ଅବଧି ସରିଛି, ରିଫିଲ ହେଉନି

ପାଲଲହଡ଼ା, ୨୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ବୈଧତା ସରିଥିଲେ ହେଁ ଏହାକୁ ରିଫିଲ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏହାର ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ କୌଣସି ସମୟରେ ଦୁର୍ଘଟଣା ଘଟିଲେ ଏହାକୁ ଆୟତ୍ତ କରାଯିବା କଷ୍ଟକର ହୋଇପଡିବ ବୋଲି ରୋଗୀ ତଥା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଛି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଥିଲେ ହେଁ କାମ ନେଇଥିବା ଏକ ସଂସ୍ଥା ଠିକ୍‌ ଭାବେ ଦାୟିତ୍ୱ ତୁଲାଉ ନ ଥିବା ଅଭିଯୋଗ ହୋଇଛି।
ପାଲଲହଡ଼ା ଡାକ୍ତରଖାନା ପରିସରରେ ୨୦ରୁ ଅଧିକ ଅଗ୍ନି ନିର୍ବାପକ ଯନ୍ତ୍ର ଖଞ୍ଜା ଯାଇଛି। ଅଭିଯୋଗ ମୁତାବକ, ଗତ ଜାନୁୟରୀରୁ ଏଗୁଡିକର ବୈଧତା ଶେଷ ହୋଇଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଏହାକୁ ରିଫିଲ କରାଯାଇନାହିଁ। ବାର୍ଷିକ ଏ ବାବଦ ୨୫ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ଉପଖଣ୍ଡ ଅଗ୍ନିଶମ ଅଧିକାରୀ ଲକ୍ଷ୍ମୀକାନ୍ତ ଥାପ୍ପାଙ୍କୁ ପଚାରିବାରେ କହିଛନ୍ତି, ଅଗ୍ନି ନିର୍ବାପକ ଯନ୍ତ୍ରଗୁଡିକ ବର୍ଷକୁ ଥରେ ରିଫିଲ କରାଯିବା କଥା। ଯଦି ସେମିତି ହେଉ ନ ଥାଏ ତେବେ ଏ ନେଇ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରାଯିବ। ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଜୟକୃଷ୍ଣ ନାୟକ କହିଛନ୍ତି, ଦାୟିତ୍ୱ ନେଇଥିବା ସଂସ୍ଥାକୁ ଶୀଘ୍ର ରିଫିଲ କରାଯିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା ଓଲଟିଲା

ବାଲିକୁଦା,୨୩ା୧(ସ୍ବ.ପ୍ର.):ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ କୁଶୁପୁର ପଞ୍ଚାୟତର ସମୁଦ୍ରକୂଳ ଆକାଶିଆ ଜଙ୍ଗଲରୁ ବଣଭୋଜି ସାରି ଫେରୁଥିବାବେଳେ ରବିବାର ସନ୍ଧ୍ୟାରେ ଦେକଣୀ ନଦୀରେ ଯାତ୍ରୀବାହୀ ଡଙ୍ଗା...

ଜି.ଆର.ଏସଙ୍କ ବଦଳି ଉପରେ ଲାଗିଲା ରହିତାଦେଶ

ପାଟଣା,୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୧୩ଟି ବ୍ଲକ ମଧ୍ୟରୁ କେବଳ ତେଲକୋଈ ବ୍ଲକକୁ ଛାଡିଦେଲେ ବାକି ୧୨ଟି ବ୍ଲକରେ କାର୍ଯ୍ୟରତ ୨୦୦ରୁ ଉଦ୍ଧର୍‌ବ ଗ୍ରାମ ରୋଜଗାର ସେବକ(ଜି.ଆର.ଏସ)ଙ୍କୁ...

ଦାବି ପୂରଣ ନ ହେବା ଯାଏ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଡାବୁଗାଁ, ୨୧।୪ (ଡି.ଏନ୍‌.ଏ.): ରାଜ୍ୟ ଓଡ଼ିଶା ଡ୍ରାଇଭର ମହାସଂଘ ଡାକରାରେ ଡାବୁଗାଁ ଶାଖା ତରଫରୁ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ବୁଧବାର ଆରମ୍ଭ ହୋଇଛି।...

ଟ୍ରକ୍‌ ଧକ୍କାରେ ବାଇକ୍‌ଆରୋହୀ ମୃତ, ଘଟଣାସ୍ଥଳରେ ଉତ୍ତେଜନା

ଆନନ୍ଦପୁର, ୧୧।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥର ସାଳପଡ଼ାଠାରେ ଏକ ୧୦ ଚକିଆ ଟ୍ରକ୍‌ ଧକ୍କାରେ ବୁଧବାର ସକାଳେ ଜଣେ ବାଇକ୍‌...

ପାରଳାଖେମୁଣ୍ଡି ଉପକାରାଗାରରେ ପଶିଲା କରୋନା

ପାରଳାଖେମୁଣ୍ଡି,୯ା୮(ସ୍ବ.ପ୍ର.): ଗଜପତି ଜିଲାରେ କରୋନା କାୟା ମେଲାଇବାରେ ଲାଗିଛି। ଜିଲାର ବିଭିନ୍ନ ଅଞ୍ଚଳରୁ ମଙ୍ଗଳବାର ୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ପାରଳାଖେମୁଣ୍ଡି ଉପକାରାଗାରରେ...

ଫାଣ୍ଡି ପରିସର କାର୍‌ରେ ଥିଲା ମହିଳାଙ୍କ କଙ୍କାଳ

ଭୁବନେଶ୍ୱର(ବ୍ୟୁରୋ)/ଯାଁଳା,୧୪।୩(ଡି.ଏନ୍‌.ଏ.): ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ପରିସରରେ ପଡ଼ି ରହିଥିବା ଏକ ଜବତ କାର୍‌ ଭିତରୁ ମାସକ ତଳେ ଜଣେ ମହିଳାଙ୍କ କଙ୍କାଳ ମିଳିଥିଲା।...

ପଡ଼ିଆ ପଡ଼ିଛି ୪୦ ପ୍ରତିଶତ ଚାଷଜମି

ଖଇରା,୨୨।୧୦(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି କରୁଥିବା ନେଇ ଡିଣ୍ଡମ ପିଟୁଛନ୍ତି । ହେଲେ ସେପଟେ ସାର ଓ କୀଟନାଶକ...

କବାଡି ଖେଳ ପଡିଲା ମହଙ୍ଗା: ୧୬ ଜଣଙ୍କ ନାଁ ରେ ମାମଲା

ଦିଗପହଣ୍ଡି,୭।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଟାଉନ୍‌ ରୋଡ ଜନତାଲେନ୍‌ – ଆଠଗଡ଼ିଆ ସାହି ଛକରେ କୋଭିଡ଼ -୧୯ ନିୟମ ଉଲ୍ଲଂଘନ କରି କବାଡି ଖେଳୁଥିବା ୧୬...

Advertisement
Archives

Model This Week