ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ
ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ ପରିସ୍ଥିତି ସମୟର ଅସ୍ପଷ୍ଟ ସ୍ମୃତି ମୋର ଏବେ ବି ମନେଅଛି। ମୁମ୍ବାଇର ଭିଲେ ପାର୍ଲେ ଇଷ୍ଟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା କିନ୍ତୁ ତାହା ବେଶି ସମୟ ରହି ନ ଥିଲା। ମୋର ମନେଅଛି ଜନତା ଦଳ ଦ୍ୱାରା ଏକ ହଳଦିଆ ରଙ୍ଗର ପୁସ୍ତିକା ବଣ୍ଟାଯାଇଥିଲା। ସେଥିରେ ତତ୍‌କାଳୀନ ଇନ୍ଦିରା ଗାନ୍ଧୀଙ୍କ ସରକାର ବିରୋଧୀମାନଙ୍କ ଉପରେ ଯେଉଁ ଅତ୍ୟାଚାର ଚଳାଇଥିଲେ, ସେ ବିଷୟରେ ଲେଖାଯାଇଥିଲା। ସେଥିରେ ଗୋଟିଏ ପୃଷ୍ଠାରେ ସିଗାରେଟ ଚେଙ୍କ ଦିଆଯାଇଥିବା ଜଣେ ଲୋକର ଛବି ଥିଲା। ମୁଖ୍ୟତଃ, କଂଗ୍ରେସର ରାଜନୈତିକ ବିରୋଧୀମାନଙ୍କ ପ୍ରତି ଏଭଳି ଅତ୍ୟାଚାର କରାଯାଇଥିଲା ଓ ଜେଲରେ ରଖାଯାଇଥିଲା ଏବଂ ଗଣମାଧ୍ୟମ ଉପରେ କଟକଣା ଲଗାଯାଇଥିଲା। କ୍ଷମତା ପାଇଁ ଏହା ଥିଲା ଏକ ରାଜନୈତିକ ଲଢ଼େଇ, ଯେଉଁଥିରେ ସାଧାରଣ ନାଗରିକମାନଙ୍କର କୌଣସି କ୍ଷତି ହୋଇ ନ ଥିଲା। ତା’ପରେ ଆଉ ଗୋଟିଏ ଆନ୍ଦୋଳନ ଦେଖାଗଲା ମଣ୍ଡଳ କମିଶନଙ୍କ ସୁପାରିସକୁ ନେଇ ଜାତିଗତ ସଂରକ୍ଷଣ ବିରୋଧରେ। ଏହାର ଠିକ୍‌ ପୂର୍ବରୁ ୧୯୮୫ରେ ଗୁଜରାଟରେ ଗୋଟିଏ ଆନ୍ଦୋଳନ ଦେଖାଯାଇଥିଲା। ପ୍ରତିବାଦକାରୀମାନେ ସମସ୍ତେ ଥିଲେ ସବର୍ଣ୍ଣ। ଗୁଜରାଟରେ ଏହି ଆନ୍ଦୋଳନ ଦଙ୍ଗାରେ ପରିଣତ ହେଲା ଏବଂ ବିନା କାରଣରେ ମୁସଲମାନମାନେ ଦଣ୍ଡିତ ହେଲେ। ଏହାର କିଛିବର୍ଷ ପରେ ଦେଖାଦେଲା ମଣ୍ଡଳ କନ୍ଦଳ। ପ୍ରତିବାଦକାରୀମାନେ ଦୁଇଟି ଗୋଷ୍ଠୀର ଥିଲେ- ସଂରକ୍ଷଣ ସପକ୍ଷବାଦୀ ଓ ସଂରକ୍ଷଣ ବିରୋଧୀ। ଉଚ୍ଚଜାତିର ଲୋକମାନେ ସେମାନଙ୍କ ଅଧିକାର କ୍ଷୁଣ୍ଣ ହେଉଥିବାରୁ ବିଦ୍ରୋହ କରିଥିଲେ। ଗୋସ୍ବାମୀ ନାମକ ଜଣେ ବ୍ୟକ୍ତି ନିଆଁରେ ନିଜକୁ ଜାଳିଦେଇ ହିରୋ ବନିଯାଇଥିଲେ। ପାଖାପାଖି ସେହି ସମୟରେ ବାବ୍ରି ମସ୍‌ଜିଦକୁ ନେଇ ଏକ ଆନ୍ଦୋଳନ ଦେଖାଦେଇଥିଲା, ଯାହା ଅତ୍ୟନ୍ତ ଭୟଙ୍କର ଥିଲା। ଏଲ୍‌.କେ. ଆଡ୍‌ଭାନୀ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ, ତାଙ୍କ ରଥଯାତ୍ରା ଯେଉଁ ପଥ ଦେଇ ଯାଉଥିଲା, ସେଠାରେ କୌଣସି ହିଂସା ଘଟି ନ ଥିଲା। କିନ୍ତୁ ଭାରତ ସାରା ଆନ୍ଦୋଳନର ନିଆଁ ବ୍ୟାପିବା ସହ ଏଥିରେ ମୁସଲମାନମାନେ ହିଁ ଦଣ୍ଡିତ ହୋଇଥିଲେ। ବାବ୍ରି ମସ୍‌ଜିଦ ଭଙ୍ଗାଯିବା ପରେ ହିଂସାକାଣ୍ଡରେ ୨୦୦୦ ଭାରତୀୟଙ୍କର ମୃତ୍ୟୁ ଘଟିଥିଲା।
ପ୍ରତ୍ୟେକ ଆନ୍ଦୋଳନ ସମୟରେ ଯେଉଁଭଳି ବର୍ବରତା ଦେଖିବାକୁ ମିଳିଥିଲା, ସେଗୁଡ଼ିକ ବର୍ତ୍ତମାନ ପରି ନ ଥିଲା। ଭାରତରେ ଯେତେ ଆନ୍ଦୋଳନ ଘଟିଛି ସବୁ ବ୍ୟକ୍ତିଗତ କାରଣ ପାଇଁ। ମଣ୍ଡଳ ଓ ମନ୍ଦିର ଆନ୍ଦୋଳନକାରୀମାନେ ନିଜ ପାଇଁ ଆନ୍ଦୋଳନ କରୁଥିଲେ। ଜଣେ ସଂରକ୍ଷଣକୁ ସମର୍ଥନ କରିପାରେ ବା କରି ନ ପାରେ କିନ୍ତୁ ଉଭୟ ମତବାଦୀମାନେ ନିଜର ସ୍ବାର୍ଥ ପାଇଁ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ସମ୍ବିଧାନ ସପକ୍ଷରେ ସ୍ଥାୟୀ ଗଣଆନ୍ଦୋଳନ ଏହା ପୂର୍ବରୁ କେବେ ବି ଦେଖିବାକୁ ମିଳିନାହିଁ। ଇରମ ଶର୍ମିଲା ନାମକ ମହିଳା ସମ୍ବିଧାନ ଓ ମାନବାଧିକାର ସପକ୍ଷରେ ଦୀର୍ଘଦିନ ଧରି ଆନ୍ଦୋଳନ କରି ଆସୁଛନ୍ତି। ଏଥିରେ ଲକ୍ଷ ଲକ୍ଷ ଭାରତୀୟ ବ୍ୟକ୍ତିଗତ ଲାଭ ଅପେକ୍ଷା ମୂଲ୍ୟବୋଧ ସପକ୍ଷରେ ଠିଆ ହୋଇଛନ୍ତି। ମୋ ପରି ଅନେକ ପ୍ରତିବାଦକାରୀଙ୍କର ସରକାରଙ୍କୁ ଗାଦିଚ୍ୟୁତ କରିବା ବା ସରକାରଙ୍କର କ୍ଷତି ପହଞ୍ଚାଇବାର କୌଣସି ଉଦ୍ଦେଶ୍ୟ ନାହିଁ। ଏହା ଏକ ନିର୍ବାଚିତ ସରକାର ଏବଂ ଏହା ତାଙ୍କର କାର୍ଯ୍ୟକାଳ ପୂର୍ଣ୍ଣ କରିବେ। ଯଦି ମୋଦି ପୁଣିଥରେ ନିର୍ବାଚିତ ହୁଅନ୍ତି ତେବେ ସେ ତୃତୀୟ ପାଳିରେ ବି ଦେଶର ସେବା କରିବେ। ସେ ଦିଗରୁ ଆମର କୌଣସି ଉଦ୍‌ବେଗର କାରଣ ନାହିଁ। କିନ୍ତୁ ଆମର ପ୍ରତିବାଦର ଉଦ୍ଦେଶ୍ୟ ହେଉଛି ଆଇନରେ କୌଣସି ପକ୍ଷପାତିତା ନ ରହୁ ଏବଂ ତାହା ସମ୍ବିଧାନର ମୌଳିକ ଢାଞ୍ଚାର ଉଲ୍ଲଂଘନ ନ କରୁ। ଭାରତ ଯେଉଁସବୁ ଅନ୍ତର୍ଜାତୀୟ ଚୁକ୍ତିନାମାରେ ସ୍ବାକ୍ଷର କରିଛି ତାହାର ଉଲ୍ଲଂଘନ ନ ହେଉ।
ଏହା ସତ ଯେ, ଅଧିକାଂଶ ପ୍ରତିବାଦକାରୀ ହେଉଛନ୍ତି ମୁସଲମାନ ଯେଉଁମାନେ ତାଙ୍କର ଅଧିକାର ତାଙ୍କଠାରୁ ଛିନ୍ନ କରିନିଆଯିବା ଭୟରେ ଆତଙ୍କିତ ଅଛନ୍ତି। ସେମାନଙ୍କର ଭୟ ଯୁକ୍ତିଯୁକ୍ତ। ତେବେ ସେମାନେ ଯାହା ପାଇଛନ୍ତି, ତା’ଠୁ ଅଧିକ କିଛି ଚାହୁଁନାହାନ୍ତି। ସେମାନେ ସଂରକ୍ଷଣ ଚାହୁଁନାହାନ୍ତି ବା ମନ୍ଦିର ଚାହୁଁନାହାନ୍ତି ଏବଂ ସେମାନଙ୍କର ଅନ୍ୟ କୌଣସି ଦାବି ନାହିଁ। କେବଳ ସେମାନେ ଚାହାନ୍ତି, ସେମାନଙ୍କୁ ହଇରାଣ କରା ନ ଯାଉ। ସେଥିପାଇଁ ଏହି ଆନ୍ଦୋଳନ ହେଉଛି ସ୍ବତନ୍ତ୍ର, ଯାହା ଏ ସରକାରକୁ ଅଡ଼ୁଆରେ ପକାଇଦେଇଛି। ସରକାର ଆଗକୁ କ’ଣ କରିବେ ବା ନ କରିବେ ସେଥିନେଇ ସନ୍ଦେହରେ ଅଛନ୍ତି। କ’ଣ ଘଟିବ ତାହା ସରକାରଙ୍କ ନିୟନ୍ତ୍ରଣରେ ନାହିଁ, ଯାହା ଉଦ୍‌ବେଗଜନକ। ବିଶ୍ୱ ସମୁଦାୟ ଭାରତ ଉପରେ ନଜର ରଖିଛି ଏବଂ ମୋଦି ସରକାର ଚାପରେ ଅଛନ୍ତି। କେବଳ ମୋହାଥିର ମହମ୍ମଦ ବା ଆମେରିକା କଂଗ୍ରେସ ସଦସ୍ୟା ପ୍ରମିଲା ଜୟପାଲ ମୋଦି ସରକାରକୁ କଶ୍ମୀର ଓ ନାଗରିକତ୍ୱକୁ ନେଇ ଯାହା ଚାଲିଛି ତାକୁ ବନ୍ଦ କରିବାକୁ କହିନାହାନ୍ତି। ଭାରତ ନିଜ ନାଗରିକଙ୍କ ଉପରେ ଦମନଲୀଳା ଚଳାଇଛି ବୋଲି ଯେଉଁ ଅଭିଯୋଗ ହେଉଛି, ତାହା ବିରୋଧରେ ସଫେଇ ଦେବା ଲାଗି ଭାରତ ପାଖରେ କିଛି ନାହିଁ। ତେଣୁ ସରକାର ଆନ୍ଦୋଳନକୁ ଯୁକ୍ତିଯୁକ୍ତ ବୋଲି ମାନିନେବା ସହ ପ୍ରଣୀତ ଜନବିରୋଧୀ ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବା ଏବଂ ପ୍ରସ୍ତାବିତ ସର୍ଭେ ବନ୍ଦ କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ, ଯାହାଦ୍ୱାରା ଆନ୍ଦୋଳନକୁ ପ୍ରଶମିତ କରିହେବ। ଆମେ ଆଶା କରୁଛୁ ବିଶ୍ୱର ଅନ୍ୟତମ ପ୍ରବୀଣ ରାଜନୀତିଜ୍ଞ ଆମ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଏ କଥା ବୁଝି ଠିକ୍‌ ପଦକ୍ଷେପ ଗ୍ରହଣ କରିବେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ବିଫଳତାର ସ୍ମାରକୀ

ଚଳିତ ମାସରୁ ୱାଶିଂଟନ ଡିସିରେ ଡୋନାଲ୍ଡ ଟ୍ରମ୍ପ୍‌ ଏକ ତୋରଣାକୃତି ବିଜୟ ସ୍ମାରକୀ କାମ ଆରମ୍ଭ କରିବାକୁ ଯାଉଛନ୍ତି। ପ୍ୟାରିସ୍‌ର ‘ଆର୍କ ଡି ଟ୍ରାୟୋମ୍ଫ’ ଢାଞ୍ଚାରେ ଏହାକୁ…

ଏଆଇ ସୁରକ୍ଷା ଚିନ୍ତା

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍‌ ସ୍ପଷ୍ଟ କରିଛନ୍ତି ଯେ ସୁରକ୍ଷା ଚିନ୍ତା ଯୋଗୁ କମ୍ପାନୀ ୨୦୨୬ରେ ଏହାର ଆଇପିଓ (ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ) ଲଞ୍ଚ କରିବ ନାହିଁ।…

ଗଣତନ୍ତ୍ରର ରାଜତନ୍ତ୍ରୀକରଣ

ଗତ ଜୁଲାଇରେ ବିହାର ରାଜ୍ୟ କିନ୍ନର ଜନମଙ୍ଗଳ ସମିତି ସେହି ସମାଜର ମଙ୍ଗଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ଅବଦାନକୁ ସ୍ବୀକୃତି ଦେଇ ତାଙ୍କର ଏକ…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?