ଅଭାବୀ ବିକ୍ରି ହୋଇପାରେ ୨୦ ହଜାର କୁଇଣ୍ଟାଲ ଧାନ

କୁନ୍ଦୁରା,୧୩।୨(ଡି.ଏନ୍‌.ଏ.) କୋରାପୁଟ ଜିଲାରେ ଚଳିତବର୍ଷ ଖରିଫ ଋତୁରେ ଅମଳ ଧାନ ବିକ୍ରି କରିବା କିମ୍ବା ଚାଷୀ ପଞ୍ଜୀକୃତ ହେବାରେ ପ୍ରଶାସନ ଯେଉଁ ଦାୟିତ୍ୱହୀନତା ଦେଖାଇଛି, ସେଥିରେ ପ୍ରଭାବିତ ହୋଇଛନ୍ତି ଶତାଧିକ ଚାଷୀ। ସେମାନେ ଧାନ ବିକି ନ ପାରି ଏବେ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଆଶଙ୍କା ସୃଷ୍ଟି ହୋଇଛି। ଏଯାବତ୍‌ ସେମାନଙ୍କ ନିକଟରେ ୨୦ ହଜାର କୁଇଣ୍ଟାଲ ଧାନ ପଡ଼ି ରହିଛି।
ଗତ ଦିନରେ ଖାଦ୍ୟ ଯୋଗାଣ ବିଭାଗ ଖରିଫ ମଣ୍ଡିରେ ପଞ୍ଜକରଣ ଓ ଧାନ ବିକ୍ରି ପାଇଁ ଯେଉଁ ସମୟ ନିର୍ଦ୍ଧାରଣ କରିଥିଲା, ସେହି ସମୟସୀମା କମ୍‌ ଓ ପ୍ରଶାସନରେ ଅବହେଳା ଯୋଗୁ ଚାଷୀ ପଞ୍ଜୀକୃତ ହୋଇ ନ ପାରି ବିକିବାରେ ବାଧା ସୃଷ୍ଟି ହୋଇଛି।  ଚଳିତ ଖରିଫ ଋତୁର ଧାନକୁ ରାଣୀଗୁଡ଼ା ମଣ୍ଡିର ପ୍ରାୟ ୩୦ ଜଣ ଚାଷୀ ବିକ୍ରି କରିବାର ୩ ମାସ ପରେ ମଧ୍ୟ ପ୍ରାପ୍ୟ ପାଇ ନାହାନ୍ତି। ଗତ ବର୍ଷରେ ଯେତିକି ଦିନ ଯାଏ ଧାନ ବିକ୍ରି ସମୟ ସୀମା ରହିଥିଲା, ସେତିକି ଦିନ ଯାଏ ଯେଉଁ ଚାଷୀଙ୍କ ଅବହେଳିତ ଅବସ୍ଥାରେ ପଞ୍ଜୀକୃତ ହୋଇପାରୁ ନ ଥିଲା, ତାର ପଞ୍ଜୀକୃତ ହୋଇ ଧାନ ବିକ୍ରି କରାଯାଉଥଲା ା କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ହଠାତ୍‌ ଅକ୍ଟୋବର ୩୧ରେ ପଞ୍ଜୀକୃତ ସୀମା ଶେଷ ହେଉଥିବା ବେଳେ ଚାଷୀ ସଚେତନ ହୋଇପାରି ନ ଥିଲେ। ଫଳରେ ଜୟପୁର ଉପଖଣ୍ଡର ପ୍ରାୟ ୩୨୮ ଜଣ ଚାଷୀ ପଞ୍ଜୀକୃତ ହେବାରୁ ବଞ୍ଚତ୍ତ ହୋଇଥିବା ବେଳେ କୁନ୍ଦୁରା ବ୍ଲକରେ ୧୫୫ ଜଣ ସେହିପରି ରହିଥିଲେ। ସମସ୍ତ ଚାଷୀଙ୍କ ପ୍ରାୟ ୨୦ ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇପାରି ନାହିଁ। ଚାଷୀ ସେହି ଧାନକୁ ଦଲାଲଙ୍କୁ ୧୦୦୦ରୁ ୧୨୦୦ ଟଙ୍କାରେ ବିକିବା ପାଇଁ ବାଧ୍ୟହେବେ। ବର୍ତ୍ତମାନ ପରିସ୍ଥିତିରେ ଚାଷୀକୁଳ ମଣ୍ଡିସ୍ଥଳ ରାସ୍ତାରେ ଗଦେଇ ରଖିବା ଯୋଗୁ ଅଦିନିଆ ବର୍ଷାରେ ତାହା କିଛି ମାତ୍ରାରେ ଭିଜିଯାଇଛି। ଗତ ଦିନରେ ପ୍ରଶାସନକୁ ଖାଦ୍ୟ ଯୋଗାଣ ବିଭାଗ ଭାଗଚାଷୀଙ୍କ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ତାହା ଧିମେଇ ଯାଇଛି। ପ୍ରଶାସନର ଅବହେଳାକୁ ନେଇ ପଞ୍ଜୀକୃତ ହୋଇ ନ ଥିବା ଚାଷୀକୁଳ ଓ ମାନବାଧିକାର କମିଟି ଲ୍ୟାମ୍ପସ୍‌ ଘେରାଉ କରିବା ସହ ପରିଚାଳନା ନିର୍ଦ୍ଦେଶକଙ୍କୁ ମଧ୍ୟ ଏ ନେଇ ସବିଶେଷ ବିବରଣୀ ମାଗିଥିଲେ। ବର୍ତ୍ତମାନ ଚାଷୀଙ୍କ ନିକଟରେ ରହିଥିବା ଧାନକୁ ଅଭାବୀ ବିକ୍ରି କରିବେ ନା କ୍ରୟକାରୀ ସଂସ୍ଥା ନିକଟରେ ବିକିବେ, ସେନେଇ ପରିସ୍ଥିତି ଜଟିଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ଗୋହତ୍ୟା ରୋକିବାକୁ ଜିଲାପାଳ, ଥାନାଧିକାରୀଙ୍କୁ ସ୍ମାରକପତ୍ର

ବନ୍ତ,୨୭ା୫(କିଶୋର କୁମାର ସେଠୀ): ମୁସଲମାନ ସମ୍ପ୍ରଦାୟର ପର୍ବ ଇଦ-ଉଲ-ଜୁହା (ବକ୍ରିଦ) ପର୍ବ ପାଳନ ହେବାକୁ ଯାଉଥିବା ବେଳେ, ଏହି ସମୟରେ ବେଆଇନ ଗୋହତ୍ୟା ଏବଂ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

OCS ପରୀକ୍ଷାରେ ଚାଷୀ ପୁଅଙ୍କ କମାଲ୍, ପ୍ରଥମ ପ୍ରୟାସରେ ସଫଳ ହୋଇ…

ବରଗଡ଼,୨୭।୫(ପ୍ରେମାନନ୍ଦ ଖମାରୀ): ଓଡିଶା ସର୍ଭିସ୍ କମିଶନ(OPSC ) ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍ (ଓସିଏସ୍) ପରୀକ୍ଷାରେ ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା(ଭିଞ୍ଜେତୋରା) ଗ୍ରାମର ନିବାସ…

ଭାଜପାରେ ଯୋଗଦେଇ ଭୁବନେଶ୍ବର ଫେରିବା ପରେ ବଡ଼ ଗୁମର ଖୋଲିଦେଲେ ଦେବାଶିଷ, ବିଜେଡିର ଅବସ୍ଥା….

ଭୁବନେଶ୍ବର,୨୭ା୫: ବିଜେଡି ଛାଡି ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ । ସୋମବାର ଦେବାଶିଷ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ…

ଓଡ଼ିଶାବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ, ଏସୀୟ ଇନ୍‌ଡୋର ଆଥଲେଟିକ୍ସ ନେଇ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା

ଭୁବନେଶ୍ବର,୨୭ା୫: ଓଡ଼ିଶାରେ ହେବ ୨୦୨୭ ଏସୀୟ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍ । ଏନେଇ ଏକ୍ସରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ହଂକଂଠାରେ ଅନୁଷ୍ଠିତ…

ରବିବାରଠୁ ବଢ଼ିପାରେ ବସ୍ ଭଡ଼ା! ଦାବି କଲା ଘରୋଇ ବସ୍ ମାଲିକ ସଂଘ

ଭୁବନେଶ୍ବର,୨୭ା୫: ରାଜ୍ୟରେ ପୁଣି ବଢି଼ପାରେ ବସ୍ ଭଡ଼ା । ଘରୋଇ ବସ୍ ମାଲିକ ସଂଘ ଏନେଇ ଦାବି କରିଛି । ଗତ କିଛି ଭିତରେ ରାଜ୍ୟରେ ତେଲ…

୩ ବ୍ୟାଙ୍କ ଅଫିସରଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

ଭୁବନେଶ୍ୱର,୨୭।୫(ତ୍ରିନାଥ ମହାନ୍ତି): ଜାଲ ଦସ୍ତାବିଜ୍‌ ଦେଇ ଏସ୍‌ବିଆଇର ୪ଟି ଶାଖାରୁ ବ୍ୟକ୍ତିଗଣ ଋଣ ନାମରେ ୬କୋଟି ୮୮ଲକ୍ଷ ୨୯ ହଜାର ଟଙ୍କା ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ…

ତୈଳଦର ଅହେତୁକ ବୃଦ୍ଧି ନେଇ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତିବାଦ

ପାଟଣାଗଡ଼,୨୭ା୫(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ବିଜେଡି ଦଳ ପକ୍ଷରୁ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି କୁନେଇ ବୁଧବାର ସ୍ଥାନୀୟ ବିଜୁ ଯୁବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri