ଅବହେଳାର ଶିକାର ଏନ୍‌ଟିପିସି ହଟିଂବାସୀ : ପାଣି ମୁନ୍ଦେ ପାଇଁ ଧାଡ଼ି ବିକଳ୍ପ

କଣିହାଁ, ୨୬ା୫(ଡି.ଏନ.ଏ.) – କାରଖାନାରେ ଖଟିବା ଠାରୁ ବଳିଯାଉଛି ପାଣି ସଂଗ୍ରହ ପାଇଁ ଶ୍ରମର ପରିମାଣ। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଧାଡ଼ିରେ ଛିଡା ହେବା ଛଡା ଆଉ କିଛି ବିକଳ୍ପ ନାହିଁ। ଶୋଷକୁ ଶାନ୍ତ କରିବାକୁ ଦିନ ଆରମ୍ଭରୁ ହିଁ ଟ୍ୟାପ ସମ୍ମୁଖରେ ଆଗ ଧାଡିରେ ଛିଡା ହେବାକୁ ଆରମ୍ଭ ହେଉଛି ପ୍ରତିଯୋଗିତା। ଏତେ ପରିଶ୍ରମ ପରେ ବି ପଛରେ ରହି ପାଣି ପାଇପାରୁ ନ ଥିବା ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ଆଉ ଏ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମହାରତ୍ନ ମାନ୍ୟତା ପ୍ରାପ୍ତ ଏନ୍‌ଟିପିସି ପ୍ରକଳ୍ପ ଶକ୍ତିଦ୍ୱାର ନିକଟସ୍ଥ ହଟିଂବାସୀ। ଏତେ ନିକଟରେ ଥାଇ ବି ପ୍ରକଳ୍ପ ଅଧିକାରୀଙ୍କ ଦୃଷ୍ଟି ପଡୁନି ସେମାନଙ୍କ ସମସ୍ୟା ଉପରେ। ପ୍ରଶାସନ ମଧ୍ୟ ଜାଣି ଅଜଣା ହେଉଛି। ଫଳରେ ସଂଘର୍ଷ କରି ପାଣି ସଂଗ୍ରହ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ହଟିଂବାସୀ।
ହଟିଂ ବାସିନ୍ଦା ସୁନୀଲ, କାଳନ୍ଦୀ, ପ୍ରତାପ ଟୁଡୁ, ଏମ୍‌ ମୁର୍ମୁ , ବାପୁନି ଜେନା, ଗଣେଷ କୁମାର ପ୍ରମୁଖଙ୍କ କହିବା ମୁତାବକ, ଏଠାରେ ପାଣି ସମସ୍ୟା ଦୀର୍ଘ ୨୫ ବର୍ଷର। ବିଭିନ୍ନ ଜିଲାରୁ ଶ୍ରମିକମାନେ ଆସି ହଟିଂରେ ରହୁଥିଲେ ମଧ୍ୟ ସରକାର ଓ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଅବହେଳାର ଶିକାର ହୋଇଆସୁଛନ୍ତି। ଏବେ ପାନୀୟ ସମସ୍ୟାରେ ପ୍ରାୟ ହଜାରେ ଲୋକ ଯୁଝି ହେଉଛନ୍ତି। ହଟିଂ ସ୍କୁଲ ସହ ଅନ୍ୟ ୨ ସ୍ଥାନରେ ଥିବା ନଳକୂଅ ଦୀର୍ଘଦିନ ହେଲା ଅଚଳ। ପ୍ରକଳ୍ପର ଦୂଷିତ ପାଣିକୁ ଲୋକେ ଶୌଚ ପାଇଁ ବ୍ୟବହାର କରୁଛନ୍ତି। ଶୁଦ୍ଧ ପାନୀୟ ଜଳ ପାଇଁ ପ୍ରକଳ୍ପ ଶକ୍ତିଦ୍ୱାର ନିକଟରେ ଗୋଟିଏ ସଂଯୋଗରେ ୩ଟି ଟ୍ୟାପର ବ୍ୟବସ୍ଥା ହୋଇଥିଲା। ଦୀର୍ଘ ଦିନ ହେଲା ମାତ୍ର ଗୋଟିଏ ଟ୍ୟାପରୁ ପାଣି ବାହାରୁଥିବାବେଳେ ୨ଟି ଖରାପ ହୋଇଯାଇଥିଲା। ବର୍ତ୍ତମାନ ସେହି ଗୋଟିଏ ଟ୍ୟାପ୍‌ରୁ ମଧ୍ୟ ଆବଶ୍ୟକ ମୁତାବକ ପାଣି ବାହାରୁନି। ମାସେ ହେଲାଣି ଘଣ୍ଟା ଘଣ୍ଟା ଧରି ଖରାତରାରେ ଧାଡ଼ିରେ ଛିଡା ହେବାକୁ ପଡୁଛି। ଏପରିକି ପାଣି ଆସୁ ନ ଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ଲୋକେ ଗରା ମାଠିଆ ଧରି ଅପେକ୍ଷା କରୁଛନ୍ତି। ଏଥିପାଇଁ ସରକାର ଓ ପ୍ରକଳ୍ପ ଦୃଷ୍ଟି ନ ଦେଲେ ହଟିଂବାସୀ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦିଆଯାଇଛି। ଏ ସମ୍ପର୍କରେ ଏନ୍‌ଟିପିସି ପ୍ରକଳ୍ପ ଜନ ସମ୍ପର୍କ ଅଧିକାରୀ ଅମିତ କୁମାର ବେହେରାଙ୍କୁ ପଚାରିବାରେ କହିଛନ୍ତି, ହଟିଂକୁ ପାନୀୟ ଜଳ ବ୍ୟବସ୍ଥା ହୋଇଥିଲା। ଟ୍ୟାଙ୍କର ଯୋଗେ ମଧ୍ୟ ପାଣି ଯାଉଛି। କେଉଁଠି ଅସୁବିଧା ହେଉଛି ତାହାର ତଦାରଖ କରାଯାଇ ସମସ୍ୟା ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଙ୍ଘର୍ଷ: ପି.ପିତାମ୍ବର ଦୋରା, ତାଙ୍କ ସହଯୋଗୀ ମାନଙ୍କୁ

ଦିଗପହଣ୍ଡି,୧୭ା୪(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଭୁଡୁକି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏନେଇ ଉଭୟ ଗୋଷ୍ଠୀ ପାଟପୁର ଥାନାରେ…

ଭାଇ ସହ ସାଙ୍ଗ ହୋଇ ଭଉଣୀଙ୍କୁ କଲେ ପ୍ରେମ: ମା’ ଶୋଇଥିବା ବେଳେ ଯୁବତୀଙ୍କୁ ଡାକିନେଇ…

ଦିଗପହଣ୍ଡି,୧୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅଧୀନ ଏକ ଗାଁରୁ ଜଣେ ୨୧ ବର୍ଷୀୟା ଯୁବତୀ ଆକସ୍ମିକ ଭାବେ ଘରୁ ନିଖୋଜ ହୋଇଯାଇଥିବା ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri