Posted inଖେଳ

ଅନ୍‌ଲାଇନ୍‌ ଚେସ୍‌: ଶୁଭମ୍‌ଜ୍ୟୋତି ଚାମ୍ପିୟନ

ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୫ମ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟରେ ଶୁଭମ୍‌ଜ୍ୟୋତି ସାହୁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଶୁଭମ୍‌ ୫ ପଏଣ୍ଟ ପାଇଥିଲେ। ଶିବାଂଶ ମିଶ୍ର, ପ୍ରତୀକ ଚୌରାସିଆ ଓ ତନ୍ମୟ ତ୍ରିପାଠୀ ମଧ୍ୟ ୫ ପଏଣ୍ଟ ଲେଖାଏ ପାଇଥିଲେ ହେଁ ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି। ୪ ପଏଣ୍ଟ ସହ ଜୀବନ ଜ୍ୟୋତି ୫ମ ସ୍ଥାନରେ ରହିଛନ୍ତି। ପ୍ରତିଯୋଗିତାରେ ଓଡ଼ିଶା ଏବଂ ବାହାର ରାଜ୍ୟର ମୋଟ ୪୭ ପ୍ରତିଯୋଗୀ ଭାଗ ନେଇଥିଲେ। ୯ ବର୍ଷରୁ କମ୍‌ ବିଭାଗରେ ପ୍ରତ୍ୟାଶା ଜେନା, ଶ୍ରେୟାଂସୀ ନାୟକ, ଶୁଭମ୍‌ ପ୍ରତୀକ ମିଶ୍ର ଏବଂ ୧୧ ବର୍ଷରୁ କମ୍‌ ବିଭାଗରେ ସାଇ ଅମ୍ୟତ ପରିଜା, ଆଦିତ୍ୟ ନାରାୟଣ ମହାନ୍ତି ଓ ଶ୍ରୀନିବାସ ରଥ ପ୍ରଭାବୀ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ। ବାଳିକା କାଟେଗୋରିରେ ଅନନ୍ତୋୟା ଚାଟାର୍ଜୀ ଏବଂ ସାଇ ସମ୍ପ୍ରଦା ମହାନ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଅନ୍ତର୍ଜାତୀୟ ଫିଡେ ଇନ୍‌ଷ୍ଟ୍ରକ୍ଟର ତଥା ଏସ୍‌ଆର୍‌ ଚେସ୍‌ ସେଣ୍ଟରର ନିର୍ଦ୍ଦେଶକ ସତ୍ୟରଞ୍ଜନ ପଟ୍ଟନାୟକ, ଡାକ୍ତର ମାନସ ରଞ୍ଜନ ମିଶ୍ର ଓ ସତ୍ୟଜିତ ପଟ୍ଟନାୟକ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ। କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିତିରେ ଏହା ପୂର୍ବରୁ ସେଣ୍ଟର ପକ୍ଷରୁ ୪ଟି ଅନ୍‌ଲାଇନ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଭାରତ

ମୁମ୍ବାଇ,୩।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ବିରାଟ କୋହଲି...

ଟି-୨୦ରେ ଇତିହାସ ରଚିଲା ତାଞ୍ଜାନିଆ

ତାଞ୍ଜାନିଆର ମହିଳା ଦଳ ଟି-୨୦ରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଅନ୍ତର୍ଜାତୀୟ ଟି -୨୦ ମ୍ୟାଚରେ ଦୁଇଥର ୨୦୦ କିମ୍ବା ଅଧିକ ରନ ଜିତିବାରେ ପ୍ରଥମ...

୩୨ ତମ ମ୍ୟାଚରେ ଆରସିବି-ଆରଆର ଲଢ଼େଇ…

ବେଙ୍ଗାଲୁରୁ,୨୩।୪ : ଆଇପିଏଲ-୨୦୨୩ର ୩୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ରାଜସ୍ଥାନ ରୟାଲ୍ସ(ଆରଆର)କୁ ଭେଟିବ। ରବିବାର ଅପରାହ୍ନ ସାଢ଼େ ୩ଟାରେ ବେଙ୍ଗାଲୁରୁର ଏମ...

ଜାଡେଜାଙ୍କ ଯାଦୁ: ୫୭୪ରେ ପାଳି ଘୋଷଣା କଲା ଭାରତ

ମୋହାଲି,୫।୩: ତିନି ମାସ ପରେ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷ ମୋହାଲି ଟେଷ୍ଟରେ ଜବରଦସ୍ତ ବ୍ୟାଟିଂ କରିଛନ୍ତି । ପ୍ରଥମ...

ବିବିଏଲରେ କୋଭିଡ୍‌-୧୯ ପ୍ରୋଟୋକଲ ଭାଙ୍ଗିଛନ୍ତି କ୍ରିସ ଲିନ, ଡାନ ଲରେନ୍ସ

ବ୍ରିସବେନ,୧୪।୧୨: ବ୍ରିସବେନ ହିଟ୍‌ ଅଧିନାୟକ କ୍ରିସ ଲିନ ଓ କ୍ଲବର ବିଦେଶୀ ଖେଳାଳି ଡାନ ଲରେନ୍ସ ଦଳର ଅନ୍ୟ ସଦସ୍ୟଙ୍କଠାରୁ ଦୂରେଇ ରହିବେ। ଦୁହେଁ କାନବେରାଠାରେ...

ଶେଷ ଓଭରରେ ଜିତିଲା ଗୁଜରାଟ

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌. ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୬ ଉଇକେଟରେ ବିଜୟୀ ହୋଇଛି।...

ଓସାକା ବିଶ୍ୱର ସବୁଠାରୁ ଆୟକାରୀ ମହିଳା ଆଥଲେଟ୍‌

ନ୍ୟୁୟର୍କ, ୨୩।୫: ଜାପାନର ମହିଳା ଟେନିସ ତାରକା ନାଓମି ଓସାକା ବିଶ୍ୱର ସବୁଠାରୁ ଅଧିକ ଆୟକାରୀ ମହିଳା ଆଥଲେଟ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି...

ଦ୍ୱିତୀୟ ଟେଷ୍ଟରେ ଶତକ କରି ରେକର୍ଡ କଲେ ରାହାଣେ

ମେଲବୋର୍ନ,୨୭।୧୨: ବ୍ୟକ୍ତିଗତ କାରଣରୁ ଅଷ୍ଟ୍ରେଲିଆ ଗସ୍ତ ଛାଡ଼ି ସ୍ବଦେଶ ଫେରିଛନ୍ତି ଭାରତୀୟ ଟିମ୍‌ର ନିୟମିତ ଅଧିନାୟକ ବିରାଟ କୋହଲି। ଏଣୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ...

Advertisement
Archives

Model This Week