Posted inଫୁରସତ

ଅବୁଝା ବିଲେଇର ମନ ମାନଚିତ୍ର

ଓଣ୍ଟାରିଓ: ଗୃହପାଳିତ ପ୍ରାଣୀ ବିଲେଇଙ୍କୁ କିଏ ବା ନ ଜାଣେ। କେଉଁ ଆବହମାନ କାଳରୁ ଏହି ପୋଷା ଜୀବ ମଣିଷ ସହିତ ରହିଆସିଛି। ହେଲେ ବିଲେଇର ମନ କିପରି ଅଛି, ସେ ଖୁସି ଅଛି ନା ଦୁଃଖୀ ଏକଥା ଜାଣିବା ବହୁତ କଷ୍ଟକର। ହାତଗଣିତ ମଣିଷ ହିଁ ବିଲେଇର ମନୋଭାବକୁ ପଢ଼ିପାରିଥାନ୍ତି। କାନାଡ଼ାର ୟୁନିଭରସିଟି ଅଫ୍‌ ଗୁଏଲ୍ପର ଡିପାର୍ଟମେଣ୍ଟ ଅଫ୍‌ ଆନିମଲ ବାୟୋ ସାଇନ୍ସର ବିଶେଷଜ୍ଞମାନେ କରିଥିବା ଏକ ସର୍ଭେରୁ ଏପରି ତଥ୍ୟ ପଦାକୁ ଆସିଛି।
ବିଲେଇଙ୍କ ମୁହଁକୁ ଏହି ମାଂସାଶୀ ପ୍ରାଣୀକୁ କେତେ ବୁଝିପାରେ ମଣିଷ? ଏହାର ଉତ୍ତର ଖୋଜିବାକୁ ୟୁନିଭର୍ସିଟିର ବିଶେଷଜ୍ଞ ଟିମ୍‌ ପକ୍ଷରୁ କାନାଡ଼ାରେ ସର୍ଭେ କରାଯାଇଥିଲା, ଯେଉଁଥିରେ ସାମିଲ ହୋଇଥିଲେ ୮୫ ଦେଶର ୬୦୦୦ ଜଣ। ସର୍ଭେରେ ବିଭିନ୍ନ ପ୍ରଜାତିର ବିଲେଇଙ୍କ ଭିଡିଓ ପ୍ରଦର୍ଶିତ ହୋଇଥିଲା। ସର୍ଭେରେ ସାମିଲ ହୋଇଥିବା ୬୦% ଲୋକ ବିଲେଇଙ୍କ ହାବଭାବ ଦେଖି ସେମାନଙ୍କ ମନୋଭାବ ଜାଣିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୧୩% ହିଁ ୭୫% ସ୍କୋର କରିପାରିଥିଲେ। ଏଥିରୁ ଜଣାପଡ଼ିଛି, ବିଲେଇଙ୍କ ଚେହେରା ପଛରେ ଅନେକ ଭାବନା ଲୁଚି ରହିଥାଏ ହେଲେ ହାତଗଣତି ଲୋକ ହିଁ ତାକୁ ପଢ଼ିପାରିଥାନ୍ତି।
ଗବେଷଣା ଟିମ୍‌ର ପ୍ରମୁଖ ସଦସ୍ୟ ପ୍ରଫେସର ଜର୍ଜିଆ ମେସନଙ୍କ କହିବା କଥା, ତାଙ୍କ ପାଳିତ ବିଲେଇକୁ ଦେଖି ସେ ସହଜରେ କହିଦେଇପାରିବେ ତାଙ୍କ ବିଲେଇ ଖୁସି ଅଛି କି ଦୁଃଖୀ। ହେଲେ ଅଧିକାଂଶ ଲୋକଙ୍କ ପକ୍ଷେ ଏହା ବୁଝିବା କଷ୍ଟକର। ଏହାକୁ ଜାଣିବା ପାଇଁ ସେ କେତେଜଣ ବିଶେଷଜ୍ଞଙ୍କୁ ନେଇ ସର୍ଭେ କରିଥିଲେ। ଏଥି ଲାଗି ଅଲଗା ଅଲଗା ପ୍ରଜାତିର ଶବ୍ଦଶୂନ୍ୟ (ସାଇଲେଣ୍ଟ) ଭିଡିଓ ପ୍ରଦର୍ଶିତ କରାଯାଇଥିଲା। ହେଲେ ଏଥିରେ ସେମାନଙ୍କ ମୁଖମଣ୍ଡଳ ବ୍ୟତୀତ ଅନ୍ୟ ସବୁ ଅଂଶକୁ ଲୁଚାଇ ଦିଆଯାଇଥିଲା। ବିଲେଇଟି କେଉଁ ପରିସ୍ଥିତିରେ ଅଛି ତାକୁ ପ୍ରଦର୍ଶନ କରାଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲ ମେସେଜ୍‌ ଦେଖି ଡରିଗଲେ ୮ ହଜାର ରୋଗୀ

ଲଣ୍ଡନ: ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୮,୦୦୦ ରୋଗୀଙ୍କ ପାଖକୁ ଏକ ସମୟରେ ଏକ ମେସେଜ୍‌ ଆସିଥିଲା। ଯାହାକୁ ଦେଖି ସମସ୍ତେ ବ୍ୟସ୍ତ ଏବଂ କାନ୍ଦି ପକାଇଥିଲେ।...

କଇଁଛ ଖେଳୁଛି ଫୁଟବଲ୍‌, ଭିଡିଓ ଦେଖିଲେ କହିବେ ବାଃ ବାଃ

କଇଁଛ ଖେଳୁଛି ଫୁଟବଲ୍‌, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ କଇଁଛ ଫୁଟବଲ...

ଛେଳିପଲ କରୁଛନ୍ତି ଡିସ୍କୋ ଡ୍ୟାନ୍ସ: ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। କେତେବେଳେ ମାଙ୍କଡ ମୁହିଁରେ କପଡା ଗୁଡାଇ ହୋଇ ବୁଲୁଛି ତ ଆଉ କେତେବେଳେ ନଳକୂପ ହାଣ୍ଡେଲ...

ଲଗାତାର ବ୍ୟାକଫ୍ଲିପ୍ସ କରୁଛି ପାରା, ଭିଡିଓ ଦେଖିଲେ ଆପଣ ବି କହିବେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

୨୦୧୯ ଚନ୍ଦ୍ରଗ୍ରହଣ: ଭୁଲରେ କରନ୍ତୁ ନାହିଁ ଏହିସବୁ କାମ

ଆଷାଢ଼ ପୂର୍ଣ୍ଣିମା ବା ଗୁରୁପୂର୍ଣ୍ଣିମା ମଙ୍ଗଳବାର ବିଳମ୍ବିତ ରାତିରେ ଆଂଶିକ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ଏହା ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି...

କୁକୁରଙ୍କ ପାଇଁ ରେଷ୍ଟୁରାଣ୍ଟ

ଯେଉଁମାନେ ଘରେ ପେଟ୍‌ ରଖିଥାନ୍ତି, ସେମାନଙ୍କ ପାଇଁ ତାଙ୍କ ପେଟ୍‌ ପରିବାରର ସଦସ୍ୟ ଭଳି ହୋଇଥାନ୍ତି। ସେମାନେ ତାଙ୍କୁ ସବୁ ପ୍ରକାରର ସୁବିଧା ସୁଯୋଗ ଦେବାକୁ...

ଜାଣନ୍ତି ସମ୍ଭାବ୍ୟ ବାତ୍ୟାର ନାଁ କାହିଁକି ରହିଛି ‘ଗୁଲାବ’

ଇସଲାମାବାଦ: ଆପଣ ଜାଣନ୍ତି ପ୍ରତ୍ୟେକ ବାତ୍ୟାର କିଛି ନା କିଛି ନାମକରଣ କରାଯାଇଥାଏ। ମାତ୍ର ମନକୁ କେବେ ପ୍ରଶ୍ନ ଆସିନି ଏହି ବାତ୍ୟାର ନାଁ କାହିଁକି...

୨ଟି ମାଛ ବିକି ଲକ୍ଷପତି ପାଲଟିଲେ ପାକିସ୍ତାନୀ ଧୀବର

ଇସଲାମାବାଦ୍‌,୨୦।୧: ଜଣେ ପାକିସ୍ତାନୀ ଧୀବର ୨ ଟି ମାଛ ବିକି ରାତାରାତି ଲକ୍ଷପତି ପାଲଟି ଯାଇଛନ୍ତି। କରାଚୀରେ ବାସ କରୁଥିବା ଏହି ଧୀବର ଜଣକ ଆରବ...

Advertisement
Archives

Model This Week