ଅଫ୍‌ଏୟାର ହେବ ଶେହନାଜ-ପାରସଙ୍କ ଶୋ’ ‘ମୁଝସେ ଶାଦି କରୋଗେ’

ବମ୍ବେ: ଖୁବ୍‌ଶୀଘ୍ର ଅଫ୍‌ଏୟାର ହେବ ଶେହନାଜ୍‌ ଗିଲ-ପାରସ ଛାବଡାଙ୍କ ଶୋ’ ‘ମୁଝସେ ଶାଦି କରୋଗେ’। ଏହା ସ୍ଥାନ ନେବ ଧାରାବାହିକ ‘ଇସ୍କ ମେ ମରଜାଓ୍ବା-୨’। ଯାହା ସୂଚନା ରହିଛି, ମାର୍ଚ୍ଚ ୨୦ରେ ଶେହନାଜଙ୍କ ଶୋ’ର ଶେଷ ଏପିସୋଡ ପ୍ରସାରିତ ହେବ। ୨୩ ମାର୍ଚ୍ଚରୁ ଅନ୍ୟ ଶୋ’ ପରଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

ବିଗ୍‌ବସ୍‌ର ଏଣ୍ଟରଟେନ୍‌ମେଣ୍ଟ କୁଇନ୍‌ କୁହାଯାଉଥିବା ଶେହନାଜ ଅନ୍ୟତମ ପ୍ରତିଯୋଗୀ ପାରସଙ୍କ ସହ ମିଶି ଜୀବନସାଥୀ ଖୋଜୁଛନ୍ତି। ଶୋ’ରେ ପ୍ରଥମେ ଦଶଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ନିକଟରେ ହୋଇଛି ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି। ଧିରେଧିରେ ଶୋ’କୁ ପସନ୍ଦ ମଧ୍ୟ କରୁଛନ୍ତି ଦର୍ଶକ। ଏଣୁ ଶୋ’ ବନ୍ଦ ହେବାକୁ ଯାଉଥିବା କଥା ମିଥ୍ୟା ବୋଲି କୁହାଯାଉଥିଲା। ହେଲେ ଏବେ ନୂଆ ଧାରାବାହିକ ଆସିବା ପରେ ଶୋ’ ବନ୍ଦ ହେବା ସୁନିଶ୍ଚିତ ହୋଇଛି। ଯଦି ଏପରି ହୁଏ ତେବେ ଶେହନାଜ୍‌ଙ୍କ ପ୍ରଶଂସକ କିଛିଟା ନିରାଶ ହେବେ ତ ନିଶ୍ଚୟ।

ବିଗ୍‌ବସରେ ଶେହନାଜ ସିଦ୍ଧାର୍ଥଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶୋ’ରୁ ବାହାରିବା ସମୟରେ ଏହାକୁ ହୃଦବୋଧ କରିଥିଲେ ସେ। ହେଲେ ଘର ଭିତରେ ଥିବା ବେଳେ ସେ ‘ମୁଝସେ ଶାଦି କରୋଗେ’ ପାଇଁ ହଁ ଭରିଥିଲେ। ଫଳରେ ସେ ଏବେ ଫସି ଯାଇଥିବା ଏକାଧିକବାର କହିସାରିଲେଣି। ହେଲେ ଶୋ’ର ଫର୍ମାଟ ଅନୁଯାୟୀ ତାଙ୍କୁ ଜୀବନସାଥୀ କିଏ ହେବ ତାହା ସ୍ଥିର କରିବାକୁ ପଡ଼ିପାରେ। ଏଣୁ ସେ କାହାକୁ ବାଛିବେ ତାହା ବଜ୍‌ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

ଲୁଗା ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି, ବେଡ୍‌ରୁମ୍‌ରେ ଥିବା ଆଲମିରାକୁ ଦୁର୍ବୃତ୍ତ…

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ବଜାରରେ ରହୁଥିବା ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା,…

ପାଗରେ ପରିବର୍ତ୍ତନ ପରେ ଆରମ୍ଭ ହେଲା ଧାନ ରୁଆ ବେଉଷଣ

ରିଷିଡ଼ା,୨ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ସମେତ ରିଷିଡ଼ା, ରାଜପୁର, ପୌରକେଲା, ତେରେସିଂହା, ଗଜବାହଲ, ରେଗଡ଼ା,ରିଞ୍ଜା, ସାପଲହରା, ବୋରପଦର, ସରଗୁଲ ମାଲପଡ଼ା, ପଞ୍ଚାୟତର ପ୍ରାୟ ସମସ୍ତ…

‘ଇରାନ ଉପରେ ଏମିତି ଆକ୍ରମଣ କରାଯିବ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏମିତି ବିନାଶ ଦେଖାଯାଇ ନଥିବ’: ଟ୍ରମ୍ପ

ଓ୍ବାଶିଂଟନ,୨।୮: ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନରୁଦ୍ଧାର ପାଇଁ ଆଶା ପୁଣି ଥରେ ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦାବି କରିଛନ୍ତି…

ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବାକୁ ଟ୍ରଲର ଧକ୍କା ଦେବା ପରେ…

ଟେନ୍‌ସା,୨ା୮(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ଜାତୀୟ ରାଜପଥ ଜାମୁଡିହି ଟୋଲ୍‌ ଗେଟ୍‌ ସମ୍ମୁଖରେ ଏକ ଟ୍ରଲର ଓଡି…

Odisha Floods: ବନ୍ୟାଞ୍ଚଳ ବୁଲିଲେ ଜିଲାପାଳ, ସ୍ଥିତି ଅନୁଧ୍ୟାନ କରି…

ଚାନ୍ଦବାଲି,୨ା୮(କିଷାନ ପାତ୍ର): ଭଦ୍ରକ ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟାଜଳ ଘେରାଉ କରିଥିବା…

ପ୍ଲାଷ୍ଟିକ ମୁଦ୍ରା ପ୍ରଚଳନ ପରେ କାଗଜ ନୋଟଗୁଡିକ କ’ଣ କରିବ RBI, ସେଗୁଡିକୁ କିପରି ନଷ୍ଟ କରାଯିବ? ଜାଣନ୍ତୁ…

ନୂଆଦିଲ୍ଲୀ,୨।୮: ଭାରତୀୟ ରିଜର୍ଭ ବ୍ୟାଙ୍କ ପଲିମର ନୋଟ ପରୀକ୍ଷା କରିବାକୁ ପ୍ରସ୍ତୁତ ହେଉଥିବାରୁ, ଅନେକ ଲୋକ ଭାବୁଛନ୍ତି ଯେ ବର୍ତ୍ତମାନର କାଗଜ ନୋଟ ଗୁଡିକର କଣ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri