ସିଂ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଥିଲେ। ମାତ୍ର ଶିକ୍ଷୟିତ୍ରୀଙ୍କୁ ଉକ୍ତ ବିଦ୍ୟାଳୟରୁ ଅନ୍ୟତ୍ର ବଦଳି ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ଚେତାବନୀ ଦେଇଥିଲେ। ବିଇଓ ସିଂ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାତ୍ର ଅଭିଯୁକ୍ତମାନଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ପାଇଁ ଦାବି ହୋଇଛି ା
ଅଭିଯୋଗ ଅନୁଯାୟୀ, ବଡଖଲାଡି ଗ୍ରାମର ପ୍ରବୀର ବିନ୍ଧାଣୀଙ୍କ ଭଉଣୀ କୃତିରାଣୀଙ୍କ ପୁଅ ଧ୍ରିତିଶ୍‌ ନୂଆସାହି ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର। ଧ୍ରିତିଶ୍‌ଙ୍କୁ଼ ଉକ୍ତ ବିଦ୍ୟାଳୟର ସଂପୃକ୍ତ ଶିକ୍ଷୟିତ୍ରୀ ଗତ ୨୪ ତାରିଖରେ ଗାଳିଗୁଲଜ କରିବା ସହିତ ତାଙ୍କ ଖାତାପତ୍ର ଫୋପାଡ଼ି ଦେଇଥିଲେ। ଏସମ୍ପର୍କରେ ଧ୍ରିତିଶ୍‌ଙ୍କ ମାଆ ସ୍କୁଲ୍‌କୁ ଯାଇ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଜଣାଉଥିବା ବେଳେ ସେହି ଶିକ୍ଷୟିତ୍ରୀ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହା ପର ଦିନ ଧ୍ରିତିଶ ସ୍କୁଲ ଯିବାକୁ ଭୟ କରିଥିଲେ। ମାମୁଁ ପ୍ରବୀର ତାଙ୍କୁ ବୁଝାସୁଝା କରି ସ୍କୁଲରେ ନେଇ ଛାଡି ଥିଲେ ା ମାତ୍ର ଶିକ୍ଷୟିତ୍ରୀ ଜଣକ ପ୍ରବୀରଙ୍କୁ ମଧ୍ୟ ଗାଳିଗୁଲଜ କରିିଥିବା ଅଭିଯୋଗ ହୋଇଛି।
ଘଟଣା ସଂପର୍କରେ ପ୍ରବୀର ସ୍କୁଲ୍‌ର ପିଟିଏ ସଦସ୍ୟ ରାଜେଶ କୁମାର ବେହେରାଙ୍କୁ ଜଣାଉଥିବାବେଳେ ଏହି ଶିକ୍ଷୟିତ୍ରୀଙ୍କ ଦିଅର ପ୍ରବୀରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରିବାର ଲୋକେ ପ୍ରବୀରଙ୍କୁ ପ୍ରଥମେ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ୨୬ ତାରିଖରେ ପ୍ରବୀର ଘଟଣା ସଂପର୍କରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଥିନେଇ ପୋଲିସ ଏକ ମାମଲା (ନଂ. ୮୨/୧୯) ରୁଜୁ କରି ତଦନ୍ତ ଚଳାଇଛି। ଶିକ୍ଷୟିତ୍ରୀଙ୍କ ସହିତ ତାଙ୍କ ଦିଅରଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଛି। ଘଟଣାର ସମାଧାନ ପାଇଁ ସ୍କୁଲ୍‌ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏକ ବୈଠକ ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବଜାର କଲ୍ୟାଣ କମିଟିର ସଭାପତି ବସନ୍ତ କୁମାର ରାଉଳ, ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶୋଭାରାଣୀ ପଢ଼ିଆରୀ, ଏବିଇଓ ଘନଶ୍ୟାମ ସିଂ, ସିଆର୍‌ସିସି ସରୋଜ କୁମାର ମହାନ୍ତି, ମହେନ୍ଦ୍ର ସାହୁ ଏବଂ ବଜାର କମିଟିର ସଦସ୍ୟ, ଅଭିଭାବକମାନେ ଯୋଗ ଦେଇଥିଲେ। ଛାତ୍ରଙ୍କ ଅଭିଭାବକ ଉକ୍ତ ବୈଠକରେ ଉପସ୍ଥିତ ଥିବାବେଳେ ସେହି ଶିକ୍ଷୟିତ୍ରୀ ଅନୁପସ୍ଥିତ ରହିଥିଲେ। ଫଳରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଅଭିଯୋଗ କରାଯାଇଛି। ଏସମ୍ପର୍କରେ ବିବାଦୀୟ ହୋଇପଡିଥିବା ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାରେ ବସିଲେ ପୌରପାଳିକା କର୍ମଚାରୀ

ଭଦ୍ରକ ଅଫିସ,୨୫ା୧୧: ଭଦ୍ରକ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଶୁକ୍ରବାର ପୌରପାଳିକା କର୍ମଚାରୀମାନେ କାର୍ଯ୍ୟାଳୟ ଆଗରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ଗୁରୁବାର ଭତ୍ତା...

ଗାଁ ମାଟିରେ ସଂଗ୍ରାମୀ ଭବାନୀ ଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ

ନିମାପଡ଼ା,୫।୫(ଡି.ଏନ୍‌.ଏ.): ଓଡ଼ିଶାର ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ, ଗାନ୍ଧୀବାଦୀ ନେତା, ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କର ଶେଷକୃତ୍ୟ ପୈତୃକ ଗ୍ରାମ ନିମାପଡ଼ାର ଗଡ଼ଅଣ୍ଢିଆ ଗ୍ରାମ ଶ୍ମଶାନରେ ପୂର୍ଣ୍ଣ ରାଷ୍ଟୀୟ...

୧୦ ଟଙ୍କିଆ କଏନ୍‌ ଚଳୁ ନ ଥିବା ଗୁଜବ

ଭବାନୀପାଟଣା, ୩୦ା୬(ଡି.ଏନ୍‌.ଏ.) : ଭବାନୀପାଟଣାରେ ଦଶ ଟଙ୍କିଆ କଏନ୍‌ ଚଳୁ ନାହିଁ ବୋଲି ମିଥ୍ୟା ପ୍ରଚାର କରାଯାଉଛି। ଏପରି ଗୁଜବ ଯୋଗୁ କୌଣସି ଦୋକାନୀ ଆଉ...

ମହିଳାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

ବରଗଡ଼ ଅଫିସ୍‌,୨୮ା୫: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀପଡା (ଡାଙ୍ଗ)ରେ ଶନିବାର ଜଣେ ମହିଳାଙ୍କୁ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାଡ଼ ମାରିଛନ୍ତି। ଏ...

ଜଳସେଚନ ପ୍ରକଳ୍ପକୁ ଗିଳୁଛି ପଥର ଖାଦାନ

ଯାଜପୁର ଅଫିସ,୩୦।୧୦ରାଜ୍ୟ ସରକାର ଜଳସେଚନ ଜମିର ପରିମାଣ ବୃଦ୍ଧି କରିବାକୁ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଡଗ୍‌ୱେଲ, ବୋର୍‌ୱେଲ ଇତ୍ୟାଦି ଯୋଜନା...

ଦିଶା ବୈଠକ ଅନୁଷ୍ଠିତ: ଛତୁଆ ପ୍ରସ୍ତୁତି କେନ୍ଦ୍ରରେ ଚଢ଼ାଉ କରିବେ ଅଧିକାରୀ

ନୟାଗଡ଼ ଅଫିସ,୩୦।୧୦-ନୟାଗଡ଼ ଜିଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ସୃଜନଠାରେ ମଙ୍ଗଳବାର ଦିଶା (ଡିଷ୍ଟ୍ରିକ୍ଟ ଡେଭ୍‌ଲପ୍‌ମେଣ୍ଟ କୋ ଅର୍ଡ଼ିନେଶନ୍‌ ଆଣ୍ଡ ମନିଟରିଂ କମିଟି) ବୈଠକ ଅନୁଷ୍ଠିତ...

କଟକ ସହରରୁ ଆଜି ୧୮୪ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୫।୯-କଟକ ସହରରୁ ଶନିବାର ୧୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୭ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୭୭ ଲୋକାଲ କଣ୍ଟାକ୍ଟ...

ପାଟଣା ରେଞ୍ଜରେ ୨୩ ବଣୁଆ ହାତୀ: ଉଜାଡିଲେ ଧାନ ଫସଲ, କ୍ଷତିପୂରଣ ଦାବି

ପାଟଣା,୧୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସାହାରପଡ଼ା ଓ ଗରାଣ୍ଡିଯୋଡି ସେକ୍ସନରେ ସୋମବାର ରାତିରେ ମୟୂରଭଞ୍ଜ ଜିଲା କରଞ୍ଜିଆ ରେଞ୍ଜରୁ ୨୩ଟି ଝାଡ଼ଖଣ୍ଡି ହାତୀ...

Advertisement
Archives

Model This Week