ଅଭିନେତା ସାଇ ସୁରଜ

ସାଇ ସୁରଜ! ଏଇ ନଁାଟି ବେଶ୍‌ ଜଣାଶୁଣା ଓଡ଼ିଆ ଯାତ୍ରା ଦର୍ଶକଙ୍କ ପାଇଁ। ସମ୍ପ୍ରତି ଅପେରା ‘ସୂର୍ଯ୍ୟମନ୍ଦିର’ରେ ଅଭିନୟ ଜାରି ରଖିଥିବା ସୁରଜଙ୍କର ପିଲା ବେଳୁ କଳାପ୍ରତି ଦୁର୍ବଳତା ରହିଥିଲା। ସେଥିଲାଗି ଗ୍ରାଜୁଏଶନ୍‌ ସରୁ ସରୁ ସେ ପଶି ଆସିଲେ ସିରିଏଲ୍‌ ତଥା ଆଲବମ୍‌ ଇଣ୍ଡଷ୍ଟ୍ରିକୁ। ‘ଅହଂକାର’, ‘କହିଲେ ତ କୁଳ କୁଟୁମ୍ବକୁ ଲାଜ’, ‘ରହସ୍ୟ, ଦ୍ୱନ୍ଦ୍ୱ’, ‘ସମାନ୍ତର’, ‘ସୁନା ସପନ’ ଆଦି ସିରିଏଲ ତାଙ୍କୁ ଛୋଟ ପରଦାର ଜଣେ ଲୋକପ୍ରିୟ କଳାକାର କରିତୋଳିଲା। ସେତେବେଳେ ଚାଲିଥିଲା ଆଲବମ୍‌ ଗୀତର ଜମାନା। ତେଣୁ କେବଳ ଓଡ଼ିଆ ସିରିଏଲ୍‌ ନୁହେଁ; ବହୁ ହିଟ୍‌ ଆଲବମ୍‌ ଗୀତରେ ଅଭିନୟ କରି ମଧ୍ୟ ନିଜ ଭିତରେ ଥିବା ପ୍ରତିଭାର ପ୍ରଦର୍ଶନ କରିଥିଲେ। ‘ଜୀବନରେ ବେଳେବେଳେ ଏମିତିକା ଭୁଲ ହୋଇଯାଏ’, ‘ଅବୁଝା ଏ ମନ ବୁଝେନାହିଁ ଜମା’, ‘ତୁ କେମିତି ପିନ୍ଧିଲୁ ସିନ୍ଦୂର’, ‘ଏଇ ଆକାଶ ତଳେ’, ‘ଜୀବନକୁ କି ଅବା ଭରସା ଆଜି ଅଛି କାଲିକି ନାହିଁ’, ‘ପୁଅଟିଏ ଥିଲେ ତା’ ପାଇଁ ଝିଅଟିଏ ଥାଏ’ ଏବଂ ‘ପାଦରେ ଅଳତା ମଥାରେ ସିନ୍ଦୂର’ ଆଦି ତାଙ୍କ ଆଲବମ୍‌ ଜୀବନର ଗୋଟିଏ ଗୋଟିଏ ମାଇଲ୍‌ଷ୍ଟୋନ୍‌ ସଙ୍ଗୀତ। ଚେହେରା ଯେମିତି ଅଭିନୟ ବି ସେମିତି। ତାଙ୍କ ଉପରେ ନଜର ପଡ଼ିଲା ଯାତ୍ରା ନିର୍ଦ୍ଦେଶକ ଆଶୁତୋଷ ମହାପାତ୍ରଙ୍କର। ସେ ସୁରଜଙ୍କୁ ଯାତ୍ରାକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ସଙ୍ଗେସଙ୍ଗେ ରାଜି ହୋଇଗଲେ ସୁରଜ। କାରଣ ତାଙ୍କୁ ତାଙ୍କର ପ୍ରତିଭା ଦେଖେଇବାର ଥିଲା। ତାଙ୍କ ଭିତରର କଳାକୁ ଲୋକଲୋଚନକୁ ଆଣିବାର ଥିଲା। ତେଣୁ ସେ ଯାତ୍ରାକୁ ଆସିବାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେନାହିଁ। ୨୦୧୫ ମସିହାରେ ସେ ଆସିଲେ ଯାତ୍ରାକୁ। ପାର୍ବତୀ ଗଣନାଟ୍ୟରେ ଯୋଗଦେଇ ସେ ତାଙ୍କ ଯାତ୍ରା ଇନିଂସର ଶୁଭାରମ୍ଭ କଲେ। ପ୍ରଥମରୁ ତାଙ୍କୁ ମିଳିଗଲା ନାୟକ ଭୂମିକା। ପ୍ରଥମ ନାଟକ ଥିଲା ହର ବାରିକ ରଚିତ ନାଟକ ‘ନୀଳ ଅପା ତମେ କ’ଣ କଲ’। ଏହାପରେ ସେ ପଡ଼ିଗଲେ ଯାତ୍ରା ପ୍ରେମରେ। ‘ପାର୍ବତୀ’ ଦେଇ ସେ ଏବେ ଆସି ପହଞ୍ଚତ୍ଛନ୍ତି ଅପେରା ‘ସୂର୍ଯ୍ୟମନ୍ଦିର’ରେ। ତାଙ୍କ ଅଭିନୀତ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଭୁଲ୍‌ ବୁଝିବନି ରହିଲା ରାଣ’, ‘ଏମିତି କେମିତି ହେଲା’, ‘ଯେଉଁଠି ଥାଆ ତୁ ଭଲରେ ଥାଆ’, ‘ସିନ୍ଦୂର ମୋର ସ୍ବାମୀ ତୋର’, ‘ଅଦିନ ଝଡ଼’, ‘ମାୟାରେ ବାନ୍ଧିଛି ମାୟା ମିରିଗ’ ଏବଂ ଆହୁରି ଅନେକ। ଚଳିତବର୍ଷ ଅପେରା ‘ସୂର୍ଯ୍ୟମନ୍ଦିର’ରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ହେଉଛି ‘ମାୟାବିିନୀ ମୌସୁମୀ’, ‘ପୁଅ ଯିବ ଶାଶୁଘର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’ ଏବଂ ‘ଭିତିରି କଥା’।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇ ଘରକୁ ଫେରିଲେ କନିକା କପୁର: କ୍ୱାରାଣ୍ଟାଇନ୍‌ରେ ରହିବେ ୧୪ ଦିନ

ମୁମ୍ବାଇ,୬।୪: କରୋନାକୁ ହରାଇ ଶେଷରେ ଗାୟିକା କନିକା କପୁର ଘରକୁ ଫେରିଛନ୍ତି। ୨୦ ମାର୍ଚ୍ଚଠାରୁ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ ଗ୍ରାଜୁଏଶନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌...

ସେହି ୪ ମିନିଟ୍‌

ବିଶେଷଭାବରେ କୌଣସି ସିନେମାରେ ଲିପ୍‌-ଲକ୍‌ ସିନ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍‌ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ।...

ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟଙ୍କୁ ଡେଟ୍‌ କରିଥିଲେ ରିଆ, ପ୍ରତିଶୋଧ ନେବାପାଇଁ…

ବମ୍ବେ: ଦୀର୍ଘ ଏକ ବର୍ଷ ଧରି ବିବାଦରେ ଫସି ରହିଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ,...

ସଡ଼କ ଦୁର୍ଘଟଣାରେ ଶିଶୁ କଳାକାର ମୃତ

ମୁମ୍ବାଇ: ‘ସଙ୍କଟମୋଚନ ହନୁମାନ’ ଓ ‘ସସୁରାଲ ସିମର କା’ ଭଳି ପ୍ରମୁଖ ସିରିୟଲରେ କାମ କରିଥିବା ଟେଲି ଶିଶୁ କଳାକାର ଶିବଲେଖ ସିଂହଙ୍କ ଏକ ସଡ଼କ...

ବଡ଼ ପରଦାରେ ଦୀପାବଳି

ମୁମ୍ବାଇ: ସବୁ ବଡ ବଡ ପର୍ବକୁ ରୁପେଲି ପରଦାରେ ଦେଖାଇବାକୁ ଚାହିଁଥାଆନ୍ତି ନିର୍ମାତା ନିର୍ଦ୍ଦେଶକ। ସେ ହୋଲି ହେଉ କି ଦୀପାବଳି, ଦଶହରା ହେଉ ଅବା...

ପ୍ରଥମଥର ରାଜନୀତିରେ ପାଦ ଦେଇ ବାଜି ମାରିଲେ ଏହି ଦୁଇ ଅଭିନେତ୍ରୀ

କେନ୍ଦ୍ରରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି। ଏଥର ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀ ଅଭିନେତା ପ୍ରଥମଥର...

ଗ୍ରୀଷ୍ମ ପ୍ରବାହକୁ ନେଇ ଟୁଇଟ୍‌ କଲେ ଅମିତାଭ

ମୁମ୍ବାଇ: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସହରର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି। ଏହାକୁ ନେଇ ବଲିଉଡ୍‌ ମହାନାୟକ...

ପ୍ରଭାସଙ୍କ ସୀତା ହେବେ କ୍ରିତି, ସନ୍ନି ଲକ୍ଷ୍ମଣ

ଦକ୍ଷିଣ ଫିଲ୍ମର ସୁପରଷ୍ଟାର ତଥା ‘ବାହୁବଳୀ’ପ୍ରଭାସଙ୍କ ଫିଲ୍ମ ‘ଆଦିପୂରୁଷ’ ଏବେ ଚର୍ଚ୍ଚାରେ ରହିଛି। ଫିଲ୍ମର ଘୋଷଣା ପରଠାରୁ ପ୍ରଭାସଙ୍କ ପ୍ରଶଂସକଙ୍କ ମଧ୍ୟରେ କ୍ରେଜ୍‌ ବଢ଼ିଯାଇଛି। ତେବେ...

Advertisement


Archives

Model This Week

Why Dharitri