Posted inଖେଳ

ଅନ୍‌ଲାଇନ୍‌ ଚେସ୍‌ରୁ ସାଢ଼େ ୪ ଲକ୍ଷ ଟଙ୍କା ସଂଗ୍ରହ

ଚେନ୍ନାଇ,୧୨।୪(ପି.ଟି.)-ପୂର୍ବତନ ବିଶ୍ୱଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ନେଇ ଆୟୋଜିତ ହୋଇଥିବା ଅନ୍‌ଲାଇନ୍‌ ଚେସ୍‌ ପ୍ରଦର୍ଶନୀରୁ ୪.୫ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରାଯାଇଛି। କୋଭିଡ୍‌-୧୯ ମୁକାବିଲା ପାଇଁ ଏହି ଅର୍ଥ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ପଣ୍ଡକୁ ପ୍ରଦାନ କରାଯିବ। ଆନନ୍ଦଙ୍କ ସମେତ ଏହି ଟୁର୍ନାମେଣ୍ଟରେ ଭାରତର ୬ ଜଣ ଶ୍ରେଷ୍ଠ ତଥା ତାରକା ଖେଳାଳି ଅଂଶଗ୍ରହଣ କରିଥିଲେ।
୧ ନମ୍ବର ଖେଳାଳି ଆନନ୍ଦ, ୨ ନମ୍ବର ଭିଦିସ ଗୁଜରାଠୀ, ପି. ହାରିକ୍ରିଷ୍ଣା ଓ ବି. ଅଧିବନଙ୍କ ସମେତ ଦୁଇ ଶ୍ରେଷ୍ଠ ମହିଳା ଖେଳାଳି କୋନେରୁ ହ ମ୍ପି ଓ ଡି. ହାରିକା ମଧ୍ୟ ଏହି ଚେସ୍‌ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ରବିବାର ଚେସ୍‌. କମ୍‌ ଏହାର ଆୟୋଜନ କରିଥିଲା। ଏହି ଇଭେଣ୍ଟରୁ ସାଢ଼େ ୪ ଲକ୍ଷ ଟଙ୍କା ଅର୍ଥ ଉପାର୍ଜନ ହୋଇଛି ବୋଲି ଇଣ୍ଟରନ୍ୟାଶନାଲ ମାଷ୍ଟର ତଥା ଚେସ୍‌. କମ୍‌- ଇଣ୍ଡିଆର ନିର୍ଦ୍ଦେଶକ ରାକେଶ କୁଲକର୍ନୀ କହିଛନ୍ତି। କୋଭିଡ୍‌-୧୯ ଯୋଗୁ ଟ୍ରାଭେଲ ରେଷ୍ଟ୍ରିକ୍ସନ କାରଣରୁ ଜର୍ମାନୀରେ ଫସି ରହିଥିବା ଆନନ୍ଦ ଏହି ଇଭେଣ୍ଟ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ ବୋଲି ସେ କହିଛନ୍ତି। ଅନ୍‌ ଲାଇନ୍‌ରେ ଏଭଳି ଇଭେଣ୍ଟ ଆୟୋଜନ କରିବା ନିଶ୍ଚିତ ଭାବେ କଷ୍ଟକର ଥିଲା। ତେବେ ପ୍ରଶଂସକ ସହ ବାର୍ତ୍ତାଳପ କରି ଡୋନେଶନ ସଂଗ୍ରହ କରାଯାଇଥିଏଲା ବୋଲି ହରିକା କହିଛନ୍ତି। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ହେଲେ ଖେଳାଳିମାନଙ୍କୁ ଏକ ଚେସ୍‌ ଡଟ୍‌ କମ୍‌ ବ୍ଲିଜ୍‌ କିମ୍ବା ଏଲୋ ୨୦୦୦ର ଫିଡେ ଷ୍ଟାଣ୍ଡାର୍ଡ ରେଟିଂ ହାସଲ କରିଥିବା ଆବଶ୍ୟକ। ଏଥିସହିତ ରେଜିଷ୍ଟ୍ରେଶନ ପ୍ରକ୍ରିୟାରେ ଡୋନେଶନ ମଧ୍ୟ ଦେବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନ ହେଲା ଏକ୍ସ-ରେ ମେଶିନ ଅଚଳ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଦାରିଙ୍ଗବାଡ଼ି,୧ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହିଥିବା ଏକ ମାତ୍ର ଏକ୍ସ-ରେ ମେଶିନ ଗତ ୪ ଦିନ ହେଲା ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡ଼ିଓକୁ ନେଇ ବିରୋଧି ଦେଲେଣି ପ୍ରତିକ୍ରିୟା, ସଞ୍ଜୟ ସିଂହଙ୍କ ପ୍ରଶ୍ନ କଲେ-‘ମୋ ମାଆ… ମାଆ ନୁହଁନ୍ତି’

ନୂଆଦିଲ୍ଲ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜୁଲାଇ ୩୧) ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ NEET ପେପର ଲିକ ବିରୋଧରେ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ କି ଅନୁଚିତ୍‌ ଜାଣନ୍ତୁ…

ଘରେ ଚପଲ ପିନ୍ଧି ଚାଲିବା ଉଚିତ୍‌ ନା ଖାଲି ପାଦରେ ରହିବା ଭଲ ଏମିତି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। କେତେକ ଲୋକ ବିଶ୍ୱାସ କରନ୍ତି, ଖାଲି…

ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେହ କରିବାର କାରଣ ନାହିଁ: ସିଇସି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ରର ସଫେଇ

ନୂଆଦିଲ୍ଲୀ,୧ା୮:ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଓ ଅନ୍ୟ ନିର୍ବାଚନ କମିଶନରମାନଙ୍କ ନିଯୁକ୍ତି ପାଇଁ ଏକ ସ୍ବାଧୀନ ଓ ନିରପେକ୍ଷ ପ୍ରକ୍ରିୟା ଜରୁରୀ ବୋଲି ସୁପ୍ରିମକୋର୍ଟ ଗୁରୁବାର କହିଥିଲେ।…

‘ତାଙ୍କ ପାଦ ଧୋଇ ସେହି ପାଣି ପିଇବାକୁ ଚାହେଁ’, ପିଏମ ମୋଦିଙ୍କୁ ବିଷ୍ଣୁଙ୍କ ଅବତାର ବୋଲି କହି ଚର୍ଚ୍ଚାରେ ଅଭିନେତା

ନୂଆଦିଲ୍ଲୀ,୧।୮: ଅଭିନେତା ସୁଦେଶ ବେରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି। ସେ ପିଏମ ମୋଦିଙ୍କୁ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବର୍ଣ୍ଣନା…

ଅଭିଯୋଗର ଗୋଟିଏ ଦିନରେ ରାସ୍ତ ମରାମତି: ସିଟିଜେନ ଫୋରମଙ୍କୁ ଧନ୍ୟବାଦ

କେସିଙ୍ଗା,୧।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ଓ ବଲାଙ୍ଗିର ଜିଲାର ଟିଟଲାଗଡ଼କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ତ୍ରିମୂର୍ତ୍ତି ଛକରୁ ତେଲନଦୀ ବ୍ରିଜ ପ୍ରାୟ ୮୦୦ମିଟର ରାସ୍ତାରେ…

ଔଷଧ କିଣିବା ପୂର୍ବରୁ ଜାଣନ୍ତୁ! ଆଜିଠୁ ବଦଳିଲା ୨୩ଟି ମେଡିସିନର ଦାମ୍‌

ନୂଆଦିଲ୍ଲୀ,୧।୮: କେନ୍ଦ୍ର ସରକାର ଆଜି ଅଗଷ୍ଟ ୧ରୁ ଔଷଧର ମୂଲ୍ୟରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ୨୨ଟି ଔଷଧ ଏବଂ ଫିକ୍ସଡ ଡୋଜ କମ୍ବିନେସନର ନୂତନ ଖୁଚୁରା…

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଧର୍ମ ପଚାରି କଲେ ଗୁଳି

ଶ୍ରୀନଗର,୧।୮: ଜମ୍ମୁ-କଶ୍ମୀରର କୁଲଗାମରେ ଶୁକ୍ରବାର ଆତଙ୍କବାଦୀ ଆକ୍ରମଣ ହୋଇଛି। କୁଲଗାମ ଜିଲାର ଏକ ଇଟାଭାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨ ଶ୍ରମିକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri