ଅପମୃତ୍ୟୁ ହେଲା ହତ୍ୟା ମାମଲା

ଖୁଣ୍ଟା, ୬ା୬(ଡି.ଏନ୍‌.ଏ)- ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧିନ ଗୋଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଅପମତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ହତ୍ୟା ମାମଲାକୁ ପରିବର୍ତ୍ତନ ହୋଇଛି। ଏଥିନେଇ ଖୁଣ୍ଟା ଥାନାରେ ଏକ ମାମଲା (ନଂ.୬୧/୧୯) ରୁଜୁ ହେବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗୋଡିସାହି ଗ୍ରାମର ସର୍ବେଶ୍ୱର ପାତ୍ର ଗତ ମେ ୧୫ ତାରିଖରେ ନିକଟସ୍ଥ ଆମ୍ବଯୋଡ଼ା ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ । ପରିବାର ପକ୍ଷରୁ ଖୋଜାଖୋଜି ଜାରି ରହିଥିବା ବେଳେ ୧୭ ତାରିଖରେ ମହୁଲଡିହି ଗ୍ରାମ ନିକଟରେ ଥିବା ଏକ ପୋଖରୀରୁ ସର୍ବେଶ୍ୱରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ସମୟରେ ପୋଲିସ ପକ୍ଷରୁ ଏଥିନେଇ ୨୧/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ସର୍ବେଶ୍ୱରଙ୍କ ପତ୍ନୀ ରେବତୀ ପାତ୍ର ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ ସମୟରେ ଘଟଣାଦିନ ସର୍ବେଶ୍ୱର ଓ ମହୁଲଡିହି ଗ୍ରାମର ବିଶ୍ୱନାଥ ମୁର୍ମୁ ସାଙ୍ଗ ହୋଇ ହାଟରୁ ଫେରୁଥିଲେ ବୋଲି ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ବିଶ୍ୱନାଥଙ୍କୁ ତଦନ୍ତ ପରିସରକୁ ଆଣିଥିଲେ । ମାତ୍ର ବିଶ୍ୱନାଥ ସେତେବେଳେ ଫେରାର ଥିଲେ। ପୋଲିସ ଅନୁସନ୍ଧାନ କରି କମିଶନରେଟ ପୋଲିସ ସହାୟତାରେ ବିଶ୍ୱନାଥଙ୍କୁ ଭୁବନେଶ୍ୱରରୁ ଗିରଫ କରିଥିଲା। ପଚରା ଉଚରା ସମୟରେ ସର୍ବେଶ୍ୱରଙ୍କୁ ହତ୍ୟା କରିଥିବା ବିଶ୍ୱନାଥ ସ୍ବୀକାର କରିଥିବା ପୋଲିସ କହିଛି । ଘଟଣା ଦିନ ସର୍ବେଶ୍ୱରଙ୍କ ସହିତ ହାଟରୁ ଫେରିବା ବାଟରେ ବିଭିନ୍ନ ସ୍ଥାନରେ ଉଭୟ ନିଶା ଦ୍ରବ୍ୟ ସେବନ କରିଥିବା ବେଳେ ନିଶାଗ୍ରସ୍ତ ଅବସ୍ଥାରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସର୍ବେଶ୍ୱର ଅଶ୍ଳୀଳ ଭାଷାରେ ବିଶ୍ୱନାଥଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିଶ୍ୱନାଥ ପାଖରେ ଥିବା ଏକ ସାଇକେଲ ସର୍ବେଶ୍ୱର ଉପରେ କଚାଡି ଦେବାରୁ ସର୍ବେଶ୍ୱର ତଳେ ପଡିଯାଇଥିଲେ। ପରେ ବିଶ୍ୱନାଥ ସର୍ବେଶ୍ୱରଙ୍କ ତଣ୍ଟି ଚିପି ଦେଇଥିଲେ। ସର୍ବେଶ୍ୱର ମରି ଯାଇଛି ବୋଲି ଜାଣିବା ପରେ ବିଶ୍ୱନାଥ ତାଙ୍କ ମୃତଦେହକୁ ମହୁଲଡିହି ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଫିଙ୍ଗିଦେଇ ଚାଲି ଯାଇଥିବା ଥାନା ସୂତ୍ରରୁ ଜଣାପଡିଛି। ଅଭିଯୁକ୍ତ ବିଶ୍ୱନାଥଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶୂନ୍ୟବ୍ରହ୍ମଙ୍କୁ ଆରାଧନା କଲେ ୫୦ ହଜାର ଶ୍ରଦ୍ଧାଳୁ

ଖଇରା,୨୮।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକର କୁପାରୀସ୍ଥିତ ଐତିହାସିକ ଶୂନ୍ୟମଣ୍ଡପରେ ପଞ୍ଚୁକ ମେଳା ସୋମବାର ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ୱର ସମେତ ଆଖପାଖ ଜିଲାରୁ ୫୦ହଜାରରୁ...

