ଅନ୍‌ଲାଇନ୍‌ ଶପିଂ ସଂସ୍ଥା ଗାଡ଼ିରୁ ପାର୍ସଲ ଲୁଟ୍‌ ଘଟଣା: ପୋଲିସ ଜାଲରେ ଲୁଟେରା ଗ୍ୟାଙ୍ଗ୍‌, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ

କାମାକ୍ଷାନଗର, ୧୩।୮(ଡି.ଏନ୍‌.ଏ.)-ଅନ୍‌ଲାଇନ ଶପିଂ ସଂସ୍ଥାର ପାର୍ସଲ ଭ୍ୟାନ୍‌ରୁ ସାମଗ୍ରୀ ଲୁଟ୍‌ ମାମଲାରେ ସମ୍ପୃକ୍ତ ଲୁଟେରା ଗ୍ୟାଙ୍ଗ୍‌ର ୩ ସଦସ୍ୟଙ୍କୁ ମୋବାଇଲ ଟ୍ରାକିଂ କରି କାବୁ କରିଛି କାମାକ୍ଷାନଗର ପୋଲିସ। ସେମାନେ ହେଲେ କଙ୍ଗେଇଲୋ ଗ୍ରାମର ବିକାଶ ମଲ୍ଲିକ (୨୦), ଜଗନ୍ନାଥପୁର ଗ୍ରାମର ମଳୟ ମଲ୍ଲିକ (୨୮) ଏବଂ ଭୁବନ ଥାନା ଗୋବିନ୍ଦପୁର ଗ୍ରାମର ହେମନ୍ତ ସେଠୀ ଓରଫ୍‌ ଲିପୁ (୨୦)। ସେମାନଙ୍କ ନିକଟରୁ ୯ ଲାପ୍‌ଟପ, ୩ ପ୍ରିଣ୍ଟର, ୩ ଗ୍ରାଇଣ୍ଡର, ଗୋଟିଏ ପ୍ରେସରକୁକର ଏବଂ ୩ ବାଇକ୍‌ ଜବତ କରାଯାଇଛି। ଗୋଟିଏ ଲାପ୍‌ଟପ, ପ୍ରିଣ୍ଟର, ଗ୍ରାଇଣ୍ଡର ଏବଂ ୧୧ଟି ପ୍ରେସରକୁକର ସହ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ମଙ୍ଗଳବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡକାୟତ ଗ୍ୟାଙ୍ଗର କାରନାମା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ।

ପୋଲିସ ସୂଚନା ଅନୁଯାୟୀ, ୨୦୧୯ ମେ ୨୯ ବିଳମ୍ବିତ ରାତିରେ ଅନ୍‌ଲାଇନ୍‌ ଶପିଂ ସଂସ୍ଥା ‘କ୍ରାନ୍ତିଧାରା ଏକ୍ସପ୍ରେସ କାର୍ଗୋ ସର୍ଭିସ’ର ଏକ ପାର୍ସାଲ ଭ୍ୟାନ (ଓଡି ୦୨ ଏଇୟୁ ୨୯୯୫) ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା। କାମାକ୍ଷାନଗର ଥାନା ମହୁଲପାଳ ନିକଟ ଜଙ୍ଗଲିଆ ରାସ୍ତାରେ ୪ଜଣ ଅଭିଯୁକ୍ତ ଗାଡ଼ି ଅଟକାଇଥିଲେ। ଡ୍ରାଇଭର ତଥା ଆଠମଲ୍ଲିକ ଥାନା ଅଇଡ଼ା ଗ୍ରାମର ରାଜେନ୍ଦ୍ର ନାୟକଙ୍କୁ ଭୟଭୀତ କରାଇବା ସହ ଗାଡ଼ିରେ ଥିବା ୬୭ ପାର୍ସଲ ମଧ୍ୟରୁ ୩୦ଟି ନେଇଯାଇଥିଲେ। ଏହାପରେ ଡ୍ରାଇଭରଙ୍କୁ ବାଇସିଙ୍ଗା ଗଁା ନିକଟ ଯାତ୍ରା ପଡ଼ିଆ ନିକଟରେ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ରାଜେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତିକରି ନଂ.୧୦୭/୧୯, ଦଫା ୩୯୪ରେ ମାମଲା ରଜୁ କରାଯାଇଥିଲା। ଡ୍ରାଇଭରଙ୍କଠାରୁ ନେଇଯାଇଥିବା ମୋବାଇଲକୁ ଟ୍ରାକିଂ କରି ଅଭିଯୁକ୍ତଙ୍କ ନିକଟରେ ପହଞ୍ଚତ୍ଥିଲା ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ମଳୟ ଏବଂ ହେମନ୍ତ ପେସାଦାର ଅଭିଯୁକ୍ତ। ମଳୟଙ୍କ ନାମରେ ତୁମୁସିଙ୍ଗା ଥାନାରେ ନଂ. ୪୩/୧୯ ଏବଂ ହେମନ୍ତଙ୍କ ନାମରେ ଭୁବନ ଥାନାରେ ନଂ. ୧୦୫/୧୯ରେ ମାମଲା ରହିଥିବା ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଥାନାଧିକାରୀ ନିରଞ୍ଜନ ସେଠୀ, ତଦନ୍ତକାରୀ ଅଧିକାରୀ ସୁରେଶ ଚନ୍ଦ୍ର ବେହେରାଙ୍କ ସମେତ ଥାନା କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବନ ଗ୍ରାମପଂଚାୟତର ସୁକୁଡୁବାଜୁ ନିକଟରେ ଧସିଲା ପାହାଡ଼, ରାସ୍ତା ଜାମ୍

ଗୁଡାରି,୨୪।୯(ପ୍ରମୋଦ କୁମାର ପତି): ଲଗାଣ ବର୍ଷାରେ ଗୁରୁବାର ଅପରାହ୍ନରେ ଗୁଡାରି ବ୍ଲକର ମଧୁବନ ଗ୍ରାମପଂଚାୟତ ଅନ୍ତର୍ଗତ ସୁକୁଡୁବାଜୁ ନିକଟରେ ପାହାଡ଼ରୁ ବଡ଼ ପଥର ଖସି ରାସ୍ତା ମଝିରେ…

ଗାଜଲବାଡି ଘାଟିରେ ଭୂସ୍ଖଳନ, ପୂର୍ବରୁ ସିଲ୍ କରିଥିଲା ପ୍ରଶାସନ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ଯାଇଥିବା ଗୋପାଳପୁର -ରାଇପୁର ୫୯ ନଂ ଜାତୀୟ ରାଜପଥର ଗାଜଲବାଡି ଘାଟିରେ ଭୂସ୍ଖଳନ ହୋଇଛି । ଏକାଧିକ…

ଚାଷଜମିରେ ଦା’ ରେ ହାଣି ହତ୍ୟା ଉଦ୍ୟମ ଘଟଣା, ଜେଲ ଗଲେ ଅଭିଯୁକ୍ତ  

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମର ପ୍ରକାଶ ବେହେରାଙ୍କୁ ତାଙ୍କ ଗ୍ରାମର ଏସ. ବଳରାମ ରେଡ୍ଡୀ ଓରଫ ବଳିଆ ଦା’ ରେ…

ଅଜଣା ଜୀବ କାମୁଡ଼ାରେ ଅନୁଭବ ମଲ୍ଲିକଙ୍କ ମୃତ୍ୟୁ, ମାଣ୍ଡିପାଙ୍କାରେ ଶୋକାକୁଳ ପରିବେଶ

ଦାରିଙ୍ଗବାଡି,୨୪।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଅଜଣା ବିଷାକ୍ତ ଜୀବ…

କେସିଙ୍ଗାରେ ଲଘୁଚାପ ବର୍ଷା-ପବନର ତାଣ୍ଡବ: ଗଛ ଭାଙ୍ଗି ତାର ଛିଣ୍ଡିଲା, ବିଦ୍ୟୁତ ସେବା ଠପ୍

କେସିଙ୍ଗା,୨୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପରଲସିଙ୍ଗା ଗ୍ରାମରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି । ଜମିର ହିଡ ଉପରେ ଥିବା ଗଛ ଲଘୁଚାପ ଜନିତ…

ଭାଇ ଅର୍ଜୁନ ତେନ୍ଦୁଲକରଙ୍କୁ ଏମିତି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସାରା, ସଭିଏଁ କହୁଛନ୍ତି…

ମୁମ୍ବାଇ,୨୪।୯: ଅର୍ଜୁନ ତେନ୍ଦୁଲକର ଗୁରୁବାର ତାଙ୍କର ୨୭ତମ ଜନ୍ମଦିନ ପାଳନ କରୁଛନ୍ତି; ତାଙ୍କର ଜନ୍ମ ୨୪ ସେପ୍ଟେମ୍ବର ୧୯୯୯ରେ ହୋଇଥିଲା। ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ…

ଧରିତ୍ରୀ ପ୍ରଭାବ; ସାନ୍ତାଳୀ ଗାଁ ପାଣିଖିଆରେ ପାଣି ପଶିବା ଘଟଣା, ଶୁଖିଲା ଖାଦ୍ୟ ବାଣ୍ଟିଲା ପ୍ରଶାସନ

ମହାକାଳପଡ଼ା,୨୪।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ସାନ୍ତାଳୀ ଗାଁ ପାଣି ଖିଆରେ ସମୁଦ୍ର ପାଣି ମାଡ଼ି ଆସିଛି । ଲଘୁଚାପ ପ୍ରଭାବରେ…

ବିଧାନସଭା ନିର୍ବାଚନ ପୂର୍ବରୁ BJPର ବଡ଼ ଘୋଷଣା: ବିଭିନ୍ନ ରାଜ୍ୟରେ ୨୪ ନୂଆ ପଦାଧିକାରୀ ନିଯୁକ୍ତ

ନୂଆଦିଲ୍ଲୀ,୨୪।୯: ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ବିଧାନସଭା ନିର୍ବାଚନ ପୂର୍ବରୁ BJP ନିଜର ସାଙ୍ଗଠନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆରମ୍ଭ କରିଛି। ଏହି ପ୍ରକ୍ରିୟାର ଅଂଶବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?