Posted inUncategorized

ଅବଶିଷ୍ଟ ମ୍ୟାଚ ଖେଳି ନ ପାରନ୍ତି ଗ୍ରିଜ୍‌ମାନ

ବାର୍ସିଲୋନା, ୧୩ା୭ (ଏପି)- ମାଂଶପେଶୀରେ ଇଞ୍ଜୁରି ଯୋଗୁ ସ୍ପାନିଶ ଫୁଟ୍‌ବଲ ଲିଗ୍‌ର ଅବଶିଷ୍ଟ ମ୍ୟାଚରୁ ବିଶ୍ରାମ ନେଇ ପାରନ୍ତି ଆଣ୍ଟୋନୀ ଗ୍ରିଜ୍‌ମାନ। ରବିବାର ଫିଟ୍‌ନେସ୍‌ ଟେଷ୍ଟ ହୋଇଥିଲା। ଗ୍ରିଜ୍‌ମାନଙ୍କ ଡାହାଣ ଜଙ୍ଘରେ ଆଘାତ ଲାଗିଥିବା ଦେଖାଯାଇଥିଲା। ତେଣୁ ତାଙ୍କୁ ବର୍ତ୍ତମାନ ପାର୍ଇ ଦଳରୁ ବାଦ୍‌ ଦିଆଯାଇଥିବା ବାର୍ସିଲୋନା ଫୁଟ୍‌ବଲ କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି। ଫ୍ରାନ୍ସର ଏହି ଷ୍ଟାର ଖେଳାଳି କେବେ ସମ୍ପୂର୍ଣ୍ଣ ଫିଟ୍‌ ହେବେ କ୍ଲବର ତରଫରୁ ତାହା ସ୍ପଷ୍ଟ କରାଯାଇ ନାହିଁ। କିନ୍ତୁ ବାର୍ସିଲୋନାର ଶେଷ ଦୁଇଟି ମ୍ୟାଚରେ ସେ ଖେଳି ପାରିବେ ନାହିଁ। ଅଗଷ୍ଟରେ ନାପୋଲି ବିପକ୍ଷରେ ଟିମ୍‌ର ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ ବେଳକୁ ସେ ଫିଟ୍‌ ହୋଇଥିବେ କି ନା ତାହା ମଧ୍ୟ ଅସ୍ପଷ୍ଟ। ସ୍ପାନିଶ ଲିଗ୍‌ରେ ରିଅଲ ମାଡ୍ରିଡ୍‌ଠାରୁ ଗୋଟିଏ ପଏଣ୍ଟ ପଛରେ ରହିଛି ବାର୍ସିଲୋନା। ଶନିବାର ଭାଲାଡୋଲିଡ୍‌ଠାରେ ବାର୍ସିଲୋନାର ୧-୦ ଗୋଲ ବିଜୟ ମ୍ୟାଚର ପ୍ରଥମାର୍ଦ୍ଧରେ ବଦଳ ଖେଳାଳିଭାବେ ଖେଳିଥିଲେ ଗ୍ରିଜ୍‌ମାନ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଭାରତୀୟ ଦଳ ପାଇଁ ଖୁସି ଖବର, ପାସ୍‌ ହେଲେ ଏହି ଖେଳାଳି

ମେଲବର୍ନ,୨୫।୧୨: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫିଟନେସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ସେ ଏବେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି)...

ଏଲ୍‌ଏସିରେ ଉତ୍ତେଜନା: ଟି-୯୦, ଟି-୭୨ ଟ୍ୟାଙ୍କ ମୁତୟନ

ଲେହ, ୨୭।୯: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଭାରତ ପକ୍ଷରୁ ଚାଇନାକୁ କଡ଼ା ଜବାବ ଦେବାକୁ ଏଠାରେ ଟି-୯୦ ଏବଂ ଟି-୭୨...

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ଇଷ୍ଟ ବେଙ୍ଗଲ

ମାର୍ଗାଓ,୧୦।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ...

ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା(କୋଭିଡ୍‌-୧୯) ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଦେଶରେ ଏହି ମାରାତ୍ମକ ରୋଗ ବେଳକୁବେଳ ଭୟଙ୍କର ହେବାରେ ଲାଗିଛି। ଏହି ରୋଗର ଚିକିତ୍ସା କରିବା...

ଗୋଗୋଇଙ୍କ କାର୍ଯ୍ୟକାଳର ଶେଷ ଦିନ: ମାତ୍ର ୩ ମିନିଟ୍‌ରେ ୧୦ଟି ମାମଲାରେ ନୋଟିସ ଜାରି

ନୂଆଦିଲ୍ଲୀ,୧୫।୧୧:ନିଜ କାର୍ଯ୍ୟକାଳର ଶେଷ ଦିନରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ କିଛି ସମୟ ପାଇଁ ନିଜ କାର୍ଯ୍ୟାଳୟର ଦାୟିତ୍ୱ ଭାର ସମ୍ଭାଳିଛନ୍ତି। ପରମ୍ପରା ଅନୁସାରେ ସିଜେଆଇ...

ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ...

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥାର ଅନୁଗୋଳ ପ୍ରକଳ୍ପ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୧୩।୧୨(ବ୍ୟୁରୋ):ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଦ୍ୱାରା ନିର୍ମାଣ ହେବାକୁ ଥିବା ଅନୁଗୋଳ ଏନ୍‌କ୍ଲେଭ ପ୍ରକଳ୍ପ ପାଇଁ ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଏକ...

Play 250+ Trending Games
Archives

Model This Week

Why Dharitri