ଏଟିଏମ୍‌ କାଟି ଅଖାରେ ପୂରାଇ ନେଇଗଲେ ୨୦ ଲକ୍ଷ

ବାହାନଗା, ୨୭ା୧୧(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ୍‌ ହୋଇଛି। ବଜାରଠାରୁ ଶହେ ମିଟର...

ପୁରୀ ଯାଉଥିଲେ ରାସ୍ତାରେ ଜାଣିଲେ ନିଆଁ ଲାଗି ଜଳିଗଲା ଝିଅ ବାହାଘର ପାଇଁ ରଖିଥିବା ସୁନାଗହଣା, ନଗଦ ଟଙ୍କା

ଔପଦା, ୨୭।୧୧(ଧରିତ୍ରୀ ପଣ୍ଡା): ବାଲେଶ୍ୱର ଜିଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଗରୁଡ଼ହତା ଗ୍ରାମର ବସନ୍ତ ରାଉତ ଓ ତାଙ୍କ ସାନ ଭାଇ ଶ୍ରୀକାନ୍ତଙ୍କ ଘରେ...

ଗୁଣାତ୍ମକ ଶିକ୍ଷା ପାଇଁ ମିଳିବ ନିର୍ଭରଯୋଗ୍ୟ ବିଜୁଳି

ବାଲେଶ୍ୱର,୨୨।୧୧ (ମାନସ ବିଶ୍ୱାଳ): ଟିପି ନର୍ଦ୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ (ଟିପିଏନଓଡିଏଲ) କେନ୍ଦୁଝର ଇଞ୍ଜିନିୟରିଂ କଲେଜ ଛାତ୍ରୀଛାତ୍ରଙ୍କ ଦୀର୍ଘଦିନ ଧରି ବିଦ୍ୟୁତ୍‌ ସରବରାହ ସମସ୍ୟାର ସମାଧାନ...

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଫାଣ୍ଡି ଆଗରେ ଦମ୍ପତିଙ୍କୁ ପିଟିଲେ

ନୀଳଗିରି, ୨୦।୧୧(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଈଶ୍ୱରପୁର ପଞ୍ଚାୟତ ବାହାବଳପୁର ଗାଁରେ ବାଡଘେରାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏ...

ଚିନ୍ତାରେ ଯାତ୍ରୀ, ଅଞ୍ଚଳବାସୀ

ଖଇରା,୨୦।୧୧(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଅଞ୍ଚଳର ପ୍ରମୁଖ ସଡ଼କ ପଥ ସୋର-କୁପାରୀ ପୂର୍ତ୍ତ ବିଭାଗ ରାସ୍ତାରେ ବହୁ ସଂଖ୍ୟକ ଚିପ୍ସ ଓ ପଥର ବୋଝେଇ...

୧୫ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ୍‌ ଦଳରେ ନୀଳଗିରିର ଶୁଭଲକ୍ଷ୍ମୀ

ନୀଳଗିରି,୧୬ା୧୧(ପ୍ରଶାନ୍ତ ବିଶ୍ୱାଳ)ନୀଳଗିରି ନିର୍ବାଚନ ମଣ୍ଡଳୀ ସିଆଡ଼ିମାଳ ଗ୍ରାମର ବାବୁଲା ସିଂଙ୍କ ଝିଅ ଶୁଭଲକ୍ଷ୍ମୀ ୧୫ ବର୍ଷରୁ କମ୍‌ ଓଡ଼ିଶା ମହିଳା କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି।...

ବାଣ ନିଆଁରେ ଜଳିଗଲା ଘର: ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ରୂପସା,୧୩।୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ବାଉଁଶବଣି ଗ୍ରାମରେ ରବିବାର ଦୀପାବଳି ପର୍ବରେ ତ୍ରିଲୋଚନ ଦାସଙ୍କ ଘରେ ଅଗ୍ନିକାଣ୍ଡ ଘଟି ୨ ବଖରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri