ଅନୁସୂଚିତ ଜାତି ବିକାଶ ପରିଷଦ ତରଫରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

କଲମପୁର,୧୬।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କଲମପୁର ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ତରଫରୁ କଲମପୁର ମଣ୍ଡିଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ବିକାଶ ପରିଷଦ ସଭାପତି କୃଷ୍ଣଚନ୍ଦ୍ର ନିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଦେପୁର ସରପଞ୍ଚ ଭୁକୁଲୁ ବାଗ, ମୁଖ୍ୟବକ୍ତା ଭାବେ ପ୍ରଧାନଶିକ୍ଷକ ଶତ୍ରୁଘନ ବାଗ, ସମ୍ମାନିତ ଅତିଥି ଧର୍ମଗଡ ଉପକଣ୍ଡ ଡମ୍ବ ସମାଜ ସଭାପତି ତଥା ଅଧ୍ୟକ୍ଷ ଗୋବର୍ଦ୍ଧନ ବାଗ, ଦେପୁର ସମିତି ସଭ୍ୟ ଗଜିନ୍ଦ୍ର ବିହାର, କୋଷାଧ୍ୟକ୍ଷ ଟଙ୍କଧର ନାଏକ, ରାଏଦାସ ଧଙ୍ଗଡା ମାଝି, ଡମ୍ବରୁଧର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ ଆମ ସମାଜ ହିଁ ଆମର ମୁକ୍ତିଦାତା, ତ୍ରାଣ କର୍ତ୍ତା ଓ ସୁଖ ଦୁଃଖର ସାଥି ଏବଂ ନୂଆଁଖାଇ ଗୋଟାଏ ଭାଇ ଚାରାର ପର୍ବ । ସମସ୍ତ ବାଦ ବିବାଦକୁ ଭୁଲି ଏକତ୍ରିତ ହେବାର ମହାନ ଗଣପର୍ବ ହେଉଛି ନୂଆଁଖାଇ ବୋଲି କହିଥିଲେ। ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଲୋକ ଉପସ୍ଥିତ ହୋଇ ପ୍ରଥମେ ନଗର ପରିକ୍ରମା ଏବଂ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଜୟ ସୁନାନୀ, ଲୋକନାଥ ନାଗ, ଗଣେଷ ବାଗ, ଚକ୍ରଧର ନାଏକ, ବସନ୍ତ ନିଆଁଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେନାପତି ନାଏବ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁସୂଚିତ ଜାତି ବିକାଶ ପରିଷଦ ସମ୍ପାଦକ ବଳରାମ ଛତ୍ରିଆ ଧନ୍ୟବାଦ ଅର୍ପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ମିନି ଷ୍ଟାଡିୟମ୍‌ରେ ମାଛ, ମାଂସ ଦୋକାନ: ଚଢ଼ା ଦରରେ ବିକ୍ରି ଅଭିଯୋଗ

ଗଞ୍ଜାମ, ୧୯।୬(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ନିମନ୍ତେ ଜିଲା ପ୍ରଶାସନ ବିଭିନ୍ନ ଅଭିନବ ପ୍ରୟାସ ଜାରିରଖିଛି । ଗୋଷ୍ଠୀ ସଂକ୍ରମଣକୁ ରୋକିବା ଲାଗି ପରିବା ଓ...

ଭୋଗରାଇରେ ଭାରତ ବନ୍ଦର ମିଶ୍ରିତ ପ୍ରଭାବ

ଭୋଗରାଇ,୨୬ା୧୧(ଡି.ଏନ୍‌.ଏ.): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ ମିଶ୍ରିତ ପ୍ରଭାବ ପଡ଼ିଛି। ଥାନାଛକଠାରେ ଆନ୍ଦୋଳନକାରୀମାନେ ମୁଖ୍ୟ...

ପୁଣି ପାଚେରି ନିର୍ମାଣ କଲା ପଶ୍ଚିମବଙ୍ଗ

ଭୋଗରାଇ, ୨୨।୯(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ଉଦୟପୁର ବେଳାଭୂମିକୁ ନେଇ ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ବିବାଦ ଘନୀଭୂତ ହେବାରେ ଲାଗିଛି।...

ପଣ୍ଡରାପଥର ଗାଁରେ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ: ଗାଁ ସଫେଇ ପାଇଁ ମହିଳା ପାଦ କାଢିଲେ

ନୂଆପଡା ଅଫିସ,୩୧|୭-ବର୍ତ୍ତମାନ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସଫା ସୁତୁରା କରିବାକୁ ନେଇ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲିଛି । ଏଥିରେ ଗାଁର ମହିଳାମାନେ...

ଉତ୍କଟ ହେଉଛି ଖାଦ୍ୟ, ପାନୀୟଜଳ ସଙ୍କଟ

କୋଣାର୍କ,୧୬।୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଚନ୍ଦ୍ରଭାଗା ବାଲୁଖଣ୍ଡ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଖାଦ୍ୟ ଓ ପାନୀୟଜଳର ଘୋର ଅଭାବ ରହୁଥିବାରୁ ଧୀରେ ଧୀରେ ଉତ୍କଟ ରୂପ ନେବାରେ ଲାଗିଛି। ବନ...

ଥାନାରେ ପଶି ପୋଲିସକୁ ନିର୍ଧୁମ ଛେଚିଲେ ଲୋକେ

ପାରଳାଖେମୁଣ୍ଡି,୧୩।୯(ଡି.ଏନ୍‌.ଏ.): ଗଞ୍ଜେଇ ଜବତ ଓ ଗିରଫଦାରିକୁ ନେଇ ଲୋକେ ପୋଲିସକୁ ନିର୍ଧୁମ ପିଟିବା ସହ ଥାନା ଭଙ୍ଗାରୁଜା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି...

ଛତ୍ରଭଙ୍ଗ ଦେଲେ ମାଓବାଦୀ, ବିଭିନ୍ନ ସାମଗ୍ରୀ ଜବତ

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କଳାହାଣ୍ଡି ଓ କନ୍ଧମାଳ ଜିଲା ସୀମାନ୍ତ ମଦନପୁର ରାମପୁର ଥାନା ଅନ୍ତର୍ଗତ ପାଙ୍ଗାବାଜୁ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ୍‌ ଓ ଏସ୍‌ଓଜି ପକ୍ଷରୁ ମିଳିତ କୋମ୍ବିଂ...

ଜମୁଛି ପ୍ରଚାର,ଚାଲିଛି ଅଙ୍କକଷା

ବାରିପଦା ଅଫିସ,୨୨ ।୩ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ନିର୍ବାଚନ ଲାଗି ସହର ଦୁଲୁକୁଛି। ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ଜମୁଥିବା ବେଳେ ହାରଜିତ୍‌କୁ ନେଇ...

Advertisement
Archives

Model This Week