ଅନୁପ, ବର୍ଦ୍ଧନଙ୍କୁ କୋର୍ଟରେ ହାଜର କଲା ପୋଲିସ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ, ବ୍ରଜରାଜନଗର(ଡି.ଏନ.ଏ.), ୧୯ା୨:ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବା ପାଇଁ ପୋଲିସ ମଙ୍ଗଳବାର ରାୟଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆବେଦନ କରିଛି। ସେଥିପାଇଁ ଉଭୟଙ୍କୁ ରାୟଗଡ଼ ଜେଲରୁ ଦିନ ପ୍ରାୟ ୧୧ଟା ୩୦ରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟକୁ ଅଣାଯାଇଥିଲା। ସେମାନଙ୍କୁ ଅପରାହ୍ନ ୪ଟା ୩୦ରେ କୋର୍ଟରେ ହାଜର କରାଯାଇଥିଲା। ହେଲେ ପୋଲିସ ଆବେଦନ କରିବା ବେଳେ କୋର୍ଟରେ ଉପଯୁକ୍ତ କାଗଜପତ୍ର ଦେଇ ପାରି ନ ଥିବାରୁ କୋର୍ଟ ଦିନକ ପାଇଁ ରାୟ ସ୍ଥଗିତ ରଖିଛନ୍ତି। ସରକାରୀ ଓକିଲ ବେଦପ୍ରକାଶ ପଟେଲ କହିଛନ୍ତି, ପୋଲିସ ପକ୍ଷରୁ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା, ନାର୍କୋ ଓ ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ କରାଯାଇଛି। କୋର୍ଟ ମଙ୍ଗଳବାର ଆବେଦନ ଗ୍ରହଣ କରିଥିଲେ ମଧ୍ୟ ରାୟ ସ୍ଥଗିତ ରଖିଛନ୍ତି। ବୁଧବାର ରାୟ ପ୍ରକାଶ ପାଇବ।

ରାଜଧାନୀରେ ଅନୁପଙ୍କ ୩ ସାଙ୍ଗଙ୍କୁ ନୋଟିସ
କଳ୍ପନା ଏବଂ ଝିଅ ବବ୍‌ଲି ହତ୍ୟା ଘଟଣାରେ ପୋଲିସ ଏକାଧିକ ଲୋକଙ୍କୁ ପଚରାଉଚରା କରୁଛି। ଅନୁପଙ୍କ କକା ପୁଅ ଭାଇ ନୃପଲାଲ ସାଏ, ପୁତୁରା ସଂଗ୍ରାମ ସାଏ ଓ କଳ୍ପନାଙ୍କ ଭାଉଜ ରୀନା ଦାଶଙ୍କୁ ମଙ୍ଗଳବାର ଥାନାରେ ହାଜର ହେବାକୁ ଛତିଶଗଡ଼ ପୋଲିସ ନୋଟିସ କରିଥିଲା। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂ କହିଛନ୍ତି, ଏହି ମାମଲାରେ ଅନୁପଙ୍କ କେତେକ ଅତି ଘନିଷ୍ଠ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରାଯିବା ପାଇଁ ନୋଟିସ କରାଯାଇଛି। କେଉଁମାନଙ୍କୁ ନୋଟିସ ଜାରି କରାଯାଇଛି ସେନେଇ ତଦନ୍ତ ଚାଲିଥିବାରୁ କହିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି।
ନାର୍କୋ, ଡିଏନ୍‌ଏ ଟେଷ୍ଟ ପାଇଁ ଆବେଦନ
ଅନୁପ ସାଏ, ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଜେରା ବେଳେ କଥା ବଦଳାଉଛନ୍ତି। ଉଭୟ ପୋଲିସକୁ ଭିନ୍ନ କାହାଣୀ କହୁଛନ୍ତି। ତେଣୁ ଉଭୟଙ୍କ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟରେ ମଙ୍ଗଳବାର ଆବେଦନ କରାଯାଇଛି। ଏପରିକି ଅନୁପଙ୍କ ଡିଏନ୍‌ଏ ପରୀକ୍ଷା ପାଇଁ ମଧ୍ୟ ଆବେଦନ କରାଯାଇଛି। ଉଭୟ କଳ୍ପନା ଓ ବବ୍‌ଲିଙ୍କୁ ଲୁହାରଡ଼ରେ ପିଟି ହତ୍ୟା କରିବା ପରେ ମୃତଦେହକୁ ଗାଡ଼ି ଚଢ଼ାଇ ପ୍ରମାଣ ନଷ୍ଟ ଲାଗି ଉଦ୍ୟମ କରାଯାଇଥିଲା। କିନ୍ତୁ ଏହି ହତ୍ୟାକାଣ୍ଡ ସମୟରେ ଅନ୍ୟ ଏକ ଗାଡ଼ି ସେଠାରେ ଉପସ୍ଥିତ ଥିଲା ବୋଲି ବର୍ଦ୍ଧନ ପୋଲିସକୁ କହିଛନ୍ତି। ତେଣୁ ତାଙ୍କୁ ଅଧିକ ପଚରାଉଚରା କରିବା ସହ ମୁହଁାମୁହିଁ ଜେରା କରାଯିବ। ଏହାପରେ କୋର୍ଟଙ୍କ ଅନୁମତି ପରେ ନାର୍କୋ ଟେଷ୍ଟ କରାଯିବ। ଏହା ହେଲେ ଅଭିଯୁକ୍ତ ମିଛ ଲୁଚାଇ ପାରିବେ ନାହିଁ।
କଳ୍ପନାଙ୍କ ସାମଗ୍ରୀ ପୋଡ଼ି ଦିଆଯାଇଥିଲା
କଳ୍ପନା ଓ ବବ୍‌ଲିଙ୍କୁ ହତ୍ୟା ପରେ ଅନୁପ ସାଧାରଣ ମଣିଷ ଭଳି ଭୁବନେଶ୍ୱରସ୍ଥିତ ସୁନ୍ଦରପଦା ଫ୍ଲାଟକୁ ଯିବା ଆସିବା କରୁଥିଲେ। କିଛିଦିନ ପରେ ଉକ୍ତ ଫ୍ଲାଟକୁ ଅନ୍ୟ ଜଣଙ୍କୁ ବିକ୍ରି କରି ଦେଇଥିଲେ। ବିକ୍ରି କରିବା ପୂର୍ବରୁ କଳ୍ପନାଙ୍କ ବିଭିନ୍ନ ସାମଗ୍ରୀକୁ ଘର ପଛ ପଟେ ପୋଡ଼ି ଦେଇଥିବା ସୁନ୍ଦରପଦାରେ ରହୁଥିବା ଜଣେ ପଡ଼ୋଶୀ କହିଛନ୍ତି। ଏପରିକି ବର୍ତ୍ତମାନ ରହୁଥିବା ଘର ମାଲିକ କହିଛନ୍ତି ସେମାନେ ରହିବା ପୂର୍ବରୁ ଘର ପୂରା ଖାଲି ଥିଲା। କିଛି ବି ସାମଗ୍ରୀ ନ ଥିଲା। ଘର ରଙ୍ଗ ଦିଆଯିବା ପରେ ସେମାନେ ରହିଥିଲେ ବୋଲି ଘର ମାଲିକ ସୁରେଶ ଚନ୍ଦ୍ର ଦାଶ କହିଛନ୍ତି।
କେହି ହାଜର ହେଲେନି
ଛତିଶଗଡ଼ ପୋଲିସ ତରଫରୁ ମୃତକଙ୍କ ଭାଉଜ ରୀନା ଦାଶ, ଅନୁପଙ୍କ ବଡ଼ଭାଇ ପ୍ରମୋଦ ସାଏ ଓ ଅଭିଯୁକ୍ତଙ୍କ କାକା ପୁଅ ଭାଇ ନୃପଲାଲ ସାଏଙ୍କୁ ସୋମବାର ନୋଟିସ ଦିଆଯାଇଥିଲା। ପ୍ରମୋଦ ସାଏ ଘରେ ନ ଥିବାରୁ ତାଙ୍କ ପୁଅ ସଂଗ୍ରାମ ସାଏ ପୋଲିସଠାରୁ ନୋଟିସ ଗ୍ରହଣ କରିବା ସହିତ ତଦନ୍ତରେ ସହାୟତା କରିବା ପାଇଁ ଛତିଶଗଡ଼ ପୋଲିସକୁ କହିଥିଲେ। ସେହିପରି ରୀନା ଦାଶ ଏକୁଟିଆ ମହିଳା ହୋଇଥିବାରୁ କାହା ସହ ଯିବେ ବୋଲି ପୋଲିସକୁ କହିଥିଲେ। ସେହିପରି ନୃପଲାଲ ସାଏ ଘରେ ନ ଥିବାରୁ ତାଙ୍କ ବାପାଙ୍କୁ ପୋଲିସ ନୋଟିସ ଦେଇଥିଲା। ମଙ୍ଗଳବାର କେହି ହେଲେ ପୋଲିସକୁ ଦେଖା କରିବାକୁ ନ ଯାଇ ଫୋନ୍‌ରେ କଥା ହୋଇଛନ୍ତି। ନିଜ ସୁବିଧାରେ ଆସି ଦେଖା କରିବାକୁ ପୋଲିସ କହିଛି।
ବୋଲେରୋ ମାଲିକ ଥାନାରେ ହାଜର
ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋ (ନଂ. ଓଆର୍‌ ୦୨ ଏୱାଇ- ୮୫୯୬) ର ମାଲିକ ଲୋଇସିଂ ପଞ୍ଚାୟତର ବାରଖଣ୍ଡିଆ ଗ୍ରାମର ସୁନୀଲ ସାଏ ଚକ୍ରଧରନଗର ଥାନାରେ ହାଜର ହୋଇଛନ୍ତି। ହତ୍ୟାକାଣ୍ଡରେ ଉକ୍ତ ବୋଲେରୋର ସଂପୃକ୍ତି ରହିଥିବା ଛତିଶଗଡ଼ ପୋଲିସ କହୁଛି। ୨୦୧୪ ନିର୍ବାଚନରେ ସତ୍ୟପାଠରେ ଦାଖଲ କରାଯାଇଥିବା ଉକ୍ତ ବୋଲେରୋ ୨୦୧୫ ମସିହାରେ ଅନୁପଙ୍କଠାରୁ ସୁନୀଲ କିଣିଥିଲେ। ପରେ ଭୁବନେଶ୍ୱର ଆର୍‌ଟିଓ କ୍ଲିୟରାନ୍ସ ଦେଇଛି। ବର୍ତ୍ତମାନ ଉକ୍ତ ବୋଲେରୋ ଗୁଜରାଟର ଆଲମପୁର ଅଞ୍ଚଳରେ ଚାଲୁଛି। ବୋଲେରୋ ଠାବ କରିବା ପରେ ଛତିଶଗଡ଼ ପୋଲିସ ଆଣିବାକୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ପ୍ରବେଶ ପୂର୍ବରୁ ହାତରେ ବାଜିବ ଷ୍ଟାମ୍ପ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧।୫(ବ୍ୟୁରୋ): ଯେଉଁମାନେ ବାହାର ରାଜ୍ୟ ତଥା ଦେଶରୁ ଫେରିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ। ଓ୍ବେବସାଇଟ ଜରିଆରେ ଲୋକେ ରେଜିଷ୍ଟ୍ରେଶନ କରୁଛନ୍ତି। ଆସୁଥିବା ଲୋକେ...

ଆଜିଠୁ ‘କୃଷି ଓଡ଼ିଶା-୨୦୨୦’

ଭୁବନେଶ୍ୱର,୨୦।୧(ବ୍ୟୁରୋ): କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଆଜିଠାରୁ ଜନତା ମଇଦାନରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’। ଦେଶ, ବିଦେଶରେ...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ଭୁବନେଶ୍ୱର,୧୧।୧୨(ବ୍ୟୁରୋ): ଛତିଶଗଡ଼ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଛତିଶଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଜନଜାତି ନୃତ୍ୟ ଉତ୍ସବରେ ଯୋଗଦେବାକୁ...

ଯୁକ୍ତ ୨ ପରୀକ୍ଷା କେନ୍ଦ୍ର ଚୟନରେ ଅନିୟମିତତା ପ୍ରସଙ୍ଗ: ୨୦ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ନେଇ ଗତ ୭ତାରିଖରେ ଅନୁଷ୍ଠିତ ପରୀକ୍ଷା ପରିଚାଳନା କମିଟି ବୈଠକରେ...

ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ : ପ୍ରଶାସନ ପକ୍ଷରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ବନ୍ଦ

ଦାରିଙ୍ଗବାଡ଼ି,୨୮।୭(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ମାଓବାଦୀଙ୍କ ଶହୀଦ ସପ୍ତାହ ରବିବାରଠାରୁ ଆରମ୍ଭ ହୋଇଛି। ଏଥିପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ସରକାରୀ...

ଉଦ୍‌ଘାଟନ ପରଠାରୁ ପ୍ରକଳ୍ପ ଅଚଳ: ଗଣା ଚାଲିଛି ବିଦ୍ୟୁତ୍‌ ବିଲ୍‌

ଭଦ୍ରକ ଅଫିସ, ୨୦।୮- ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଓଲଙ୍ଗ ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପାର୍ଶ୍ୱରେ ଥିବା ଏକ ପାନୀୟଜଳ ପ୍ରକଳ୍ପ ଉଦ୍‌ଘାଟନ...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଷଷ୍ଠ ଦିନରେ ବି ଚାଲି ପାରିଲାନି ବିଧାନସଭା। ମଙ୍ଗଳବାର ଅଧିବେଶନ ଆରମ୍ଭରୁ ଗୃହ ମଧ୍ୟ ଭାଗରେ ପ୍ଲାକାର୍ଡ ଧରି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି।...

ଆଣ୍ଡାମାନ ନିକଟରେ ଦାନା ବାନ୍ଧୁଛି ବାତ୍ୟା

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-କରୋନା ସଂକ୍ରମଣ ଆଶଙ୍କାରେ ସମଗ୍ର ଦେଶ ସଙ୍କଟ ଦେଇ ଗତି କରୁଛି। ଏଭଳି ଘଡିସନ୍ଧି ସମୟରେ ସମ୍ଭାବ୍ୟ ବାତ୍ୟା ଡରାଇବା ଆରମ୍ଭ କଲାଣି। ମେ ୩...

Advertisement
Archives

Model This Week