ଅବହେଳିତ ଅବସ୍ଥାରେ ହଦଗଡ଼ ପର୍ଯ୍ୟଟନସ୍ଥଳୀ

ହାଟଡିହୀ, ୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ହଦଗଡ଼ ପର୍ଯ୍ୟଟନ ସ୍ଥଳୀ ସାରା ଓଡ଼ିଶାରେ ବେଶ୍‌ ଖ୍ୟାତ। ଶାଳନ୍ଦୀ ଡ୍ୟାମ, ହସ୍ତୀ ଅଭୟ୍ୟାରଣ୍ୟ ଓ ବଣ ପାହାଡ଼ ଘେରା ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ସ୍ଥାନଟିର ପରିବେଶ ଅତ୍ୟନ୍ତ ଶାନ୍ତ ଏବଂ ମନୋରାମପୂର୍ଣ୍ଣ। ଶୀତଦିନରେ ବଣ ଭୋଜି ଲାଗି ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ପ୍ରାୟ ହଜାର ହଜାର ପଯ୍ୟଟକ ଓଡିଶା ତଥା ବାହାରୁ ଏଠାକୁ ବୁଲିଆସିଥାନ୍ତି। ପର୍ଯ୍ୟଟକମାନେ ପ୍ରବେଶ ଶୁଳ୍କ ଦେଉଥିଲେ ମଧ୍ୟ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ସେଭଳି କିଛି ସୁବ୍ୟବସ୍ଥା ନାହିଁ। ସରକାର ପର୍ଯ୍ୟଟନ ସ୍ଥାନ ଗୁଡ଼ିକର ଉନ୍ନତି ଲାଗି ବିଭିନ୍ନ ଯୋଜନା କରୁଥିବାବେଳେ ଏହି ପର୍ଯ୍ୟଟନସ୍ଥଳୀ ଅବହେଳିତ ହୋଇପଡ଼ିଛି।
ଏଠାରେ ପିଇବା ପାଣି ତଥା ଶୌଚ ଯିବା ପାଇଁ ସୁବିଧା ନାହିଁ। ପ୍ରଶାସନ ତରଫରୁ ସେ ସ୍ଥାନଟିକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ଷା ହେଲେ ପର୍ଯ୍ୟଟକଙ୍କ ଆଶ୍ରୟ ଲାଗି ସେମିତି କିଛି ବ୍ୟବସ୍ଥା ନାହିଁ। ଏଠାରେ ଥିବା ଡାକବଙ୍ଗଳାଟି କେବଳ ଅଫିସର ଓ ରାଜନେତାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଦେଖାଯାଉଛି ା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳ ପାଲଟିଛି ଏହି ସ୍ଥାନଟି ା ସେମାନେ ଚାନ୍ଦା ମାଗିବା ସହିତ ପର୍ଯ୍ୟଟକଙ୍କୁ ଅଶ୍ଳୀଳ ବ୍ୟବହାର ଦେଖାଉଥିବା ଅଭିଯୋଗ ହେଉଛି। ଶହଶହ ସଂଖ୍ୟାରେ ମହିଳାମାନେ ଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ଏଣୁ ଅନେକ ସମୟରେ ଅଘଟଣ ଘଟିଚାଲୁଛି। ଏନେଇ ବାହାରୁ ଆସୁଥିବା ପର୍ଯ୍ୟଟକମାନେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି। ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏଣୁ ଏସବୁ ବିଷୟକୁ ଧ୍ୟାନ ଦେଇ ସ୍ଥାନୀୟ ବିଧାୟକ ତଥା ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା

ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି...

ମନ୍ତ୍ରୀପଦ ମିଳିବାପରେ ଜ୍ୟୋତିପ୍ରକାଶଙ୍କ ପଞ୍ଚଲିଙ୍ଗେଶ୍ୱରରେ ପୂଜାର୍ଚ୍ଚନା

ସଜନାଗଡ଼,୨।୬:(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀପଦ ( ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ) ମିଳିଛି। ଦାୟିତ୍ୱ ମିଳିବା ପରେ...

ଜିଆର୍‌ଏସ୍‌ଙ୍କୁ ଆକ୍ରମଣ ଘଟଣା: ଦମ୍ପତି ଗିରଫ

ବାସୁଦେବପୁର, ୩୦।୫ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଅରଣ୍ଡୁଆ ପଞ୍ଚାୟତ କିଆପଡ଼ା ଗ୍ରାମର ଜିଆର୍‌ଏସ୍‌ ଲମ୍ବୋଦର ଦାସଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ...

ସଜନାଗଡ଼ ବଡ଼ପୋଲ ପାର୍ଶ୍ୱ ଅତଡ଼ା ଧସିଲା

ସଜନାଗଡ଼,୨୩|୧(ଡି.ଏନ.ଏ.) ବାଲେଶ୍ୱରରୁ ମୟୂରଭଞ୍ଜ ଜିଲାକୁ ସଂଯୋଗ କରୁଥିବା ସେରଗଡ଼ ଭାୟା ନୀଳଗିରି-ଉଦଳା ୧୯ନଂ. ରାଜ୍ୟ ରାଜପଥର ସଜନାଗଡ଼ଠାରେ ଥିବା ବଡ଼ପୋଲ(ଘାଘରା ସେତୁ) ପାର୍ଶ୍ୱରୁ ପୁଣି ମାଟି ଅତଡ଼ା...

ରାସ୍ତାରୁ ବାଡ଼ ହଟାଇଲେ ତହସିଲଦାର

ଖଇରା,୧୭।୩(ଡି.ଏନ.ଏ.): ବାଲେଶ୍ୱର ଜିଲାର ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ତୁଡିଗଡିଆ-ଆନନ୍ଦପୁର ଭାୟା ମାଖନପୁର ରାସ୍ତାକୁ ମେଦିନପୁର ଗ୍ରାମ ନିକଟ ଦେଇ ଯାଇଥିବା...

ଦମ୍ପତିଙ୍କୁ ଆକ୍ରମଣ ମାମଲା: ଝିଅଙ୍କୁ ୫ବର୍ଷ ଜେଲ୍‌

ସଜନାଗଡ଼, ୩୦।୯(ଡି.ଏନ.ଏ.)-ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ନୀଳଗିରି ସହକାରୀ ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ସୋମବାର ଅଭିଯୁକ୍ତ ମା’ ଓ ଝିଅଙ୍କୁ ୫ବଷର୍ର୍...

ନଁ।କୁ ସୀମା ସିଲ୍‌: ପଶ୍ଚିମବଙ୍ଗରୁ ଫେରିଆସୁଛନ୍ତି ଓଡ଼ିଆ

ବାଲେଶ୍ୱର ଅଫିସ/ ବାରିପଦା ଅଫିସ, ୨୧।୪-ରାଜ୍ୟ ପ୍ରବେଶପଥଗୁଡ଼ିକ ସିଲ୍‌ ଥିବା ବେଳେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଲୋକମାନେ ବିଭିନ୍ନ ୪ଚକିଆ ଯାନରେ ନିଜ ରାଜ୍ୟକୁ ଫେରିଆସୁଛନ୍ତି।...

ଅନିୟମିତତାକୁ ବିରୋଧ କରି ବ୍ଲକ ଅଫିସ୍‌ ଘେରାଉ

ରେମୁଣା,୩।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ରେମୁଣା ବ୍ଲକରେ ବିଭିନ୍ନ ଅନିୟମିତତାକୁ ବିରୋଧ କରି କିଛି ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡସଭ୍ୟ ମିଳିତ ଭାବେ ବୁଧବାର ପୂର୍ବାହ୍ନରେ ରେମୁଣା...

Advertisement
Archives

Model This Week