ଅପେକ୍ଷା ତିନିବର୍ଷର

ୟା ଭିତରେ ତିନିବର୍ଷ ବିତିଗଲାଣି। ହେଲେ ଗୋଟିଏ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ମିଳି ନ ଥିଲା। କାରଣ କ’ଣ ?
ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ‘ମୁଁ ସପନର ସୌଦାଗର’ରେ ଏହି ଯୋଡ଼ି ପ୍ରଥରଥର ପାଇଁ ସ୍କ୍ରିନ୍‌ ଶେୟାର କରିଥିଲେ। ୟା ଭିତରେ ସେମାନେ ଏକାଠି ୧୭ଟି ସିନେମାରେ ଅଭିନୟ କରିସାରିଲେଣି। ଏଥର ହୁଏତ ଅନେକେ ଜାଣିଯିବେଣି ଯେ, ଏଠାରେ କାହା କଥା ଉଲ୍ଲେଖ କରାଯାଉଛି। ହଁ, ସେହି ରୋମାଣ୍ଟିକ୍‌ ଯୋଡ଼ି ହେଲେ ସବ୍ୟସାଚୀ-ଅର୍ଚ୍ଚିତା। ତିନିବର୍ଷର ଗ୍ୟାପ୍‌ ପରେ ଏହି ଯୋଡ଼ି ପୁଣି ଥରେ ବଡ଼ ପରଦାରେ ମୁହଁ ଦେଖାଇବେ। ଚଳଚ୍ଚିତ୍ରଟି ହେଲା ‘ଅଭିମାନ’। ସୀତାରାମ ଅଗ୍ରଓ୍ବାଲଙ୍କ ପ୍ରଯୋଜିତ ଏହି ସିନେମାଟି ଚଳିତ ରଥଯାତ୍ରା ଅବସରରେ ପରଦା ଉପରକୁ ଆସିବାର ଯୋଜନା ରହିଛି। ଏହି ଯୋଡ଼ି ସମ୍ପର୍କରେ ସବ୍ୟସାଚୀ କହନ୍ତି, ‘ସବ୍ୟ-ଅର୍ଚ୍ଚିତା ଯୋଡ଼ି ଏପର୍ଯ୍ୟନ୍ତ ଅଭିନୟ କରିଥିବା ୧୭ ସିନେମାରୁ ୭-୮ଟି ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି। ‘ଛାତି ତଳେ ଡିଂ ଡଙ୍ଗ୍‌’ ଏବଂ ‘ହେଲା ମତେ ପ୍ରେମ ଜ୍ୱର’ ପରେ ଅର୍ଚ୍ଚିତା ଏବଂ ମୁଁ ନିଷ୍ପତ୍ତି ନେଲୁ ଯେ ଏଣିକି ଭଲ କାହାଣୀକୁ ଆଧାର କରି ନିର୍ମିତ ହେଉଥିବା ସିନେମାରେ ହିଁ ଅଭିନୟ କରିବୁ। ଏପରି ନିଷ୍ପତ୍ତିର ତିନିବର୍ଷ ପରେ ଥରେ ମୋତେ ସୀତାରାମ ଅଗ୍ରଓ୍ବାଲ କହିଲେ, ଆରେ ଅର୍ଚ୍ଚିତା ଆଉ ତୁମ ଭିତରେ ପାଟିତୁଣ୍ଡ ହୋଇଛି କି? କାହିଁ ଆଉ ଏକାଠି ରୋଲ୍‌ କରୁନ? ମୁଁ ଉତ୍ତର ଦେଲି-ଭଲ କାହାଣୀ ମିଳିଲେ ହିଁ ଏକାଠି ରୋଲ୍‌ କରିବୁ। ତା’ପରେ ସେ ମୋତେ ଆଲୋଚନା ପାଇଁ ଡାକି ‘ଅଭିମାନ’ କାହାଣୀ ବିଷୟରେ ସୂଚନା ଦେଲେ ଏବଂ ତା’ପରେ ମୋତେ ଯେମିତି ଖୋଜିଲା ଚିଜ ମିଳିଯାଇଥିଲା। କମ୍ପ୍ୟୁଟର ଯେମିତି ହ୍ୟାଙ୍ଗ୍‌ ହେଲେ ଭାଇରସ୍‌ କ୍ଲିନ୍‌ କରାଯାଏ, ଠିକ୍‌ ସେମିତି ଏହି ଫିଲ୍ମ ଓଡ଼ିଆ ସିନେମାର ହ୍ୟାଙ୍ଗ୍‌ ଅବସ୍ଥାକୁ ନିଶ୍ଚୟ ବଦଳାଇଦେବ।’ ସିଦ୍ଧାର୍ଥ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ‘ଅଭିମାନ’ର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ (ବାପି)।


Enter your email to get our daily news in your inbox.

All Right Reserved By Dharitri.Com

ଡେଟ କରୁଛନ୍ତି ତମନ୍ନା!

ମୁମ୍ବାଇ: ବଲିଉଡରେ ବିଜୟ ବର୍ମା ଓ ତମନ୍ନା ଭାଟିଆଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଚାଲିଛି। ଉଭୟଙ୍କୁ ଅନେକ ସମୟରେ ପାର୍ଟିରେ ଦେଖିବାକୁ ମିଳୁଛି। ଏହି ଆଫେୟାର...

ଏହି ଅଭିନେତାଙ୍କ ପ୍ୟାଣ୍ଟର ଡୋର ଟାଣିଦେଲେ ରାଖୀ ସାୱନ୍ତ: ରାଗରେ ନିଆଁ ହେଲେ ସ୍ତ୍ରୀ

ବିଗ ବସ୍‌-୧୪ରେ ନୂଆ ବିବାଦ ଦେଖାଦେଇଛି। ଏହାର ସୂତ୍ରଧର ପାଲଟିଛନ୍ତି ରାଖୀ ସାୱନ୍ତ। ଶୋ’ର ଅନ୍ୟତମ ପ୍ରତିଯୋଗୀ ଅଭିନବ ଶୁକ୍ଲାଙ୍କ ପ୍ରେମରେ ସେ ପାଗଳପ୍ରାୟ ହୋଇଯାଇଛନ୍ତି।...

ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ

ମୁମ୍ବାଇ: ‘ଦ ଗ୍ରେଟ ଇଣ୍ଡିଆନ କିଚେନ’ର ହିନ୍ଦୀ ରିମେକ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି ଅଭିନେତ୍ରୀ ସାନ୍ୟା ମାଲହୋତ୍ରା । ‘ଦ ଗ୍ରେଟ ଇଣ୍ଡିଆନ କିଚେନ’...

କାର୍‌ ଦୁର୍ଘଟଣାରେ ପିତାଙ୍କୁ ହରାଇଥିଲେ ଏହି ଅଭିନେତ୍ରୀ: ଗୋଟିଏ ଇଚ୍ଛା ପୂରଣ ପାଇଁ କିଣିଥିଲେ ଆଇପିଏଲ୍‌ ଟିମ୍‌

ବମ୍ବେ: ପ୍ରୀତି ଜିଣ୍ଟା ବଲିଉଡ୍‌ ଅଭିନେତ୍ରୀ ହେବା ସହ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ମଧ୍ୟ। ୨୦୦୮ରେ ସେ ତତ୍କାଳୀନ ପ୍ରେମିକ ନେସ ଓ୍ବାଡିଆଙ୍କ...

ମାନ୍ୟତାଙ୍କଠାରୁ ଆରମ୍ଭ କରି ରିନା ରାୟ: ହିନ୍ଦୁ ନୁହନ୍ତି ବଲିଉଡ୍‌ର ଏହି ୮ ଅଭିନେତା

ବଲିଉଡରେ ଏପରି ଅଭିନେତା ଅଛନ୍ତି, ଯେଉଁମାନେ ଫିଲ୍ମରେ ଥିବା ଚରିତ୍ରର ନାମକୁ ନେଇ ଲୋକପ୍ରିୟ ହୋଇଛନ୍ତି। ନଚେତ ଫିଲ୍ମ କରିବା ପୂର୍ବରୁ କେହି କେହି ନିଜ...

ପିତାଙ୍କୁ ହରାଇଲେ ଅନୁପମା ଫେମ୍‌ ଏହି ଅଭିନେତା

ବମ୍ବେ: ଗୋଟିଏ ପଟେ କରୋନା ସଂକ୍ରମଣ, ଅନ୍ୟପକ୍ଷେ ପ୍ରିୟଜନଙ୍କୁ ହରାଇବାର ଦୁଃଖ। କିଛି ଏଭଳି ଘଟିଚାଲିଛି ଷ୍ଟାର୍‌ ପ୍ଲସର ଲୋକପ୍ରିୟ ରିଆଲିଟି ଶୋ’ର କଳାକାରଙ୍କ କ୍ଷେତ୍ରରେ।...

ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଚମକିଲେ ନେପାଳର ପ୍ରଥମ ଟ୍ରାନ୍ସଜେଣ୍ଡର ମହିଳା

ବମ୍ବେ: ଲାକ୍‌ମୀ ଫ୍ୟାଶନ ଉଇକ୍‌ରେ ଜଣେ ଟ୍ରାନ୍ସଜେଣ୍ଡର ମହିଳାଙ୍କ ଜଲଓ୍ବା। ସେ ବି ଏଭଳି ଯେ ସେଠାରେ ଉପସ୍ଥିତ ସମସ୍ତଙ୍କ ନଜର ତାଙ୍କ ଉପରେ କେନ୍ଦ୍ରୀଭୂତ...

ଲାକ୍ମୀ ଫ୍ୟାଶନ ଉଇକ୍‌ରେ ମଲାଇକାଙ୍କ କ୍ରେଜ୍‌

ବମ୍ବେ: ଚଳିତ ବର୍ଷର ଲାକ୍ମୀ ଫ୍ୟାଶନ ଉଇକ୍‌ରେ ବଲିଉଡ୍‌ ଡିଭାଙ୍କ ଜଲଓ୍ବା ଦେଖିବାକୁ ମିଳୁଛି। ଏହାର ତୃତୀୟ ଦିନ ଗୁରୁବାରରେ ମଲାଇକା ଅରୋରା ର଼୍ୟାମ୍ପ ଓ୍ବାକ୍‌...

Advertisement
Archives

Model This Week