ଅନ୍ତରୀଣ ଡିଜିପି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ: ରାଜ୍ୟ ସରକାରଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ): ରାଜ୍ୟ ପୋଲିସର ଅନ୍ତରୀଣ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜ୍ୟ କାରାଗାର ଡିଜି ସତ୍ୟଜିତ ମହାନ୍ତି। କଟକ ପୋଲିସ ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯିବା ପରେ ବିଧିବଦ୍ଧ ଭାବେ ସେ ଦାୟିତ୍ୱ ନେଇଛନ୍ତି।

ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ରାଜ୍ୟ ସରକାର ଆସ୍ଥା ପ୍ରକଟ କରିଥିବାରୁ କୃତଜ୍ଞତା ଜଣାଉଛି। ନୂଆ ଡିଜିପି ଦାୟିତ୍ୱ ନେବା ପର୍ଯ୍ୟନ୍ତ ମୋତେ ଏହି ଦାୟିତ୍ୱ ଦିଆଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା କିଭଳି ଠିକ ରହିବ ସେ ନେଇ ଅଧିକାରୀଙ୍କ ସହ କଥା ହେବି। ଦିଆଯାଇଥିବା ଦାୟିତ୍ୱକୁ ସୂଚାରୁରୂପେ ତୁଲାଇବି ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ପଦରୁ ବୁଧବାର ରାଜ୍ୟ ସରକାର ବିଜୟ କୁମାର ଶର୍ମାଙ୍କୁ ହଟାଇ ଦେଇଥିଲେ। ତାଙ୍କ ସ୍ଥାନରେ ନୂତନ ଡିଜିପି ଭାବେ ୧୯୮୬ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ଅଫିସର ଅଭୟଙ୍କୁ ନିଯୁକ୍ତି ମିଳିଛି। ସେ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଅତିରିକ୍ତ ଭାବେ ଅନ୍ତରୀଣ ଡିଜି ଦାୟିତ୍ୱ ନେବାକୁ ସତ୍ୟଜିତଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ନିର୍ଦ୍ଦେଶ ଆଧାରରେ ରାତିରେ ସେ କାଗଜପତ୍ରରେ ଦାୟିତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତମାଖୁ ସେବନଠାରୁ ଦୂରେଇ ରହିବାକୁ ଆହ୍ବାନ: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ…

ଭଞ୍ଜନଗର,୧।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାଖାରେ ରବିବାର ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଏଥିରେ ଶାଖାର ସଂଯୋଜିକା ସନ୍ତୋସିନୀ…

ସ୍ୱୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଖାତା ଖୋଲିବା ପାଇଁ ଯାଇଥିଲେ: ମୁକୁଳା ବିଏସଏନଏଲ୍ ତାର ନେଲା ଜୀବନ

ମୋହନା,୧।୬ (ମନ୍ମଥ ମିଶ୍ର): ମୁକୁଳା ଭାବେ ପଡ଼ିଥିବା ବିଏସଏନଏଲ୍ ତାର ନେଲା ଜଣେ ମହିଳାଙ୍କ ଜୀବନ। ଏଭଳି   ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର.ଉଦୟଗିରି ଥାନା…

ଜୋର ଧରିଲା ‘ମାଳି ସୁରକ୍ଷା ଆନ୍ଦୋଳନ’: ଖଣି ଖନନ ବିରୋଧରେ ଏକଜୁଟ ହେଲେ ଆଦିବାସୀ, କହିଲେ ଆମକୁ ଭତ୍ତା ନୁହଁ…

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳରେ ‘ମାଆ, ମାଟି ଓ ମାଳି’ର ସୁରକ୍ଷା ପାଇଁ ଚାଲିଥିବା ଗଣ-ଆନ୍ଦୋଳନ ଏବେ ତୀବ୍ର…

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ଗୁଣପୁରର ସୁଧାରାଣୀଙ୍କୁ ସମ୍ମାନସୂଚକ ଡକ୍ଟରେଟ୍, ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଗୁଣପୁର,୧।୬(ସଂକେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ସହର ପୁରୁଣା ବସ୍‌ଷ୍ଟାଣ୍ଡ ଅଞ୍ଚଳସ୍ଥ ବେବର୍ତ୍ତା ସାହିର ବାସିନ୍ଦା ତଥା ସମାଜସେବୀ ଚିନାରି ସୁଧାରାଣୀ (୪୩ଙ୍କୁ ତାଙ୍କର ଉଲ୍ଲେଖନୀୟ ସାମାଜିକ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri