ଅଭିନବ ଉପାୟରେ ବିଶ୍ୱକପ୍‌ ଶୁଭେଚ୍ଛା ଜଣାଇଲେ ଛାତ୍ରୀଛାତ୍ର

ନୂଆଦିଲ୍ଲୀ,୨୧।୬- ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳକୁ ପ୍ରବଳ ସମର୍ଥନ ମିଳୁଛି। ଡିପେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ଠାରୁ ଆରମ୍ଭ କରି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପର୍ଯ୍ୟନ୍ତ ବଡ଼ ସଂଖ୍ୟାରେ ପ୍ରଶଂସକ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଅଭିନବ ଉପାୟରେ ସମର୍ଥନ ଜଣାଇଛନ୍ତି ଚେନ୍ନାଇସ୍ଥିତ ଏକ ସ୍କୁଲର ଛାତ୍ରୀଛାତ୍ର। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଛାତ୍ରୀଛାତ୍ର ବିଶ୍ୱକପ୍‌ ଟ୍ରଫି ଆକାରେ ବସି ଯୋଗ କରିଥିଲେ। ଏପରି କି ଆଇସିସି ବିଶ୍ୱକପ୍‌ ଅଫିସିଆଲ ଟୁଇଟର ଦ୍ୱାରା ଯୋଗ ଦିବସ ଅବସରରେ ଛାତ୍ରୀଛାତ୍ରଙ୍କ ଅଭିନବ ଉପାୟରେ ଭାରତୀୟ ଦଳକୁ ଜଣାଇଥିବା ଶୁଭେଚ୍ଛାକୁ ଶେୟାର କରାଯାଇଛି। ଜୁନ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଏ। ଭାରତୀୟ ଦଳ ଏବେ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଟିମ୍‌ ଇଣ୍ଡିଆ ଶନିବାର ତା’ର ପରବର୍ତ୍ତୀ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧୫ ପର୍ଯ୍ୟନ୍ତ ଆଇପିଏଲରେ ୨୫% ଦର୍ଶକଙ୍କୁ ମିଳିବ ଅନୁମତି

ମୁମ୍ବାଇ,୨।୩: ଆଗାମୀ ଆଇପିଏଲ ପୂର୍ବରୁ ବିସିସିଆଇ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଆଇପିଏଲ-୧୫ ପ୍ରଥମ ପର୍ଯ୍ୟାୟ ଅର୍ଥାତ ମାର୍ଚ୍ଚ...

ଏଚ୍‌ପିସି କମ୍ପିଟିଶନ ସିରିଜ: ଅମ୍ଳାନ, ଟପ୍ପୋଙ୍କ ଚମକ

ଭୁବନେଶ୍ୱର,୧୦।୧୧(ସ୍ପୋଟର୍‌ସବ୍ୟୁରୋ): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ରବିବାର ଓଡ଼ିଶା ଆଥଲେଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର (ଏଚ୍‌ପିସି)ର ପ୍ରାରମ୍ଭିକ କମ୍ପିଟିଶନ ସିରିଜ ଅନୁଷ୍ଠିତ ହୋଇଯାଇଛି। ୪ଟି ସିରିଜ୍‌ରେ ଏଚ୍‌ପିସିର ଆଥଲେଟମାନେ...

୧୨ ରନ୍‌ରେ ହାଇଦ୍ରାବାଦକୁ ହରାଇଲା ଲକ୍ଷ୍ନୌ

ମୁମ୍ବାଇ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୧୨ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୨ରନ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ହରାଇଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରି...

ଏକ ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ୍‌

ଲାହୋର, ୧୪।୧୧ (ପି.ଟି.)- ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ୍‌ ଫେରିଛି। ଶ୍ରୀଲଙ୍କା କ୍ରିକେଟ୍‌ ଦଳ ଡିସେମ୍ବରରେ ପାକିସ୍ତାନ ଗସ୍ତରେ...

ଅବସର ନେଲେ ହଳଧର

କଟକ ଅଫିସ,୨୧ା୧୦- ହଳଧର ଦାସ ରାଜ୍ୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ଆଉ ରାଜ୍ୟ ଦଳରୁ ଖେଳିବେ ନାହିଁ ବୋଲି ସ୍ପଷ୍ଟ...

ପିଙ୍କ୍‌ ବଲ୍‌ ଟେଷ୍ଟ: କିମ୍ବଦନ୍ତୀ କ୍ରିକେଟରଙ୍କ ଭିଡ ଜମିବ

କୋଲକାତା,୨୦।୧୧(ପି.ଟି.): ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌। ପିଙ୍କ୍‌ ବଲ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତ...

ବାଂଲାଦେଶ ବିପକ୍ଷରେ ଖେଳି ନ ପାରନ୍ତି କାର୍ତ୍ତିକ

ଆଡିଲେଡ୍‌, ୧ା୧୧:ଭାରତୀୟ କ୍ରିକେଟ୍‌ ଦଳର ସିନିୟର ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କ ପିଠି ମାଂସପେଶୀରେ ସମସ୍ୟା ଦେଖା ଦେଇଛି। ଫଳରେ ତାଙ୍କର ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌...

ଚେନ୍ନାଇ-ମୁମ୍ବାଇ ରୋମାଞ୍ଚକ ମୁକାବିଲା ଆଜି

ଚେନ୍ନାଇ, ୨୬।୪(ପି.ଟି.)- ଆଇପିଏଲ୍‌ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ମୁମ୍ବାଇ...

Advertisement
Archives

Model This Week