ଅନ୍‌ଲାଇନ୍‌ ଠକେଇ: ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଆକାଉଣ୍ଟରୁ ୧୫ ହଜାର ଗାଏବ

କଟକ ଅଫିସ,୧୬।୨: ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ଆଇଏସ୍‌ଟି ବିଭାଗ ସ୍ନାତକ ତୃତୀୟ ବର୍ଷର ଛାତ୍ର କୈଳାସ ବେହେରା। ତାଙ୍କ ଆକାଉଣ୍ଟରୁ କେହି ଦୁର୍ବୃତ୍ତ ୧୫ ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି। ମିଳିଥିବା ସୂଚନାନୁଯାୟୀ, କୈଳାସଙ୍କ ବାପା ଗାଡ଼ି ଭଡାରେ ପଠାନ୍ତି। ସେ ମଧ୍ୟ ବାପାଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ୩ ଦିନ ପୂର୍ବେ ତାଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ଜଣକ କଟକରୁ କିଛି ଜିନିଷ ଟ୍ରକ୍‌ରେ ପୁଣେ ପଠାଯିବ ବୋଲି କହିଥିଲେ। କୈଳାସଙ୍କ ସହ ପରିବହନ ଭଡା ବାବଦରେ କଥା ହୋଇଥିଲେ। ଭଡା ଦର ସ୍ଥିର ହୋଇଥିବାବେଳେ କିଛି ଟଙ୍କା ଆଗୁଆ ପଠାଇବାକୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ କୈଳାସ କହିଥିଲେ। ବ୍ୟକ୍ତି ଜଣକ ନିଜକୁ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ। ସେ ଅନ୍‌ଲାଇନ୍‌ରେ ଭଡ଼ା ଟଙ୍କା ଦେବାକୁ ଚାହୁଁଛନ୍ତି। କିନ୍ତୁ ତାଙ୍କ ଆକାଉଣ୍ଟରୁ ଟଙ୍କା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର୍‌ ହେବାକୁ ହେଲେ ଟଙ୍କା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ବାଲାନ୍ସ ସର୍ବନିମ୍ନ ୧୫ ହଜାର ଟଙ୍କା ରହିବା ଆବଶ୍ୟକ। ଏଣୁ କୈଳାସ ନିଜ ଆକାଉଣ୍ଟରେ ୧୫ ହଜାର ଟଙ୍କା ଜମା କରିଥିଲେ। ଏହାପରେ ତାଙ୍କୁ ଭଡ଼ା ଟଙ୍କା ଗୁଗୁଲ୍‌ ପେ’ ଆପ୍‌ରୁ ପଠାଇବାକୁ କହିଥିଲେ। କିଛି ସମୟ ପରେ କୈଳାସଙ୍କ ଫୋନ୍‌କୁ ଏକ କ୍ୟୁ-ଆର୍‌ କୋଡ୍‌ ଆସିଥିଲା। ସେ କୋଡ୍‌କୁ ସ୍କାନ୍‌ କରିବା ପରେ ତାଙ୍କ ଆକାଉଣ୍ଟରୁ ୧୫ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ପରେ ଉକ୍ତ ବ୍ୟକ୍ତିଙ୍କୁ କୈଳାସ ବାରମ୍ବାର ଫୋନ୍‌ କରିଥିଲେ ମଧ୍ୟ ସେ ଉଠାଇ ନ ଥିଲେ। ତେବେ ଏ ନେଇ ପୋଲିସରେ ଅଭିଯୋଗ କଲେ ମଧ୍ୟ ଟଙ୍କା ଫେରିବାର ଆଶା ନ ଥିବାରୁ ସେ ଅଭିଯୋଗ କରି ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଷିଦ୍ଧାଞ୍ଚଳରେ ମାଛ ମାରିବା ପଡ଼ିଲା ମହଙ୍ଗା: ଟ୍ରଲର ସହ ୫ କୁଇଣ୍ଟାଲ ମାଛ ଜବତ

କୋଣାର୍କ,୨୬।୧୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗା ନିଷିଦ୍ଧାଞ୍ଚଳରେ ଶନିବାର ଚଢ଼ାଉ କରାଯାଇଛି। ମତ୍ସ୍ୟ ବିଭାଗ, ମେରାଇନ ପୋଲିସ ଓ ବନବିଭାଗ ଦ୍ୱାରା ହୋଇଥିବା ଏହି ମିଳିତ ଚଢାଉରେ ଏକ ଟ୍ରଲର...

ହାତୀ,ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ଭଞ୍ଜନଗର,୧୩।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାର୍‌ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ...

ଭଦ୍ରକରେ ୨୦୦୦ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜଣକୁ ବାଦ୍‌ ଦେଲେ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୨।୮: ଭଦ୍ରକ ଜିଲାରେ ଶନିବାର ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୭ରେ ପହଞ୍ଚିଛି।...

ଆଜିଠାରୁ ସ୍କୁଲ

ଭୁବନେଶ୍ୱର,୮ା୧(ବ୍ୟୁରୋ):ଦୀର୍ଘମାସର ପ୍ରତୀକ୍ଷା ପରେ ଶୁକ୍ରବାରଠାରୁ ସ୍କୁଲ ଖୋଲିବାକୁ ଯାଉଛି। ପ୍ରାୟ ୯ମାସ ଧରି ବନ୍ଦ ରହିବା ପରେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା...

ଏବେ ବି ଆକାଂକ୍ଷୀ

ସ୍ବାଧୀନତାର ୭୩ ବର୍ଷ ପରେ ବି ବଲାଙ୍ଗୀର ଜିଲା ଅନଗ୍ରସର ଜିଲା ମାନଚିତ୍ରରୁ ମୁକୁଳି ନାହିଁ। ବିଭିନ୍ନ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିକାଶ...

ଶୀତ ଅଧିବେଶନ ଆଗୁଆ ସରିବା ପ୍ରସଙ୍ଗ: ଏହାକୁ ଅଗଣତାନ୍ତ୍ରିକ, ରାଜ୍ୟ ବିରୋଧୀ କହିଲା ଭାଜପା

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ଆଗୁଆ ଶେଷ ହୋଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ।...

ଏମଜିଏନଆରଇଜିଏସ୍‌ରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ର୍ୟ: ପିଡି ଡିଆର୍‌ଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍‌ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍‌ଡିଏଙ୍କୁ ଲିଖିତ...

ଲାଞ୍ଚ ଦେଲେନି ବୋଲି ଆବାସ ମିଳିଲାନି

ଭଦ୍ରକ, ୭।୮ (ସନାତନ ରାଉତ): ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ନାମ ବାଦ୍‌ ପଡ଼ିଥିବାରୁ ଭଦ୍ରକ ବ୍ଲକ ଅଧୀନ ଗୁଜିଦରଡ଼ା ପଞ୍ଚାୟତ ମୀରାମହଲା ଗ୍ରାମର ସେକ୍‌ ସାହିର...

Advertisement
Archives

Model This Week