Posted inଜାତୀୟ

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ…

ଶ୍ରୀନଗର, ୨୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜମ୍ମୁ-କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଧାରା ୩୭୦କ ହଟିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ଏଠାରେ ସାମ୍ବା ଜିଲାର ପଲ୍ଲୀ ଗ୍ରାମରେ ପଞ୍ଚାୟତିରାଜ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୋଦି ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦୁଇ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରର ଚାଥା କ୍ୟାମ୍ପ ନିକଟରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସଏଫ)ର ଏକ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଘଟଣା ସମୟରେ ସିଆଇଏସଏଫ ବସ ଡୂ୍ୟଟିରେ ଥିବା ୧୫ ଜଣ ଯବାନଙ୍କୁ ନେଇ ଯାଉଥିଲା।

ଏହି ଆକ୍ରମଣରେ ଜଣେ ସିଆଇଏସଏଫ ଯବାନ ଶହୀଦ୍‌ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଥିଲେ। ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଶୁକ୍ରବାର ଆତଙ୍କବାଦ ବିରୋଧୀ ଅପରେଶନରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ୫ ଅଗଷ୍ଟ ୨୦୧୯ ରେ ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ ପାଇଛି। ଅନୁଚ୍ଛେଦ ହଟିବା ପୂର୍ବରୁ ୮୪୧ ଦିନରେ ୮୪୩ ଟି ଆତଙ୍କବାଦୀ ଘଟଣା ଘଟିଥିଲା। ମାତ୍ର ଅ୍‌ନୁଚ୍ଛେଦ ହଟିବାର ୮୪୧ ଦିନ ପରେ, ଏଠାରେ ୪୯୬ ଆତଙ୍କବାଦୀ ଘଟଣା ଘଟିଥିଲା। ୨ ଫେବୃଆରୀ ୨୦୨୨ରେ ସରକାର ରାଜ୍ୟ ସଭାରେ କହିଥିଲେ ଯେ ୫ ଅଗଷ୍ଟ ୨୦୧୯ ରୁ ୨୬ ଜାନୁୟାରୀ ୨୦୨୨ ମଧ୍ୟରେ ସମୁଦାୟ ୫୪୧ ଆତଙ୍କବାଦୀ ଘଟଣା ଘଟିଛି।

ଏହି ଘଟଣାରେ ୪୩୯ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ଆତଙ୍କବାଦୀଙ୍କ ଆକ୍ରମଣରେ ଆମର ୯୮ ଜଣ ଯବାନ ଶହୀଦ୍‌ ହୋଇଥିଲେ। ଏଥିସହ ୧୦୯ ଜଣ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଏହା ଯୋଗୁ ପ୍ରାୟ ୫.୩ କୋଟି ଟଙ୍କା ମୂଲ୍ୟର ବ୍ୟକ୍ତିଗତ ସମ୍ପତ୍ତି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଡିସେମ୍ବର ୨୦୨୦ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରରୁ ୧୨ ଜଣ ଆତଙ୍କବାଦୀଙ୍କୁ ଗିରଫ ଥିବାବେଳେ ୧୬୫ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ଭାଗଓ୍ବତ-ଇଲିଆସି ସାକ୍ଷାତ: ଆରଏସଏସ ମୁସଲମାନଙ୍କ ନିକଟତର ହେଉଥିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୨୨।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ଗୁରୁବାର ଦିଲ୍ଲୀରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ...

ଗୋଟିଏ ଜୁଇରେ ଜଳିଲେ ୮ ଲୋକ

ପୁଣେ,୭।୪: ମହାରାଷ୍ଟ୍ରର ବିଡ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ କରୋନାରେ ମୃତ୍ୟୁ ଘଟିଥିବା ୮ ଜଣ ଲୋକଙ୍କୁ ଗୋଟିଏ ସମାଧିସ୍ଥଳରେ ପୋଡି ଦିଆଯାଇଥିଲା।...

ଦିଲ୍ଲୀ ଏମସିଡି ନିର୍ବାଚନ: ୧୩୪୯ ପ୍ରାର୍ଥିଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଏକ କୋଟି ୪୭ ମତଦାତା

ନୂଆଦିଲ୍ଲୀ,୪ ।୧୨: ଏମସିଡିର ସମସ୍ତ ୨୫୦ ୱାର୍ଡରେ ରବିବାର ଅର୍ଥାତ୍ ୪ ଡିସେମ୍ବରରେ ଭୋଟିଂ ହେବାକୁ ଯାଉଛି । ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ...

କେଜ୍ରିୱାଲଙ୍କ ଘର ସମ୍ମୁଖରେ ଧାରଣାରେ ବସିଲେ ସିଦ୍ଧୁ

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ସମ୍ମୁଖରେ ରବିବାର ଧାରଣାରେ ବସିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ସ୍ଥାୟୀ ଚାକିରି ଦାବି...

ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦ୍‌ଘାଟନ କଲେ ମୋଦି

ଅହମଦାବାଦ,୩୦ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଶୁକ୍ରବାର ସେଠାରେ ପହଞ୍ଚିଛନ୍ତି । ପ୍ରଥମେ ମୋଦି ନର୍ମଦା ଜିଲାର କେବଡିୟା ପହଞ୍ଚି...

ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ: ୨୦୦ ପ୍ରଦର୍ଶନକାରୀ ଅଟକ

ନୂଆଦିଲ୍ଲୀ, ୨୭।୧: ଜାନୁୟାରୀ ୨୬ରେ ଦିଲ୍ଲୀରେ ଅନ୍ନଦାତାଙ୍କ ପକ୍ଷରୁ ହୋଇଥିବା ହିଂସକ ପ୍ରଦର୍ଶନ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସିସିଟିଭି ରେକର୍ଡିଂ...

କଶ୍ମୀରୀ ପଣ୍ଡିତଙ୍କ ସାମୁହିକ ପଳାୟନ, ଏବେ ପର୍ଯ୍ୟନ୍ତ ଘାଟି ଛାଡିଲେଣି ୧୮୦୦ଜନତା ୩୦୦୦ କର୍ମଚାରୀ

ଶ୍ରୀନଗର,୩ ।୬: ଦକ୍ଷିଣ କଶ୍ମୀରର କୁଲଗାମ ଜିଲାରେ ୪୮ ଘଣ୍ଟା ଭିତରେ ଦ୍ୱିତୀୟ ହିନ୍ଦୁ କର୍ମଚାରୀଙ୍କୁ ହତ୍ୟା କରାଯିବା ପରେ କଶ୍ମୀରୀ ପଣ୍ଡିତମାନେ ଘଟିରେ ସମସ୍ତ...

ମୋଦିଙ୍କୁ ଅପିଲ କଲେ ମମତା: ଗାଙ୍ଗୁଲିଙ୍କୁ ଆଇସିସି ନିର୍ବାଚନ ଲଢିବାକୁ ଦିଆଯାଉ ଅନୁମତି

କୋଲକତା,୧୭।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମ୍ପର୍କରେ ଏକ ବିଶେଷ ନିବେଦନ କରିଛନ୍ତି। ମମତା ବାନାର୍ଜୀ...

Advertisement
Archives

Model This Week