ଅବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ:ସୁରକ୍ଷା ଢିଲା, ସିସିଟିଭି ଅଚଳ

କଟକ ଅଫିସ,୧୬।୭: ଓଡ଼ିଶାର ସବୁଠୁ ବଡ ଜେଲ ହେଉଛି ଚୌଦ୍ୱାର ସର୍କଲ ଜେଲ। ଏଠାରେ ସବୁଠୁ ଅଧିକ କଏଦୀ ମଧ୍ୟ ରହୁଛନ୍ତି। ହେଲେ ଏହି ଜେଲରେ ଏବେ ଅନେକ ଅବ୍ୟବସ୍ଥା ଦେଖାଦେଇଛି। ଏଠାରେ ୭୨୮ ଜଣ କଏଦୀଙ୍କ ରହିବା ପାଇଁ ବ୍ୟବସ୍ଥା ରହଛି। କିନ୍ତୁ ଏବେ ୬୩୦ ଜଣ ବିଚାରାଧୀନ କଏଦୀଙ୍କୁ ମିଶାଇ ମୋଟ ୯୨୯ ଜଣ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ମଧ୍ୟ ରହିଛନ୍ତି। ଏହି ଜେଲର ସୁରକ୍ଷା ବ୍ୟବସ୍ଥା ସୁବୁଠୁ ଢିଲା। ବିଭିନ୍ନ ସମୟରେ ଜେଲ ଭିତରେ ମୋବାଇଲ, ନିଶାଦ୍ରବ୍ୟ କାରବାର ହେଉଥିବା ଅଭିଯୋଗ ହେଉଛି। ଜେଲରେ ବିଭିନ୍ନ ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ରହୁନି। ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଜେଲରେ ରୋଷେଇ ସାମଗ୍ରୀ ଯୋଗାଇବାକୁ ଟେଣ୍ଡର ଦିଆଯାଉଛି। ଫଳରେ ସେମାନଙ୍କ ଦ୍ୱାରା ଜେଲ ଭିତରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଆସୁଛି। ଏହି ସମସ୍ତ କାର୍ଯ୍ୟରେ ଜେଲରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କର ସମ୍ପୃକ୍ତି ରହୁଥିବା ନେଇ କଏଦୀମାନେ ଅଭିଯୋଗ କରିଛନ୍ତି।
ଗତ ଏପ୍ରିଲରେ ବହୁ ଚର୍ଚ୍ଚିତ ଶେଖ୍‌ବଜାର କେଶବ ବେହେରା(କେଶିଆ) ହତ୍ୟା ଘଟଣାରେ ଆଜୀବନ ସଜା କଟୁଥିବା ଶୁଭ୍ରାଂଶୁ କୁମାର ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ତେବେ ଶୁଭ୍ରାଂଶୁ ମୃତ୍ୟୁର କିଛିଦିନ ପୂର୍ବରୁ ଜେଲ୍‌ ଭିତରୁ ଏକ ଭିଡିଓ ଭାଇରାଲ କରିଥିଲେ। ଜେଲ ଭିତରେ ବେଆଇନ ନିଶାଦ୍ରବ୍ୟ କାରବାର ହେଉଥିବା ଉକ୍ତ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ଜେଲ କର୍ତ୍ତୃପକ୍ଷ ଶୁଭ୍ରାଂଶୁଙ୍କୁ ମାଡ଼ ମାରିବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରବର୍ତ୍ତୀ ସମୟରେ ପରିବାର ଲୋକେ ଅଭିଯୋଗ କରିଥିଲେ, ଯାହା ଜେଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଚୌଦ୍ୱାର ଜେଲରେ ୨୨ ଫୁଟ ଉଚ୍ଚତାର ପାଚେରି ରହିଛି। ହେଲେ ଏହି ପାଚେରି ଦେଇ ଜେଲ ଭିତରକୁ ନିଶାଦ୍ରବ୍ୟ ଫୋପଡା ଯାଉଛି। ଆବଶ୍ୟକ ସୁରକ୍ଷା କର୍ମୀ ରହୁ ନ ଥିବାରୁ ଜେଲ ଭିତରେ ନିଶାଦ୍ରବ୍ୟ ପଡିବା ପରେ କଏଦୀମାନେ ଆସି ନେଇ ଯାଉଛନ୍ତି। ଏବେ ଜେଲରେ ଅଫିସରଙ୍କୁ ମିଶାଇ ମୋଟ ୧୦୦ ଜଣ କର୍ମଚାରୀ ଅଛନ୍ତି। ଯଦି କଏଦୀଙ୍କ ଅନୁପାତରେ ସୁରକ୍ଷା କର୍ମୀଙ୍କୁ ଦେଖାଯାଏ ତାହା ବହୁତ କମ୍‌। ଏପରି ସ୍ଥଳେ ଜେଲରେ ଲାଗିଥିବା ସିସିଟିଭି ମଧ୍ୟରୁ କେତେକ ଅଚଳ ହୋଇପଡିଛି।
ଏ ନେଇ ଜେଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଦୀପ୍ତ କୁମାର ବେହେରା କୁହନ୍ତି, ଜେଲରେ ଆବଶ୍ୟକତା ଠାରୁ କମ୍‌ ସୁରକ୍ଷାକର୍ମୀ ଅଛନ୍ତି। ଫଳରେ ଠିକ୍‌ଭାବେ ଯାଞ୍ଚ କରିବାରେ ତ୍ରୁଟି ରହୁଛି। କେତେକ କ୍ଷେତ୍ରରେ ପାଚେରି ଦେଇ ନିଶାଦ୍ରବ୍ୟ ଆସୁଛି। ଏହାକୁ ରୋକିବା ପାଇଁ ଆମେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ। ଅନ୍ୟପକ୍ଷରେ ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ରହୁଥିବା ଉପରେ ଆମେ ତଦନ୍ତ କରୁଛୁ। ଯଦି କାହାର ସମ୍ପୃକ୍ତି ଏଥିରେ ରହିଥିବ ତା’ ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫନୀ ପ୍ରଭାବରେ ଅଚଳ ହୋଇପଡିଥିବା ସିସିଟିଭିକୁ ମରାମତି କରାଯିବା ପାଇଁ ଚେଷ୍ଟା ଚଳାଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

CJP ହିଂସା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ! ବାତିଲ ହେବ….

ନୂଆଦିଲ୍ଲୀ,୨୩।୭: ଜନ୍ତର ମନ୍ତରରେ ‘କକ୍ରୋଚ୍ ଜନତା ପାର୍ଟି’ (CJP) ପ୍ରତିବାଦ ସମୟରେ ଘଟିଥିବା ହିଂସାରେ ଜଡିତ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri