Posted inଖେଳ

ଅନ୍‌ଲାଇନ୍‌ ଚେସ୍‌ରୁ ୮.୮ ଲକ୍ଷ ଟଙ୍କା

ଚେନ୍ନାଇ, ୨୭ା୪ (ପି.ଟି.)-ଅନ୍‌ଲାଇନ୍‌ ଚେସ୍‌ ଚ୍ୟାରିଟି ଇଭେଣ୍ଟରୁ ୮.୮ ଲକ୍ଷ ଟଙ୍କା ସଂଗୃହୀତ ହୋଇ ପାରିଛି। ପୂର୍ବତନ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦ ଭାରତ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସମେତ ଅନ୍ୟ କେତେଜଣ ଏକ ଅନ୍‌ଲାଇନ୍‌ ଚେସ୍‌ ଚ୍ୟାରିଟି ଇଭେଣ୍ଟରେ ଭାଗ ନେଇଥିଲେ। କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସାମିଲ ହୋଇଥିବା ଆବର୍ଜନା ଉଠାଳିମାନଙ୍କ ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ପାଇଁ ଇଭେଣ୍ଟର ଆୟୋଜନ କରାଯାଇଥିଲା। ‘ଚେସ୍‌ ଫର୍‌ ଚ୍ୟାରିଟି’ ଶନିବାର ଚେସ୍‌ ଡଟ୍‌ କମ୍‌ ଜରିଆରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତର ନମ୍ବର-୧ ଆନନ୍ଦ, ନମ୍ବର-୨, ଭିଦିତ୍‌ ଗୁଜରାଠୀ, ଗ୍ରାଣ୍ଡମାଷ୍ଟର ନିହାଲ ସରିନ୍‌, ମହିଳା ଗ୍ରାଣ୍ଡମାଷ୍ଟର ଟାନିଆ ସଚଦେବ ଏବଂ କ୍ରୋଏସିଆର ଆଣ୍ଟୋନିଓଙ୍କୁ ନେଇ ଗଠିତ ଦଳ ବିଶ୍ୱ କଲ୍ୟାଣ ରଥ, ସମୟ ରାଇନା, ଅଭିଷେକ ଉପମନ୍ୟୁ ଏବଂ ଆକାଶ ମେହେଟା ପ୍ରମୁଖ କମେଡିଆନମାନଙ୍କୁ ନେଇ ଗଠିତ ଦଳ ମଧ୍ୟରେ ଗେମ୍‌ ଅନୁଷ୍ଠିତ ହୋଇଥିଲା। ଚହଲ ହେଉଛନ୍ତି ପୂର୍ବତନ ୧୨ ବର୍ଷରୁ କମ୍‌ ଜାତୀୟ ଚେସ୍‌ ଚାମ୍ପିୟନ। ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ସେ ଏପ୍ରିଲ ୫ରେ ଏକ ଅନ୍‌ଲାଇନ୍‌ ବ୍ଲିଜ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ସେହିପରି ଏପ୍ରିଲ ୧୧ରେ ଅନନ୍ଦ ଏକ ଅନ୍‌ଳାଇନ୍‌ ଇଭେଣ୍ଟରେ ଭାଗ ନେଇଥିଲେ। ଏଥିରୁ ମିଳିଥିବା ୪.୫ଲକ୍ଷ ଟଙ୍କା ସେ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପାଣ୍ଠିକୁ ପ୍ରଦାନ କରିଛନ୍ତି। ଆନନ୍ଦ ଓ ଗୁଜରାଠୀ ସମେତ ଅନ୍ୟମାନଙ୍କୁ ନେଇ ଅନୁଷ୍ଠିତ ଚେସ୍‌ ଇଭେଣ୍ଟରୁ ୮.୮୬ ଲକ୍ଷ ଟଙ୍କା ପାଣ୍ଠି ସଂଗ୍ରହ କରାଯାଇପାରିଛି। ଇଣ୍ଟରନ୍ୟାଶନାଲ ମାଷ୍ଟର ତଥା ଚେସ୍‌ଡଟ୍‌ କମ୍‌ ଇଣ୍ଡିଆନର ନିର୍ଦ୍ଦେଶକ ରାକେଶ କୁଲକର୍ନୀ ଚେସ୍‌ ଖେଳାଳିମାନଙ୍କ ଏହି ମହାନ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ଚ୍ୟାଲେଞ୍ଜ:ଟ୍ରେଲ୍‌ବ୍ଲେଜର୍ସ ପ୍ରଥମଥର ଚାମ୍ପିୟନ

ଶାରଜା, ୧୦।୧୧- ଟ୍ରେଲ୍‌ବ୍ଲେଜର୍ସ ମହିଳା ଟି୨୦ ଚ୍ୟାଲେଞ୍ଜରେ ପ୍ରଥମଥରପାଇଁ ଚାମ୍ପିୟନ ହୋଇଛି। ସୋମବାର ଅନୁଷ୍ଠିତ ଫାଇନାଲରେ ସ୍ମୃତି ମାନ୍ଧାନାଙ୍କ ଏହି ଦଳ ଗତ ୨ ଥର...

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।...

ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ, ୨୨ା୧୧: ନୂଆ ଫର୍ମାଟରେ ଖେଳାଯିବ ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ୨୦୨୪। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ୨୦ଟି ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ...

ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ

କରାଚୀ,୨୯।୧: ଭାଗ୍ୟ ଲେଖନକୁ କେହି ବଦଳାଇ ପାରିବେ ନାହିଁ। ଏହାର ଏକ ଜ୍ୱଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛନ୍ତି ପାକିସ୍ତାନର ଫଓ୍ବାଦ ଆଲାମ। ୨୦୦୯ରେ ପଦାର୍ପଣ...

ସିଏସ୍‌କେ, ଧୋନୀଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ, ୮ା୪- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୪ତମ ସଂସ୍କରଣ ଆରମ୍ଭ ପୂର୍ବରୁ ସିଏସ୍‌କେ ଓ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପ୍ୟାନଙ୍କୁ ମିଳିଛି...

ଫାଇନାଲରୁ ଓହରିଲେ ଦୀପକ ପୁନିଆ

ନୁର-ସୁଲତାନ(କାଜାଖସ୍ତାନ),୨୨।୯(ପି.ଟି.): ଯୁବ ଭାରତୀୟ କୁସ୍ତିଯୋଦ୍ଧା ଦୀପକ ପୁନିଆ ରବିବାର ବିଶ୍ୱ ଚାମ୍ପିୟନଶିପର ୮୬ କେଜି ବର୍ଗର ଫାଇନାଲରୁ ଓହରି ଯାଇଛନ୍ତି। ଫାଇନାଲରେ ସେ ଇରାନର କିମ୍ବଦନ୍ତୀ...

ବିଶ୍ୱକପ୍‌ ଦଳରେ ଆଉ ଜଣେ ଆଇପିଏଲ ଷ୍ଟାର

ନୂଆଦିଲ୍ଲୀ,୧୨।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପେସର ଅଭେଶ ଖାନ ଆଇପିଏଲ୍‌ ଶେଷ ହେବା ପରେ ୟୁଏଇରେ ରହିବେ। ତାଙ୍କୁ ନେଟ୍‌ ବୋଲର ଭାବେ ଭାରତୀୟ ଟି୨୦ ବିଶ୍ୱକପ୍‌...

ଓଜନ କୁଇଣ୍ଟାଲରୁ ଅଧିକ, କିନ୍ତୁ ପଡିଆରେ ଫିଟ୍‌ ଖେଳାଳିଙ୍କୁ ପଛରେ ପକାଇଦିଅନ୍ତି

ସାଧାରଣତଃ ଖେଳାଳିମାନେ ଶରୀରକୁ ଫିଟ ରଖିବା ଆବଶ୍ୟକ। ଶରୀର ଫିଟ୍‌ ନ ଥିଲେ ଖେଳରେ କ୍ୟାରିୟର ଗଢିବା ଯେପରି ଅସମ୍ଭବ ହୋଇପଡେ। କ୍ରିକେଟରେ ଏମିତି କିଛି...

Advertisement
Archives

Model This Week