ଅବ୍ୟବସ୍ଥାରେ ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟ: ୧୨ ଶିକ୍ଷକ ବଦଳରେ ଅଛନ୍ତି ୬

ଚନ୍ଦ୍ରପୁର, ୧୭।୧୨ (ଡି.ଏନ୍‌.ଏ.) – ଗୁଣାତ୍ମକ ଶିକ୍ଷା ପାଇଁ ଅନେକ ସରକାରୀ ଯୋଜନା ରହିଛି। ସେଗୁଡିକର ଫାଇଦା କିନ୍ତୁ ସବୁଠି ମିଳୁନି। କେଉଁଠି ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି ତ କେଉଁଠି ଜରାଜୀର୍ଣ୍ଣ ଶ୍ରେଣୀଗୃହରେ ବିପଦସଙ୍କୁଳଭାବେ ପାଠପଢା ହେଉଛି। ଏଥିସହ ସ୍କୁଲରେ ଅନ୍ୟ ଆନୁଷଙ୍ଗିକ ସୁବିଧା ମଧ୍ୟ ନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚନ୍ଦ୍ରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ। ୧୯୭୬ରେ ଏହି ସ୍କୁଲ ଉଚ୍ଚ ବିଦ୍ୟାଳୟର ମାନ୍ୟତା ପାଇଛି। କିନ୍ତୁ ଏଯାବତ୍‌ ଏହାର ଆଖିଦୃଶିଆ ଉନ୍ନତି ହୋଇପାରିନି।
ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ସଦର ମହକୁମାରେ ରହିଛି ଶିକ୍ଷା ବିଭାଗର ଏକମାତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୩୮ ଜଣ ଓ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୨୨ ଛାତ୍ରୀଛାତ୍ର ପାଠ ପଢନ୍ତି। କିନ୍ତୁ ୫୬୦ଜଣ ଛାତ୍ରୀଛାତ୍ରଙ୍କ ଏହି ବିଦ୍ୟାଳୟରେ ୧୨ଜଣ ଶିକ୍ଷକଙ୍କ ବଦଳରେ ରହିଛନ୍ତି ମାତ୍ର ୬ଜଣ। ୨୦୧୫ରୁ ସ୍କୁଲରେ ପ୍ରଧାନଶିକ୍ଷକ ନ ଥିବାବେଳେ ଜଣେ ସହକାରୀ ଶିକ୍ଷକ ଏହି ଦାୟିତ୍ୱ ତୁଲାଉଛନ୍ତି। ଏମାନଙ୍କ ବ୍ୟତୀତ ଏଠାରେ ହିନ୍ଦୀ ଏବଂ କ୍ରୀଡ଼ା ଶିକ୍ଷକ ଏବଂ କିରାଣି ମଧ୍ୟ ନାହାନ୍ତି। ସ୍କୁଲରେ ଥିବା ପୁରାତନ ଆଜ୍‌ବେଷ୍ଟସ୍‌ ଘରେ ପାଠପଢ଼ା ଚାଲିଛି। ତାହା ମଧ୍ୟ ଆବଶ୍ୟକ ସଂଖ୍ୟକ ନାହିଁ। ସ୍କୁଲରେ ପାଚେରି ନ ଥିବା ବେଳେ ପିଇବା ପାଣି ମଧ୍ୟ ନାହିଁ ବୋଲି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭୀମ ଗଗରେଙ୍ଗା ଅଭିଯୋଗ କହିଛନ୍ତି। ଗୁଣାତ୍ମକ ଶିକ୍ଷା ପାଇଁ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବି ହୋଇଛି। ଏଥିସହ ଅନ୍ୟ ସବୁ ସମସ୍ୟାର ସମାଧାନ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଶିକ୍ଷକ ନିଯୁକ୍ତି ନେଇ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ କେଶବ ବେହେରାଙ୍କୁ ପଚାରିବାରୁ ପ୍ରତି ମାସରେ ଆମର ଦରମା ବିଲ୍‌ ସାଙ୍ଗରେ ଶିକ୍ଷକ ଅଭାବ ନେଇ ପ୍ରଶାସନକୁ ଜଣାଉଛୁ ବୋଲି କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ପଦକ୍ଷେପ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?