ଅପହଞ୍ଚ ଯୋଜନା, ଅସୁରକ୍ଷିତ ଶ୍ରମିକ

ନୟାଗଡ଼ ଅଫିସ,୧୮ା୩: ଶିକ୍ଷାର ଅଭାବ ସାଙ୍ଗକୁ ଅଭିଯୋଗ କରିବାକୁ ସାହସ ଜୁଟାଇପାରୁ ନ ଥିବାରୁ ନୟାଗଡ ଜିଲାର ନିରୀହ ଶ୍ରମିକ ଶୋଷଣର ଶିକାର ହୋଇଚାଲିଛି। କେଉଁଠି ଶାରୀରିକ ନିର୍ଯାତନା ଦିଆଯାଉଛି ତ ଆଉ କେଉଁଠି ବିନା ପାରିଶ୍ରମିକରେ ଗୋତି ଖଟାଉଛନ୍ତି। ଶ୍ରମିକଙ୍କୁ ଉଚିତ୍‌ ପ୍ରାପ୍ୟ ଦେବା ଓ ଶୋଷଣରୁ ମୁକ୍ତ କରିବା ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆଇନ ଯେପରି ବାଟବଣା ହୋଇଯାଇଛି। ସରକାରୀ ଯୋଜନା ଅପହଞ୍ଚ କାରଣରୁ ଶ୍ରମିକ ନିଜକୁ ଅସୁରକ୍ଷିତ ମନେକରୁଛନ୍ତି।
ବୋନସ ଓ ଛୁଟି ମିଳୁନି
ଜିଲାର ବିଭିନ୍ନ ଦୋକାନ, ଗୋଦାମ, ନର୍ସିଂହୋମ, ଶୋରୁମ୍‌ ଆଦି ବାଣିଜି୍ୟକ ପ୍ରତିଷ୍ଠାନରେ ନିୟୋଜିତ ଶ୍ରମିକମାନେ ଆଇନ ଅନୁଯାୟୀ ସର୍ବନିମ୍ନ ମଜୁରି ପାଉନାହାନ୍ତି। ମାସକୁ ୪ଟି ସାପ୍ତାହିକ ଛୁଟି ଦିଆଯାଉନି। ସେହିପରି ବର୍ଷ ମଧ୍ୟରେ ଅଗଷ୍ଟ ୧୫, ଜାନୁୟାରୀ ୨୬, ଶ୍ରମିକ ଦିବସ ଓ ଗାନ୍ଧୀ ଜୟନ୍ତୀ ପରି ୪ଟି ଜାତୀୟ ଛୁଟି ବି ଦିଆଯାଉନି। ଦୈନିକ ୮ଘଣ୍ଟା କାର୍ଯ୍ୟ କରିବାର ନିୟମ ଥିବାବେଳେ ୧୦ରୁ ୧୨ ଘଣ୍ଟା ଖଟାଯାଉଛି। ଓଭର ଟାଇମ୍‌ ମଜୁରିର ଦୁଇଗୁଣ ପାଇବାକୁ ନିୟମ ଥିବାବେଳେ ତାହା ଶୀତଳଭଣ୍ଡାରରେ ରହିଯାଉଛି। ଜଣେ ଶ୍ରମିକ/କର୍ମଚାରୀ ବର୍ଷକୁ ଅତି କମ୍‌ରେ ୮.୩୩ ପ୍ରତିଶତ ବୋନସ୍‌ ପାଇବାର ନିୟମ ରହିଛି। ଦଶହରା ଦୀପାବଳି ସମୟରେ କର୍ମଚାରୀଙ୍କୁ ବୋନସ ଦେବାର ନିୟମ ଥିବାବେଳେ ମାଲିକମାନେ ଫୁ କରି ଉଡାଇ ଦେଉଛନ୍ତି। ପ୍ରତିବାଦ କଲେ ଚାକିରି ଛାଡିବାକୁ ଭୟ ମିଳୁଛି। ଏପରି କି କେତେକଙ୍କୁ ଚାକିରିରୁ ଛଟେଇ କରିଦିଆଯାଉଛି। ଆଉ କେତେକ ବାଧ୍ୟ ହୋଇ ଚାକିରି ଛାଡୁଛନ୍ତି।
ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ କରାଯାଉନି
