Posted inଖେଳ

ଅନ୍ତିମ ଲିଗ୍‌ ମ୍ୟାଚ୍‌: ଅଷ୍ଟ୍ରେଲିଆ- ଦକ୍ଷିଣ ଆଫ୍ରିକା ମୁକାବଲା

ମାଞ୍ଚେଷ୍ଟର,୬।୭(ଏଏଫପି)- ଚଳିତ ବିଶ୍ୱକପର ଅନ୍ତିମ ଲିଗ୍‌ ମ୍ୟାଚରେ ଗତଥର ଚାମ୍ପିୟନ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମୁହଁାମୁହିଁ ହେବେ। ଶନିବାର ଖେଳାଯିବାକୁ ଥିବା ଏହି ଦ୍ୱିତୀୟ ମ୍ୟାଚ୍‌ ଅଷ୍ଟ୍ରେଲିଆ ପାଇଁ ଅଧିକ ଗୁରୁତ୍ୱବହନ କରୁଛି। ସେମିଫାଇନାଲ ଦୌଡ଼ରୁ ଦକ୍ଷିଣ ଆଫ୍ରିକା ବାଦ୍‌ ପଡିସାରିଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ହାର ଜିତ୍‌ ଉପରେ ସେମିଫାଇନାଲର ରୂପରେଖ ସ୍ପଷ୍ଟ ହେବ। ଅର୍ଥାତ ଅନ୍ତିମ ତାଲିକାରେ କେଉଁ ଦଳଗୁହିକ ଶ୍ରେଷ୍ଠ ୪ଟି ସ୍ଥାନରେ ରହିବେ ତାହା ସ୍ପଷ୍ଟ ହେବ। ବଲ ଟ୍ୟାମ୍ପରିଂ ମାମଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷ କେପ୍‌ ଟାଉନ ଟେଷ୍ଟରେ ଷ୍ଟିଭ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ଗୋଟିଏ ବର୍ଷ ବାସନ୍ଦାଦେଶ କଟାଇବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ତେବେ ଏହି ମ୍ୟାଚ୍‌ରେ ଦୁଇ ଖେଳାଳି ଚାପର ବଶବର୍ତ୍ତୀ ହେବେ ନାହିଁ ବୋଲି ଅଷ୍ଟ୍ରେଲିଆ କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ୭ ବିଜୟ ଓ ଗୋଟିଏ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ୮ଟି ମ୍ୟାଚ୍‌ ଖେଳି ୨ଟି ବିଜୟ, ୫ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହି ସେମି ଦୌକ୍ଷରୁ ବାଦ୍‌ ପଡ଼ିସାରିଛି। ଏହି ମ୍ୟାଚ୍‌ ଏକାଧିକ ଖେଳାଳିଙ୍କ ପାଇଁ ବିଶେଷ ଭାବେ ମହତ୍ତ୍ୱ ରଖୁଛି ବୋଲି ଲାଙ୍ଗର କହିଛନ୍ତି। ବିଜୟୀ ହେଲେ ଅଷ୍ଟ୍ରେଲିଆ ଶୀର୍ଷରେ ରହିବ ଓ ସେମିଫାଇନାଲରେ ଇଂଲଣ୍ଡ ଭେଟିବ ନାହିଁ। ଫଳରେ ଦଳ ସେମିରେ ନ୍ୟୁଜିଲାଣ୍ଡକୁ ଭେଟିବାର ଯଥେଷ୍ଟ ସମ୍ଭାବାନ ରହିବ। ବିଜୟଧାର ବଜାୟ ରଖି ଶୀର୍ଷକୁ ଉଠିବାର ଆମର ଲକ୍ଷ୍ୟ ବୋଲି ଲାଙ୍ଗର କହିଛନ୍ତି।
ବିଶ୍ୱକପରେ ଓ୍ବାର୍ନର ସର୍ବାଧିକ ସ୍କୋର କରିବାରେ ଅନ୍ୟତମ ବ୍ୟାଟ୍ସମ୍ୟାନ ସାବ୍ୟସ୍ତ୍ୟ ହୋଇଛନ୍ତି। ସେ ତୃତୀୟ ସନ୍ତାନର ଜନକ ହୋଇଛନ୍ତି। ଓ୍ବାର୍ନର ଓ ସ୍ମିଥ୍‌ ଉଭୟ ଭଲ ଖେଳିଛନ୍ତି ଓ ଏହି ମ୍ୟାଚ୍‌ରେ ମଧ୍ୟ ଅଶାନୁରୂପ ପ୍ରଦର୍ଶନ କରିବେ ବୋଲି ଲାଙ୍ଗର ଆଶା ପ୍ରକାଶ କରିଛନ୍ତି। ଅଷ୍ଟ୍ରେଲିଆ ପୂର୍ବରୁ ୫ଥର ବିଶ୍ୱକପ୍‌ ହାସଲ କରିଛି। ଗତଥର ମଧ୍ୟ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଟାଇଟଲ ଜିତିଥିଲା। ଏଥର ପ୍ରଥମଦଳ ଭାବେ ଅଷ୍ଟ୍ରେଲିଆ ସେମିଫାଇନାଲକୁ ଉଠିଥିଲା। ବଲ ଟ୍ୟାମ୍ପରିଂ ମାମଲା ତଥା କଳଙ୍କକୁ ପଛରେ ପକାଇ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରି ଦଳର ହୃତ ଗୌରବକୁ ଫେରିଇ ଆଣିବା ଲକ୍ଷ୍ୟରେ ରହିଛି ବୋଲି ଲାଙ୍କର କହିଛନ୍ତି। ବିଶ୍ୱକପ୍‌ର ପୂର୍ବ ସଂସ୍କରଣଗୁଡିକରେ ଅଷ୍ଟ୍ରେଲିଆ ହଟ୍‌ ଫେଭରାଇଟ ବିବେଚିତ ହେଉଥିଲା। ତେବେ ଇଂଲଣ୍ଡ, ଭାରତ ମଧ୍ୟ ଟାଇଟଲ ଦୌଡ଼ରେ ରହିଛନ୍ତି ଓ ଏଥର କଥା ଅଲଗା ହୋଇଛି। ଅଷ୍ଟ୍ରେଲିଆ ଏଥର କୌଣସି ସୁଯୋଗ ହାତଛାଡ଼ା କରିବ ନାହିଁ ଓ ସଫଳ ହେବା ପାଇଁ ସବୁମତେ ଚେଷ୍ଟା କରିବ ବୋଲି ଲାଙ୍ଗର କହିଛନ୍ତି। ଅନ୍ୟପଟେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିସାରିଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ବିନା ପ୍ରଭାବିତ ହେବେ ଘରୋଇ କ୍ରିକେଟର

ନୂଆଦିଲ୍ଲୀ, ୧ା୪ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନ ହେଲେ ଖେଳାଳିମାନଙ୍କୁ କିପରି ବେତନ ଦିଆଯିବ ସେ ନେଇ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଚିନ୍ତିତ। ଭାରତୀୟ କ୍ରିକେଟ...

ପ୍ରଥମଥର ପାଇଁ ଟି-୨୦ରେ ବିଶ୍ୱକପ୍‌ରେ ଲାଗୁ ହେବ ଏହି ନିୟମ

ନୂଆଦିଲ୍ଲୀ,୧୦।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ୟୁଏଇ ଏବଂ ଓମାନରେ ୧୭ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟ ପୂର୍ବରୁ ଭାରତରେ ଅନୁଷ୍ଠିତ ହେବାର...

ହସ୍ପିଟାଲରେ ପରିଣତ ହେଲା ସାଓ ପାଉଲୋ ଷ୍ଟାଡିୟମ

ସାଓ ପାଉଲୋ, ୨୫।୩ (ଏପି)- ପ୍ରାଣଘାତୀ କରୋନା ଭାଇରସ୍‌ ସାରା ବିଶ୍ୱରେ ଏହାର ଆତଙ୍କ ଖେଳାଇ ଚାଲିଛି। ଏହାକୁ ମୁକାବିଲା କରିବା ପାଇଁ ବ୍ରାଜିଲ ସାଓ...

ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍‌ : ସାକ୍ଷୀ କଲେ ଭିଡ଼ିଓ ଶେୟାର…

ରାଞ୍ଚି,୧୩।୬: ଆପିଏଲ୍‌ ସ୍ଥଗିତ ହେବା ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍‌.ଏସ୍‌. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍‌ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...

ଇଷ୍ଟ୍‌ ଇଣ୍ଡିଆ ସ୍ନୁକର: ସୁବ୍ରତ ଚାମ୍ପିୟନ

ଭୁବନେଶ୍ୱର,୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା କ୍ୟୁସ୍ପୋଟର୍‌ସ ସ୍ପେଶାଲିଷ୍ଟ ତଥା ବର୍ତ୍ତମାନର ରାଜ୍ୟ ଚାମ୍ପିୟନ ସୁବ୍ରତ ଦାସ ୨୫ ଦିନ ମଧ୍ୟରେ ୩ଟି ଟାଇଟଲ ଜିତି ରେକର୍ଡ...

ପିତା ହେଲେ ଏହି କ୍ରିକେଟର୍‌, ମେଡିକାଲ ଯିବା ପୂର୍ବରୁ ଫ୍ୟାନ୍‌ଙ୍କୁ ଦେଇଥିଲେ ସୂଚନା

ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପ୍ରେମିକା ନତାଶା ଷ୍ଟାନକୋଭିକ୍‌ ଏକ ପୁତ୍ର ସନ୍ତାନ ଜନ୍ମ...

ଦଳ କଥା ନ ଭାବି ଫୁଟ୍‌ବଲ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିଲେ; ଏବେ କୋଭିଡ୍‌ ସଂକ୍ରମିତ ହେବାକୁ ନେଇ ରାଗିଗଲେ ପ୍ରଶଂସକ; କହିଲେ…

ଲଣ୍ଡନ,୧୫।୭: କରୋନାରେ ସଂକ୍ରମିତ ହୋଇଛନ୍ତି ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ବିସିସିଆଇ ପକ୍ଷରୁ ଜଣେ କ୍ରିକେଟର ପଜିଟିଭ୍‌ ହୋଇଥିବା ନେଇ କୁହାଯାଇଥିଲା। ପରେ ଦଳ...

ଲକ୍ଷ୍ୟଙ୍କ ସଫଳ ପ୍ରତ୍ୟାବର୍ତ୍ତନ

ଓଡେଞ୍ଜ୍‌, ୧୪ା୧୦ (ପି.ଟି.)-ଭାରତର ଉଦୀୟମାନ ବ୍ୟାଡ୍‌ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍‌ ପ୍ରତିଯୋଗିତାକୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୭୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ଡେନମାର୍କ ଓପନ୍‌ର...

Advertisement
Archives

Model This Week