ଅପରାଧର ସ୍ଥିତି, ପୋଲିସ ଭୂମିକା ନେଇ କର୍ମଶାଳା: ବଢ଼ୁଛି ବଳାତ୍କାର, ମହିଳା, ଶିଶୁ ଆପରାଧିକ ମାମଲା

ଫୁଲବାଣୀ ଅଫିସ, ୧୪ା୧୨-କନ୍ଧମାଳ ଜିଲାରେ ଅପରାଧର ସ୍ଥିତି ଓ ପୋଲିସ ବ୍ୟବସ୍ଥାକୁ ନେଇ ଏକ କର୍ମଶାଳା ସ୍ଥାନୀୟ ପ୍ରେସ୍‌ କ୍ଲବରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛିା ଜିଲାରେ କେତେ ଆପରାଧିକ ମାମଲା ରୁଜୁ ହୋଇଛି ତାହା ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା ା ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଉଥିଲେ ମଧ୍ୟ ପୋଲିସ ସମ୍ପୂର୍ଣ୍ଣ ତଥ୍ୟ ଦେଉନାହିଁ ବୋଲି କର୍ମଶାଳା ଆୟୋଜକଙ୍କ ପକ୍ଷରୁ କୁହାଯାଇଥିଲା। ସେହିପରି ମହିଳାମାନଙ୍କ ପାଇଁ ଥାନାରେ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ ା ଥାନାରେ ମହିଳା ଡେସ୍କ କାର୍ଯ୍ୟ କରୁନାହିଁ ା ଏପରିକି ପୋଲିସ ଅଧିକାଂଶ କ୍ଷେତ୍ରରେ ଉତ୍ତମ ବ୍ୟବହାର କରୁ ନ ଥିବା ଅଭିଯୋଗ ଉଠିଥିଲା।
ସେଣ୍ଟର ଫର୍‌ ଦି ସଷ୍ଟେନେବଲ୍‌ ୟୁଜ୍‌ ଅଫ୍‌ ନାଚୁରାଲ୍‌ ଆଣ୍ଡ୍‌ ସୋସିଆଲ୍‌ ରିସୋର୍ସେ (ସିଏସ୍‌ଏନ୍‌ଆର) ଓ କମନ୍‌ୱେଲ୍‌ଥ ହ୍ୟୁମାନ୍‌ ରାଇଟସ୍‌ ଇନିସିଏଟିଭ୍‌ (ସିଏଚଆରଆଇ) ପକ୍ଷରୁ କନ୍ଧମାଳ ଉପରେ ହୋଇଥିବା ଗବେଷଣାମତ୍କ ରିପୋର୍ଟ କର୍ମଶାଳାରେ ଉପସ୍ଥାପିତ କରାଯାଇଥିଲା ା ରିପୋର୍ଟ ଅନୁସାରେ, କନ୍ଧମାଳ ଜିଲାରେ ୨୦୧୭ରେ ମୋଟ ୧,୩୨୭ ଏବଂ ୨୦୧୮ ଜାନୁୟାରୀରୁ ମେ ମଧ୍ୟରେ ୫୬୭ ମାମଲା ପଞ୍ଜୀକୃତ ହୋଇଛି। ସେଥିମଧ୍ୟରେ ୧୦୦ଟି ବଳାତ୍କାର ମାମଲା। କେବଳ ୨୦୧୭ରେ ୪୦୨ଟି ଓ ୨୦୧୮ ଜାନୟାରୀରୁ ମେ ମଧ୍ୟରେ ୧୩୬ଟି ମହିଳା ବିରୋଧୀ ଅପରାଧ ପଞ୍ଜୀକୃତ ହୋଇଛି ା ଏଥିମଧ୍ୟରୁ ସର୍ବାଧିକ ମାମଲା ଖଜୁରିପଡା ଥାନାରେ ୧୦୭, ତୁମୁଡିବନ୍ଧ ଥାନାରେ ୯୩, ଟାଉନ ଥାନାରେ ୭୨ ଓ ବାଲିଗୁଡା ଥାନାରେ ୬୩ଟି ଦାଖଲ ହୋଇଛି ା ଯୌତୁକଜନିତ ହିଂସା ୧୩୫, ଅପହରଣ ୧୦୩ ଓ ୧୦୦ଟି ବଳାତ୍କାର ମାମଲା ହୋଇଥିବାରୁ ମହିଳାମାନଙ୍କ ସୁରକ୍ଷାକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା ା ସେହିପରି ପୋକ୍ସୋ ଆଇନରେ ୨୦୧୭ରେ ୪୯ ଶିଶୁଙ୍କ ଉପରେ ଆପରାଧିକ ଯୌନ ନିର୍ଯାତନା ମାମଲା ପଞ୍ଜୀକୃତ
ହୋଇଛି। ୨୦୧୮ ଜାନୁୟାରୀରୁ ମେ ମଧ୍ୟରେ ୨୦ ମାମଲା ରୁଜୁ ହୋଇଛି। ତେଣୁ ଉଭୟ ଶିଶୁ ଓ ମହିଳାମାନେ ସୁରକ୍ଷିତ ନୁହନ୍ତି ବୋଲି ଉପସ୍ଥିତି କର୍ମକର୍ତ୍ତା ମତ
ପ୍ରକାଶ କରିଥିଲେ ା
ଅନ୍ୟପକ୍ଷେ ଜିଲାରେ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ଆଇନ୍‌, ପୋଲିସ ପଦ ଖାଲି, ବାସଗୃହ ମିଳି ନ ଥିବା ଉପରେ ତଥ୍ୟ ଉପସ୍ଥାପନ କରାଯାଇଥିଲା ା ସାରଙ୍ଗଗଡ ଥାନା ବ୍ୟତୀତ ଜିଲାର ଅନ୍ୟ କୌଣସି ଥାନାରେ ଗିରଫ ନିୟମାବଳୀ ସମ୍ପର୍କିତ ସୂଚନା ଡିସ୍‌ପ୍ଲେ ବୋର୍ଡରେ ସାଧାରଣ ଲୋକଙ୍କ ଅବଗତି ପାଇଁ ଦିଆଯାଉନାହିଁ ା ସୂଚନା ଅଧିକାର ଆଇନ୍‌ ଅନୁସାରେ ୩୦ଦିନ ଭିତରେ କନ୍ଧମାଳର କୌଣସି ଥାନା ସୂଚନା ପ୍ରଦାନ କରି ନ ଥିଲେ ା ଏସ୍‌ପିଙ୍କ ତଥା ପ୍ରଥମ ଅପିଲ୍‌ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବ୍ରାହ୍ମଣୀଗାଁ, ଟିକାବାଲି, ଦାରିଙ୍ଗବାଡ଼ି ଓ କ.ନୂଆଗାଁ ଥାନାରୁ ଅପରାଧ ସମ୍ବନ୍ଧୀୟ ସୂଚନା ମିଳି ନ ଥିବାରୁ ସୂଚନା ଅଧିକାର ଆଇନ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନାହିଁ ବୋଲି ସୂଚନା ଅଧିକାର କର୍ମୀମାନେ ମତ ଦେଇଥିଲେ ା
କର୍ମଶାଳାକୁ ସିଏସ୍‌ଏନ୍‌ଆର୍‌ର ସମ୍ପାଦକ ଧୀରେନ୍ଦ୍ର ପଣ୍ଡା, ଆଇନଜୀବୀ ଚନ୍ଦ୍ରନାଥ ଦାନୀ, ଗବେଷିକା ପ୍ରଜ୍ଞା ପରମିତା ଜେନା, ଆରଟିଆଇ କର୍ମୀ ପ୍ରକାଶ କୁମାର ସାମନ୍ତ ସିଂହାର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ା ଆଲୋଚନାରେ ପ୍ରସନ୍ନ ବିଷୋୟୀ, ବୈଦ୍ୟନାଥ ଖଟୁଆ, ନରେନ୍ଦ୍ର ମହାନ୍ତି, ବିଜୟକୃଷ୍ଣ ପଟ୍ଟନାୟକ, ପ୍ରେମାନନ୍ଦ ସାହୁ, ଜିଆଉଦ୍ଦିନ୍‌ ମହମ୍ମଦ୍‌ ଓ କଳ୍ପନା ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ବାଲିଗୁଡ଼ାରେ ଓଡ଼ିଶା ବନ୍ଦ ଡାକରା ବିଫଳ: ଖୋଲା ରହିଲା ଦୋକାନ ବଜାର, ଗଡ଼ିଲା ଗାଡ଼ିମୋଟର

ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

୩ ଦିନ ଧରି ଚାଲିଥିବା ଅଙ୍ଗନ କି ଉତ୍ସବ ଉଦଯାପିତ, ଶିଶୁ ତଥା ଅଭିଭାବକଙ୍କୁ ନେଇ ସରିଲା କାର୍ଯ୍ୟକ୍ରମ

ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟର ସିଡିପିଓ ସାଂରାଣୀ ପଣ୍ଡାଙ୍କ ତତ୍ୱାବଧାନରେ, ଉଭୟ କେନ୍ଦ୍ର…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?