ନୟାଗଡ଼ ଜିଲାର ଶ୍ରମିକମାନଙ୍କ ନଁା ଭବିଷ୍ୟନିଧି ପାଣ୍ଠିରେ ପଞ୍ଜୀକୃତ କରାଯାଉନି। ଫଳରେ ଶ୍ରମିକମାନେ ବାର୍ଦ୍ଧକ୍ୟ ସମୟରେ ପେନ୍‌ସନ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅଣଦେଖା ଯୋଗୁ ନୟାଗଡ଼ର ଶ୍ରମିକମାନେ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ଲାଭରେ ମାଲିକ ଅଥବା ପରିଚାଳନା ସଂସ୍ଥା ରହୁଛନ୍ତି। ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ ପକ୍ଷରୁ ଯଦି ଏହାର ଯାଞ୍ଚ କରାଯାଆନ୍ତା ତେବେ ଅନେକ ଶ୍ରମିକ ଲାଭବାନ ହୁଅନ୍ତେ ବୋଲି ମତପ୍ରକାଶ ପାଉଛି।
ବୀମାରୁ ବଞ୍ଚତ୍ତ
ଅଧିକାଂଶ ଶ୍ରମିକ ବିପଦସଙ୍କୁଳ ଭାବେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କୁ ବୀମାଭୁକ୍ତ କରାଯାଉନି। ଫଳରେ କିଛି ଅଘଟଣ ଘଟିଲେ ସେମାନଙ୍କ ପରିବାର ବୀମାରାଶି ପାଇ ପାରୁ ନାହାନ୍ତି। ଆହତ ହେଲେ ବୀମା ବାବଦକୁ ଚିକତ୍ସା ସହାୟତା ମିଳୁନି। ବରଂ ଉକ୍ତ ଶ୍ରମିକ କାମକରୁ ନ ଥିବା ସଫେଇ ଦିଆଯାଉଛି। ବୀମା ସୁବିଧାରୁ ଶ୍ରମିକମାନଙ୍କୁ ବଞ୍ଚିତ କରାଯାଉଥିଲେ ମଧ୍ୟ ଜିଲା ଶ୍ରମ ଦପ୍ତର ଏ ଦିଗରେ ପଦକ୍ଷେପ ନେଉନି। ମାଲିକ ଅଥବା ପରିଚାଳନା ସଂସ୍ଥା ଉପରେ ଶ୍ରମ ବିଭାଗର କାର୍ଯ୍ୟାନୁଷ୍ଠାନ ଜାରି ରହିଲେ ଶ୍ରମିକମାନେ ଉପେକ୍ଷିତ ହୁଅନ୍ତେ ନାହିଁ ବୋଲିି କିଛି ଶ୍ରମିକ ମତ ଦେଇଛନ୍ତି।
ରୋକାଯାଇ ପାରୁନି ଦାଦନ
ବର୍ଷତମାମ ନୟାଗଡ ଜିଲାରୁ ଶ୍ରମିକ ରାଜ୍ୟ ଓ ରାଜ୍ୟ ବାହାରକୁ କାମ କରିବାକୁ ଯାଉଛନ୍ତି। ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକାରୀ ହେଉଥିଲେ ହେଁ ଦାଦନକୁ ରୋକାଯାଇ ପାରୁନି। ଜିଲାର ବିଭିନ୍ନ ସଂସ୍ଥାରେ ନିୟାଜିତ କର୍ମଚାରୀ ଅଥବା ଶ୍ରମିକ ନିର୍ଯାତିତ ହେବା ପରେ ଅଧିକ ପାରିଶ୍ରମିକ ଆଶାରେ ଦାଦନ ପଳାଇ ଯାଉଛନ୍ତି । ହେଲେ ନୟାଗଡ ଜିଲାରୁ କେତେ ଶ୍ରମିକ ଦାଦନ ଯାଉଛନ୍ତି ତା’ର ହିସାବ ଶ୍ରମ ବିଭାଗ ପାଖରେ ନାହିଁ। ଜିଲା ଶ୍ରମ ବିଭାଗକୁ ଯୋଗାଯୋଗ କଲେ ଉତ୍ତର ମିଳୁଛି ଆମ ପାଖରେ କେହି ଶ୍ରମିକ ପଞ୍ଜୀକୃତ କରି ଦାଦନ ଯାଉନାହାନ୍ତି। ଏଣୁ ସେମାନଙ୍କ ତଥ୍ୟ ଆମ ପାଖରେ ଉପଲବ୍ଧ ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ତାତିଲେ ଅଙ୍ଗନଓ୍ବାଡ଼ୀ କର୍ମୀ

କେସିଙ୍ଗା,୨୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୨୬ଟି ପଞ୍ଚାୟତର ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।...

ପୋଲିଓ ବୁନ୍ଦା ଖାଇଲେ ଶିଶୁ

ଚନ୍ଦ୍ରଗିରି,୧୯।୧(ଡି.ଏନ୍‌.ଏ.): ସମଗ୍ର ଭାରତକୁ ପୋଲିଓମୁକ୍ତ କରିବା ଉଦ୍ଦେଶ୍ୟରେ ଜନ୍ମରୁ ପାଞ୍ଚ ବର୍ଷ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଯାଉଛି। ଏହି ପରିପ୍ରେକ୍ଷୀରେ ଗଜପତି ଜିଲା ମୋହନା ଅଞ୍ଚଳରେ...

ପାଟଣାଗଡ଼ରେ କେଭି ପଛରେ

ପାଟଣାଗଡ଼,୨୩।୫: ପାଟଣାଗଡ଼ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କନକ ବର୍ଦ୍ଧନ ସିଂଦେଓ ପଛରେ ଚାଲିଛନ୍ତି। ବିଜେଡି ପ୍ରାର୍ଥୀଙ୍କଠାରୁ କେଭି ୨୦୬୬ ଭୋଟରେ ପଛୁଆ ଅଛନ୍ତି।

ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ଫଳ ପ୍ରକାଶିତ

ବ୍ରହ୍ମପୁର ଅଫିସ,୩୦ା୮- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। କୁଳପତି ପ୍ରଫେସର...

ବିପୁଳ ପରିମାଣର ଗୁଟ୍‌କା ଜବତ:୨ ଭାଇ ଗିରଫ

ପୁରୁଷୋତ୍ତମପୁର,୧୮।୬(ଡି.ଏନ୍‌.ଏ)-ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ଗୁରୁବାର ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାପାଶର୍‌ବରେ ଥିବା ଏକ ତେଜରାତି ଦୋକାନ ଉପରେ ଚଢାଉ କରି ବିପୁଳ ପରିମାଣର ଗୁଟକା ଜବତ...

ଭିତରକନିକାରେ ଡଲଫିନ୍‌ ଗଣନା ୧୬ରେ

ରାଜନଗର,୧୧।୧୨(ଡି.ଏନ.ଏ.): ଭିତରକନିକା ଅଞ୍ଚଳରେ ଚଳିତମାସ ୧୬ରୁ ୧୮ ତାରିଖ ଯାଏ ଡଲଫିନ୍‌ ଗଣନା କରାଯିବ। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ଓ ଭିତରକନିକା...

ଗୁହାରି ଶୁଣିଲାନି ପ୍ରଶାସନ: ଶ୍ରମଦାନ କରି ଗ୍ରାମବାସୀ ଗାଁରେ ପହଞ୍ଚାଇଲେ ଝରଣା ପାଣି

କୋରାପୁଟ,୨୨ା୩(ସ୍ବ.ପ୍ର.): ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମବାସୀ ବହୁ ସମୟରେ ବ୍ଲକ ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ। ହେଲେ କେହି...

ବାହୁଡ଼ାରେ ନାଚପାର୍ଟିକୁ ନେଇ ଉତ୍ତେଜନା

ଦିଗପହଣ୍ଡି,୧୫ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମରେ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଉତ୍ତେଜନା ଦେଖା ଦେଇଛି। ଜଗନ୍ନାଥଙ୍କ ରଥ ଅଧାବାଟରେ ଅଟକିବା ପରେ ପ୍ରତିବର୍ଷ ନାଚ ପରିବେଷଣ...

Advertisement
Archives

Model This Week