ଦିଗପହଣ୍ଡି,୫ା୨(ଡି.ଏନ.ଏ.) -ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗଁାର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଭାଇରାଲ ପରେ ତାଙ୍କ ବାହାଘର ଭାଙ୍ଗିଯାଇଛି। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ତାଙ୍କ ସହପାଠୀ ତଥା ପ୍ରେମିକ ରତ୍ନାକର ଗୌଡଙ୍କୁ ପୋଲିସ ଅଟକ ରଖିଛି।
ପ୍ରକାଶ ଯେ, ବ୍ରହ୍ମପୁରର ଜଣେ ଯୁବ ବ୍ୟବସାୟୀଙ୍କ ସହ ସମ୍ପୃକ୍ତ ଯୁବତୀଙ୍କ ନିର୍ବନ୍ଧ ସରିଥିଲା। ଭିଡିଓ ଭାଇରାଲ ହେବା ପରେ ପୁଅ ଘର ଲୋକେ ବାହାଘର ପ୍ରସ୍ତାବ ଭାଙ୍ଗି ଦେଇଛନ୍ତି। ଏନେଇ ଯୁବତୀ ଜଣକ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଯୁବତୀଙ୍କ ଏତଲାକୁ ଭିତ୍ତିକରି ଆଇଆଇସି ବସନ୍ତ କୁମାର ସେଠୀ ନଂ.୨୭/୨୦ରେ ମାମଲା ରୁଜୁ କରିଛନ୍ତି। ଯୁବତୀଙ୍କ କଲେଜ ସହପାଠୀ ରତ୍ନାକରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା ଚଳାଇଛି। ଯୁବତୀ ଜଣକ ଗୋଟିଏ କଲେଜରେ ଯୁକ୍ତ ୩ ବିଜ୍ଞାନ ପଢୁଥିବାବେଳେ କଳା ବିଭାଗରେ ପଢୁଥିବା ରତ୍ନାକରଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ କରିଦେବାର ଧମକ ଦେଇ ବିଭିନ୍ନ ସମୟରେ ସେ ବଳାତ୍କାର କରିଥିବା ଯୁବତୀ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି। ସେପ୍ଟେମ୍ବର ୧୯ରେ ଯୁବତୀଙ୍କ ନିର୍ବନ୍ଧ ହୋଇଥିଲା। ଜାନୁୟାରୀ ୩୦ରେ ବାହାଘର ତିଥି ଧାର୍ଯ୍ୟ ହୋଇଥିଲା। ଖବର ପାଇ ରତ୍ନାକର ଯୁବତୀଙ୍କ ବାହାଘର ଠିକ୍ ହୋଇଥିବା ଯୁବକଙ୍କ ଭାଇ ଓ ଭାଉଜଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ପଠାଇଥିଲେ। ଏସବୁ ଜଣାପଡିବା ପରେ ପୁଅଘର ଲୋକେ ବିବାହ ଭାଙ୍ଗିଦେବା ସହ ନ୍ୟାୟ ପାଇଁ କୁଳସଭାର ଦ୍ୱାରସ୍ଥ ହୋଇଥିଲେ। କୁଳସଭାର ନିଷ୍ପତ୍ତିକୁ ଯୁବତୀ ଓ ତାଙ୍କ ପରିବାର ଲୋକେ ଗ୍ରହଣ କରି ନ ଥିଲେ। ଓଲଟି ଯୁବତୀ ଜଣକ ବିବାହ ସ୍ଥିର ହୋଇଥିବା ପୁଅ ଓ ତାଙ୍କ ପରିବାର ଲୋକେ ତାଙ୍କୁ ବଦନାମ କରିବାକୁ ରତ୍ନାକରଙ୍କ ସହାୟତାରେ ଭିଡିଓ ଭାଇରାଲ କରିବା ସହ ଜବରଦସ୍ତ ୫ ଲକ୍ଷ ଟଙ୍କା ପାଇଁ ଧମକ ଦେଉଥିବା ଏତଲାରେ ଉଲ୍ଲେଖ କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି କହିଛନ୍ତି। ବ୍ରହ୍ମପୁର ମେଡ଼ିକାଲରେ ଯୁବତୀଙ୍କ ଡାକ୍ତରୀ ମାଇନା ପରେ ମଙ୍ଗଳବାର ସନ୍ଧ୍ୟାରେ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି। ବ୍ରହ୍ମପୁର ସାଇବର ଥାନାର ଅଧିକାରୀମାନେ ଦିଗପହଣ୍ଡି ଥାନାରେ ପହଞ୍ଚତ୍ ଉଭୟ ପକ୍ଷଙ୍କ ମୋବାଇଲ ଫୋନ ଜବତ କରି ଭାଇରାଲ ଭିଡ଼ିଓର ମୂଳ ଉତ୍ସ ଓ ସତ୍ୟତା ସମ୍ପର୍କରେ ତଦନ୍ତ ଚଳାଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All

ଟ୍ରେନ୍ ଧକ୍କାରେ ଗଲା ୩ ହାତୀଙ୍କ ଜୀବନ
ଯୋଡ଼ା/କେନ୍ଦୁଝର,୧୯ା୫(ଡି.ଏନ.ଏ/ସ୍ବ.ପ୍ର.): ଟ୍ରେନ ଧକ୍କାରେ ୩ ହାତୀଙ୍କ ଜୀବନ ଯାଇଛି। ଗୁରୁବାର ସନ୍ଧ୍ୟାରେ କେନ୍ଦୁଝର ଜିଲା ଯୋଡ଼ା ନିକଟବର୍ତ୍ତୀ ବେହେରା ହଟିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।...

ଯାଜପୁରରେ ନବଦମ୍ପତିଙ୍କ ଆତ୍ମହତ୍ୟା
ଯାଜପୁର ଅଫିସ,୧୫।୭: ବେକରେ ଦଉଡ଼ି ଦେଇ ନବଦମ୍ପତିଙ୍କ ଆତ୍ମହତ୍ୟା। ପାରିବାରିକ କଳହ ଓ ଆର୍ଥିକ ଅଭାବରୁ ଏଭଳି ଘଟିଥିବା ପୋଲିିସ ଅନୁମାନ କରୁଥିବା ବେଳେ ତଦନ୍ତ...

ପାରାଦୀପ ବନ୍ଦର: ୧୧୬.୧୩ ମିଲିଅନ ଟନ୍ ପଣ୍ୟ କାରବାର
ପାରାଦୀପ,୨ା୪(ସ୍ବ.ପ୍ର.): ବିଶ୍ୱ ବଜାରରେ ଲୁହାପଥର କାରବାର କ୍ଷେତ୍ରରେ ମାନ୍ଦାବସ୍ଥା, କରୋନା ମହାମାରୀ ଭଳି ନକାରାତ୍ମକ କାରବାର ସତ୍ତ୍ୱେ ୨୦୨୧-୨୨ ଆର୍ଥିକ ବର୍ଷରେ ପାରାଦୀପ ବନ୍ଦର ରେକର୍ଡ...

କାଠଚୋରଙ୍କ ଆଡ୍ଡାସ୍ଥଳୀ ବରବରା ଜଙ୍ଗଲ: ନୀରବଦ୍ରଷ୍ଟା ସାଜିଛି ବନ ବିଭାଗ
ବାଲୁଗାଁ,୨୭ା୧୨ (ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବାଲୁଗାଁ ବନବିଭାଗ ଅନ୍ତର୍ଗତ ବରବରା ଜଙ୍ଗଲ ଏବେ କାଠଚୋରଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ବନ ବିଭାଗ କର୍ମଚାରୀଙ୍କ ଅବହେଳା ଯୋଗୁ କାଠ...
ତାତିକୁ ନେଇ ସରକାରଙ୍କ ଅଜବ ନୀତି: ବିଦ୍ୟାଳୟ ଛୁଟି, ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲା
ଚନ୍ଦାହାଣ୍ଡି,୩୦।୪(ଡି.ଏନ.ଏ): ବର୍ଦ୍ଧିତ ତାପମାତ୍ରା ଯୋଗୁ ରାଜ୍ୟରେ ଏପ୍ରିଲ ୧୮ରୁ ସମସ୍ତ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି। ତେବେ ରାଜ୍ୟରେ ଅଙ୍ଗନଓ୍ବାଡି କେନ୍ଦ୍ରରେ...

ହିନ୍ଦୋଳରେ ଭାଜପା ପ୍ରାର୍ଥୀ ଅଶୋକ ନାଏକ ଆଗୁଆ
ହିନ୍ଦୋଳ, ୧୩।୫(ଡି.ଏନ୍.ଏ.)-ହିନ୍ଦୋଳ ବିଧାନସଭା ଆସନରେ ୫ ରାଉଣ୍ଡ ସୁଦ୍ଧା ଭାଜପା ପ୍ରାର୍ଥୀ ଅଶୋକ ନାଏକ ଆଗୁଆ ହୋଇଛନ୍ତି। ତାଙ୍କୁ ୧୦୮୯୧ ଖଣ୍ଡ ଭୋଟ ମିଳିଛି। ତାଙ୍କ...

ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ
ବଲାଙ୍ଗୀର ଅଫିସ, ୨୦।୮: ବଲାଙ୍ଗୀର ନବଜୀବନ ବିଦ୍ୟାପୀଠ ପରିସରରେ ବଲାଙ୍ଗୀର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ନବଜୀବନ ବିଦ୍ୟାପୀଠ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ...

କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ
ସୁୁନ୍ଦରଗଡ, ୨୧।୪ (ଡି.ଏନ୍.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି...