ଅନ୍ତର୍ଜାତୀୟ ନିଶା ଅପବ୍ୟବହାର, ଅବୈଧ ଚାଲାଣ ନିରୋଧ ଦିବସ

ଭବାନୀପାଟଣା,୨୬।୬(ଡି.ଏନ.ଏ.): କଳାହାଣ୍ଡି ଜିଲା ପ୍ରଶାସନର ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଭବାନୀପାଟଣାଠାରେ ବୁଧବାର ଅନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ନିରୋଧ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଳାହାଣ୍ଡି ଜିଲାପାଳଙ୍କ ବାସଭବନ ସମ୍ମୁଖରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିବା ସହିତ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କଳାହାଣ୍ଡି ଅତିରିକ୍ତ ଜିଲାପାଳ ଶରତଚନ୍ଦ୍ର ଶ୍ରୀଚନ୍ଦନ ଓ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଭୋଳାନାଥ ଦାସ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀପାଟଣା ଉପଜିଲାପାଳ ମିର୍ଦ୍ଧା ଟପୋ, ଏସିଷ୍ଟାଣ୍ଡ କଲେକଟର୍‌ ସୁରେନ୍ଦ୍ର ତ୍ରିପାଠୀ, ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଉମାକାନ୍ତ ପ୍ରଧାନ, ଇନିସ୍‌ପେଟର କୁବେର ସେଠୀ, ଇନିସ୍‌ପେଟର ସଂଘମିତ୍ରା ପ୍ରଧାନ ଓ ସୁବାଷ ଚନ୍ଦ୍ର ବାରିକ, ଏନସିସି ଅଫିସର ରବି କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବା ନିମନ୍ତେ ଛାତ୍ରୀଛାତ୍ରମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ଅବସରରେ କଳାହାଣ୍ଡି ଜିଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ନିଶା ଅପବ୍ୟବହାର ଓ ଅବୈଧ ଚାଲାଣ ସମ୍ପର୍କରେ ଆଲୋଚନା କରିବା ସହ ଜନସାଧାରଣ ଏହାଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ବିଭିନ୍ନ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ସେହିପରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସ୍ଥାନୀୟ ଅମଲା ଭବନଠାରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି। ଏଥିରେ ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ନିହାରେନ୍ଦ୍ର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଜିଲା ସାଜିକ ସୁରକ୍ଷା ଅଧିକାରୀ ଭୋଳାନାଥ ନାଏକ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ସୁଶ୍ରୀ ସଂଘମିତ୍ରା କାନୁନଗୋ, ଡିଡିଆରଓ ଶୁଭାଷିସ ମହାନ୍ତି, ବରିଷ୍ଠ ନାଗରିକ ସଂଘ ସମ୍ପାଦକ ଭାଗିରଥି ଭୋଇ ପ୍ରମୁଖ ଯୋଗଦେଇଥିଲେ। ମ.ରାମପୁରସ୍ଥିତ ଶ୍ରୀରାମ କୃଷ୍ଣ ଆଶ୍ରମ ଛାତ୍ରମାନେ ଏକାଙ୍କିକା ଓ ଘୁମୁରା ମାଧ୍ୟମରେ ସଚେତନର ବାର୍ତ୍ତା ଦେଇଥିଲେ। କାମଠଣାସ୍ଥିତ ଜେଏନଏମ୍‌ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଥାର୍ଡ ଡିଗ୍ରୀ: ଏସ୍‌ଆଇ ନିଲମ୍ବିତ

ରାଉରକେଲା ଅଫିସ,୧୮।୨:ଥାନା ଭିତରେ ଜଣେ ନାବାଳକଙ୍କୁ ଥାର୍ଡ଼ ଡିଗ୍ରୀ ଦେବା ଘଟଣା ସୁନ୍ଦରଗଡ଼ ଜିଲା ରାଉରକେଲା ଉଦିତନଗର ପୋଲିସ ଏସ୍‌ଆଇ ମାନସ ରଞ୍ଜନ ନାୟକଙ୍କୁ ମହଙ୍ଗା...

ଡବ୍ଲ୍ୟୁଏଫ୍‌ପି ସଫଳତା ପଛରେ ଓଡ଼ିଆ ପୁଅ

ଭୁବନେଶ୍ୱର,୨୦।୧୦(ବ୍ୟୁରୋ): ୨୦୨୦ ମସିହା ଲାଗି ନୋବେଲ ଶାନ୍ତି ପୁରସ୍କାର ପାଇଛି ୱାର୍ଲଡ୍‌ ଫୁଡ୍‌ ପ୍ରୋଗ୍ରାମ(ଡବ୍ଲ୍ୟୁଏଫ୍‌ପି)। କ୍ଷୁଧା ବିରୋଧରେ ଲଢ଼େଇ ଓ କ୍ଷୁଧାମୁକ୍ତି ପାଇଁ କାର୍ଯ୍ୟ କରୁଥିବା ଡବ୍ଲ୍ୟୁଏଫ୍‌ପିକୁ...

୨ ଡାକ୍ତରଙ୍କୁ ଆକ୍ରମଣ ଉଦ୍ୟମ ଅଭିଯୋଗ

ବରୀ,୨୭ା୪(ସ୍ବ.ପ୍ର.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‌ସି)ର ୨ଜଣ ଡାକ୍ତରଙ୍କୁ ସୋମବାର ପୂର୍ବାହ୍ନରେ ଜଣେ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଆକ୍ରମଣ ଉଦ୍ୟମ କରିଥିବା ବରୀ...

ଭୁବନେଶ୍ୱର ମାର୍କେଟ ବିଲଡିଂ ସିଲ୍‌

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ପ୍ରବଳ ଗହଳି ଯୋଗୁ ଶୁକ୍ରବାର ଭୁବନେଶ୍ୱର ମାର୍କେଟ ବିଲଡିଂକୁ ସିଲ୍‌ କରି ଦିଆଯାଇଛି। କରୋନା କଟକଣାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ଜୋନାଲ...

୮ ଦିନରେ ୫୫୨ ଚାଳକଙ୍କୁ ୫.୫୫ ଲକ୍ଷ ଟଙ୍କାର ଚାଲାଣ

ବ୍ରହ୍ମପୁର ଅଫିସ,୧୦ା୧୨-ସଡକ ଦୁର୍ଘଟଣା ମୃତ୍ୟୁସଂଖ୍ୟା ହ୍ରାସ କରିବା ଉଦ୍ଦେଶ୍ୟ ନେଇ ସରକାର ଟ୍ରାଫିକ ନିୟମ ସଂଶୋଧନ କରିଥିଲେ। ନୂଆ ମୋଟରଯାନ ଆଇନ-୨୦୧୯ ସେପ୍ଟେମ୍ବର ପହିଲାରୁ ସାରା...

ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗର୍ଲଫ୍ରେଣ୍ଡ

କଟକ ଅଫିସ୍‌,୨୫।୧୦: ବିଲ୍ଡରଙ୍କୁ ଦାଦା ବଟି ମାଗିବା ଓ ତାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟାର ସକିଲଙ୍କ ଗାର୍ଲଫ୍ରେଣ୍ଡ ମାନସୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।...

୧୦ ବର୍ଷ ଶିଶୁର ସଫଳ ଚକ୍ଷୁ ଅସ୍ତ୍ରୋପଚାର

ବାଲେଶ୍ୱର ଅଫିସ, ୨।୪-ବାଲେଶ୍ୱର ଏଡିଏମ୍‌ ଛକସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟରେ ପ୍ରଥମଥର ପାଇଁ ଏକ ୧୦ବର୍ଷ ଶିଶୁର ସଫଳ ଅସ୍ତ୍ରୋପଚାର କରାଯାଇଛି। ଏହି ଅସ୍ତ୍ରୋପଚାର ଡା....

ଏସ୍‌ସିବି ଆସିବେ ଜଗା-କାଳିଆ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ କାଳିଆ ଓଡ଼ିଶା ଆସିବା ପାଇଁ ସ୍ଥିର ହୋଇଛି। ଦିଲ୍ଲୀ ଏମ୍ସରୁ...

Advertisement
Archives

Model This Week