ଅନୁଗୋଳ ଷ୍ଟେଶନରେ ଗଡିଲା ଟ୍ରେନ୍‌  

ଅନୁଗୋଳ ଅଫିସ, ୮।୬- ଦୀର୍ଘ ଦୁଇ ମାସ ପରେ ସୋମବାରଠାରୁ ଚଳଚଞ୍ଚଳ ହୋଇଛି ଅନୁଗୋଳ ରେଳ ଷ୍ଟେଶନ। କେନ୍ଦ୍ର ସରକାର କେତେକ ଟ୍ରେନ୍‌ ଚଳାଚଳକୁ ଅନୁମତି ଦେବା ପରେ ଆଜି ଗୋଟିଏ ଦିନରେ ମୋଟ୍‌ ୧୩୬ ଯାତ୍ରୀ ଏହି ଷ୍ଟେଶନ ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରା କରିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ମାର୍ଚ୍ଚରୁ ଲାଗିଥିବା କଟକଣା କୋହଳ ହେବା ପରେ ଅନୁଗୋଳ ଷ୍ଟେଶନରେ ଗହଳି ଦେଖିବାକୁ ମିଳିଥିଲା। ଡାକବାଜି ଯନ୍ତ୍ରରେ ରେଳ ସମ୍ପର୍କିତ ବିବରଣୀ ପ୍ରଦାନ ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ରେଳ କର୍ମଚାରୀ, ଆରପିଏଫଙ୍କ ପକ୍ଷରୁ ସଚେତନ କରାଯାଇଥିଲା। ସେହିପରି ଯାତ୍ରୀଙ୍କ ଶରୀରର ତାପମାତ୍ରା ମପାଯିବା ପରେ ଷ୍ଟେଶନ ଭିତରକୁ ଛଡ଼ାଯାଇଥିଲା। ଏହି ଷ୍ଟେଶନ ଦେଇ ସକାଳେ ସମ୍ବଲପୁର-ଖୋର୍ଦ୍ଧା, ଭୁବନେଶ୍ୱର-ବଲାଙ୍ଗୀର, ରାଉରକେଲା-ଭୁବନେଶ୍ୱର ପାସେଞ୍ଜର ଏକ୍ସପ୍ରେସ୍‌ ଯାଇଥିଲା। ସନ୍ଧ୍ୟାରେ ଷ୍ଟେଶନ ଦେଇ ଭୁବନେଶ୍ୱର-ରାଉରକେଲା, ବଲାଙ୍ଗୀର-ଭୁବନେଶ୍ୱର, ଖୋର୍ଦ୍ଧା-ସମ୍ବଲପୁର ଟ୍ରେନ୍‌ ଦେଇ ଫେରିଥିଲା। ଅନୁଗୋଳ ଷ୍ଟେଶନରୁ ମୋଟ୍‌ ୭୩ ଜଣ ଟ୍ରେନ୍‌ରେ ଚଢିଥିବା ବେଳେ ୬୩ ଜଣ ଓହ୍ଲାଇଥିଲେ। ପୂର୍ବରୁ ଟିକେଟ ଅନ୍‌ଲାଇନରେ କଟାଯାଇଥିବାବେଳେ କାଉଣ୍ଟରରୁ ୨୫ଟି ଟିକେଟ୍‌ ସୋମବାର ବିକ୍ରି ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ରାତିରେ ହୀରାଖଣ୍ଡ ଏକ୍ସପ୍ରେସ୍‌ ଅନୁଗୋଳ ଷ୍ଟେଶନ ଦେଇ ଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାକାର ହେଉନି ସେତୁ ସ୍ବପ୍ନ

(ସଚ୍ଚିଦାନନ୍ଦ ପ୍ରଧାନ) କଣିହାଁ ,୨୩।୧୨ – ଟିକିରା ନଦୀରେ ସେତୁଟିଏ ପାଇଁ ବର୍ଷ ବର୍ଷ ଧରି ଲୋକେ ଦାବି କରିଆସୁଥିଲେ। ଜିଲା ଖଣିଜ ପାଣ୍ଠିରୁ ୧୪...

ଅବହେଳା ନ କରିବାକୁ ତାଗିଦ

ଅନୁଗୋଳ ଅଫିସ,୨୩ା୮: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ଅନୁଯାୟୀ ସ୍ବଚ୍ଛ ଓ ନିର୍ଭୁଲ ଭୋଟର ତାଲିକା ପ୍ରକାଶନ ନିମନ୍ତେ ଗତ ୧ ତାରିଖଠାରୁ ଆଧାର...

ସ୍ବଚ୍ଛତାର ସହ ନିର୍ବାଚନ ପରିଚାଳନା କର

ବଇଣ୍ଡା,୧୧।୨(ଡି.ଏନ.ଏ.) ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଆଠମଲ୍ଲିକ ଓ କିଶୋରନଗର ବ୍ଲକର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିବା ସହ ପଞ୍ଚାୟତ ନିର୍ବାଚନ...

ଉନ୍ନତୀକରଣ ପାଇଁ ଉଚ୍ଛେଦ

ଅନୁଗୋଳ ଅଫିସ, ୪।୧୧ – ଅନୁଗୋଳ ସହରର ହେବ ଉନ୍ନତୀକରଣ। ଏଥିପାଇଁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିବା ବେଳେ ମଙ୍ଗଳବାରଠାରୁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ...

କଣିହାଁ କୋଇଲା ଖଣିରେ ଫାଟ

କଣିହାଁ, ୧୮ା୮(ଡି.ଏନ.ଏ.)  ଅନୁଗୋଳ ଜିଲା ସ୍ଥିତ ଏମସିଏଲର କଣିହାଁ କୋଇଲା ଖଣିର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ଫଳରେ ଯେ କୌଣସି ସମୟରେ ଦୁର୍ଘଟଣା...

ପାର୍ବଣ ପରଠୁ ଶିଥିଳ ପୋଲିସ

ଅନୁଗୋଳ ଅଫିସ, ୧୩।୧୧: ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ୱ ଦେଇ ଅନୁଗୋଳ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ନୂଆ ବ୍ୟବସ୍ଥା। ୨୦୨୧ ଏପ୍ରିଲ ୧ରୁ...

ସଫେଇ ଟିକସ ଦେବେ ସହରବାସୀ

ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା...

ସ୍କୁଲରୁ ଫେରିବା ବେଳେ ଦୁର୍ଘଟଣା: ଛାତ୍ରୀ ମୃତ, ୨ ଗୁରୁତର

ଅନୁଗୋଳ ଅଫିସ, ୧୦।୯- ଅନୁଗୋଳ ସହର ପଞ୍ଚମହଲାଠାରେ ଏକ ଘରୋଇ ବିଦ୍ୟାଳୟରୁ ଫେରୁଥିବାବେଳେ ଦୁର୍ଘଟଣାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week