Advertisement

ଅବଧି ସରିଲାଣି, ସରିନି ନିର୍ମାଣ କାର୍ଯ୍ୟ

କାଳିଆପାଣି,୭।୨(ଡିଏନଏ): ସୁକିନ୍ଦା ତହସିଲ ଅନ୍ତର୍ଗତ କୁହିକା ଗ୍ରାମ ପଞ୍ଚାୟତ ଟମକା – ମଙ୍ଗଳପୁର, ଆର୍‌ଆଣ୍ଡ୍‌ବି ରାସ୍ତା ନିକଟରୁ ଜେମାଦେଇପୁର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ଚାଲିଛି। ମାତ୍ର ଏହି ରାସ୍ତା ନିମ୍ନମାନର ହୋଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ୨୦୧୮-୧୯ ଆର୍ଥତ୍କ ବର୍ଷରେ ୪୮ଲକ୍ଷ ୭୦ ହଜାର ଟଙ୍କା ବିନିଯୋଗରେ କାର୍ଯ୍ୟାଦେଶ ହୋଇଥିବା ଏହି ରାସ୍ତା କାର୍ଯ୍ୟ ୧୨।୯।୨୦୧୮ରୁ ଆରମ୍ଭ ହୋଇ ୧୧।୨।୨୦୧୯ରେ ଶେଷ କରିବା ନେଇ ସରକାରୀ ନାମ ଫଳକରେ ଉଲ୍ଲେଖ ରହିଛି। ମାତ୍ର ଅବଧି ଶେଷ ହେବାର ବର୍ଷେ ପରେ ବି ଏଯାବତ୍‌ ନିର୍ମାଣ ସରିନାହିଁ। ଯାଜପୁର ଟାଉନ୍‌ ଅଞ୍ଚଳର ଠିକାଦାର ଅମିତାଭ ପାଲ୍‌ ରାସ୍ତା ନିର୍ମାଣ ଆରମ୍ଭ କରିଥିବାବେଳେ ଏହା ନିମ୍ନମାନର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିବାରୁ ନିର୍ମାଣ କାର୍ଯ୍ୟ ଏବେ ବନ୍ଦ ରହିଥିବା ଜଣାପଡିଛି। ରାସ୍ତା କାର୍ଯ୍ୟ ଆରମ୍ଭ ପୂର୍ବରୁ ମୋରମ ବ୍ୟବହାର କରିବା ପରେ ପାଣି ପକାଇ ତାକୁ ରୋଲିଂ କରିବାର ନିୟମ ରହିଛି। କିନ୍ତୁ ଠିକାଦାର ଏହି ନିୟମକୁ ପାଳନ କରୁ ନ ଥିବା ଜଣାପଡ଼ିଛି। ରାସ୍ତାର ଉଭୟ ପାର୍ଶ୍ୱରୁ ମାଟି ଉଠାଇ ଠିକାଦାର ରାସ୍ତା କାର୍ଯ୍ୟରେ ବ୍ୟବହାର କରିଥିବା ଦେଖିବାକୁ ମିଳିଛି। ସେହିପରି ପିଚୁ ପକାଯିବା କ୍ଷେତ୍ରରେ ମଧ୍ୟ ବହୁ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣ ସମୟରେ ସରକାରୀ ଅଧିକାରୀ ଉପସ୍ଥିତ ରହୁଥିବାବେଳେ ଠିକାଦାର କିପରି କାର୍ଯ୍ୟରେ ଅନିୟମିତତା କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଏସ୍‌ଡିଓ ଭେଙ୍କଟରମଣ ମୁଦୁଲିଙ୍କୁ ପଚାରିବାରୁ, ସେ ସୁକିନ୍ଦା ସହ କୋରେଇ ଦାୟିତ୍ୱ ସମ୍ଭାଳୁ ଥିବା କହିବା ସହିତ ରାସ୍ତା ଅନିୟମିତତା ସମ୍ପର୍କରେ ଥିବା ପ୍ରଶ୍ନକୁ ଏଡାଇ ଯାଇଥିଲେ। ଏହି ରାସ୍ତା ନିର୍ମାଣର ଭିଜିଲାନ୍ସ ତଦନ୍ତ କରିବାକୁ କୁହିକା- ଜେମାଦେଇପୁର ଗ୍ରାମବାସୀ ଦାବି କରିଛନ୍ତି। ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଧ୍ୟାନଦେଇ ଏହାର ତୁରନ୍ତ ତଦନ୍ତ କରି ବିଭାଗୀୟ ଠିକାଦାର ଲାଇସେନ୍ସ ରଦ୍ଦ କରିବାକୁ ଦାବି ହୋଇଛି। ସେବିଭଳି ବିଭାଗୀୟ ଅଧିକାରୀଙ୍କ ଅଳସୁଆ ମନଭାବକୁ ନା ପିସି ପାଇଁ ଏଭଳି କାର୍ଯ୍ୟ ହୋଇଛି ତାହା ତଦନ୍ତ ନିହାତି କରିବା ଦରକାର ବୋଲି ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଞ୍ଚ ପରେ ଜିଲାରେ ୧୩,୪୬୭ ପ୍ରାର୍ଥୀ

ବାରିପଦା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୟୂରଭଞ୍ଜ ଜିଲାରେ ୧୩ ହଜାର ୪୬୭...

ଜୀବନ ପାଲଟିଛି ବୋଝ:ସହାୟତା ଅପେକ୍ଷାରେ ଚମ୍ପା ହଁାସଦା

ବଅଁରପାଳ, ୧୬।୭ (ଡି.ଏନ୍‌.ଏ.) ଦେହରେ ବଳ ଥିବାବେଳେ ନାଲ୍‌କୋ ପ୍ଲାଣ୍ଟରେ ଖଟି ଗୁଜୁରାଣ ମେଣ୍ଟାଉଥିଲେ। ଏବେ ହାତ ଛାଡି ଦେଇଛି ବୟସ। ବୃଦ୍ଧାବସ୍ଥାକୁ ନିସଙ୍ଗ ଓ...

ହାଟଡ଼ିହୀ ବ୍ଲକ: ଏ-୧ ଗ୍ରେଡ୍‌ରେ ପାସ୍‌ କଲେ ୬ ପରୀକ୍ଷାର୍ଥୀ

ହାଟଡ଼ିହୀ,୨୨।୫(ଡି.ଏନ୍‌.ଏ.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ୬ ପରୀକ୍ଷାର୍ଥୀ ଏ-୧ ଗ୍ରେଡ୍‌ରେ ପାସ୍‌ କରିଛନ୍ତି। ବଡ଼ରମ୍ପାସ ହାଇସ୍କୁଲର...

ଜିଆଇ ଟ୍ୟାଗ୍‌ ଦୌଡ଼ରେ କୁଚିଣ୍ଡା ଲଙ୍କା

ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।...

ମୀନାଝୋଲାରେ ଜାଗରଯାତ୍ରା, ଯଜ୍ଞ ପାଇଁ ପ୍ରସ୍ତୁତି

ଚନ୍ଦ୍ରପୁର,୨୭।୨(ଡି.ଏନ୍‌.ଏ.)  ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁରର ପୁରାତନ ଶୈବପୀଠ ମୀନାଝୋଲା। ଶିବରାତ୍ରି ଉପଲକ୍ଷେ ଜାଗରଯାତ୍ରାରେ ଏଠାରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଚଳିତ ବର୍ଷ...

ଦୋଷୀ କର୍ମଚାରୀଙ୍କୁ ଘଣ୍ଟଘୋଡ଼ା

ବୈପାରିଗୁଡ଼ା,୧୬।୧(ଡି.ଏନ୍‌.ଏ.)  କୋରାପୁଟ ଜିଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦୋରାଗୁଡ଼ା ପଞ୍ଚାୟତର କସମଗୁଡ଼ା ଗ୍ରାମର କେତେଜଣ ହିତାଧିକାରୀଙ୍କ କାଳିଆ, ପିଏମ୍‌ କିଷାନ ଯୋଜନା ଅର୍ଥ ପ୍ରଦାନରେ ବାଟମାରଣା...

ବଦଳୁଛି ୩ ଦଶନ୍ଧିର ସ୍ଥିତି

ଯାଜପୁର ଅଫିସ,୫ା୨: ଯାଜପୁର ଜିଲାର ଖଣି ଓ ଶିଳ୍ପ ସମୃଦ୍ଧ ସୁକିନ୍ଦା ନିର୍ବାଚନମଣ୍ଡଳୀରେ ୩ ଦଶନ୍ଧିର ରାଜନୈତିକ ରୂପରେଖ କ୍ରମଶଃ ବଦଳୁ ଥିବା ସ୍ପଷ୍ଟ ହୋଇଛି।...

ବଡ଼ବିଲରେ ଫାଙ୍କା ଗୁଳିଚାଳନା: ୨.୭ ଲକ୍ଷ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର

ବଡବିଲ,୧୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଠାକୁରାଣୀସ୍ଥିତ ଲୌହ ଖଣିର ମୁଖ୍ୟ ଫାଟକ ନିକଟରେ ଥିବା ଏକ ଖଣିଜ ପରିବହନକାରୀ ସଂସ୍ଥାର ଅସ୍ଥାୟୀ କାର୍ଯ୍ୟାଳୟରୁ ସୋମବାର...

Advertisement
Archives

Model This Week