ଅନୁଗୋଳ ପୋଲିସ କବ୍‌ଜାରେ ଅଭିଯୁକ୍ତ ବାପି

ଅନୁଗୋଳ ଅଫିସ, ୨୪।୫- ଅନୁଗୋଳ ପୋଲିସ ହାତରେ ଧରାପଡ଼ିଛନ୍ତି ଅଭିଯୁକ୍ତ ବାପି ଓରଫ ସତ୍ୟଜିତ୍‌ ପ୍ରଧାନ(୩୩)। ତେବେ ବାପିଙ୍କୁ କେଉଁଠାରୁ ଗିରଫ କରାଯାଇଛି ସେ ସମ୍ପର୍କରେ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ। ଏ ନେଇ ଅଧିକ ଖୋଳତାଡ଼ ଅନୁଗୋଳ ପୋଲିସ ପକ୍ଷରୁ କରାଯାଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ଗତ ଜାନୁୟାରୀ ୨୬ରେ ବାପିଙ୍କୁ ପୋଲିସ ଉଠାଇ ଆଣିବା ସହ ତାଙ୍କ ନିକଟରୁ ୩ଟି ବନ୍ଧୁକ ସହ ୯ଟି ଜୀବନ୍ତ ଗୁଳି ଓ ଏକ କଳା ରଙ୍ଗର ବୁଲେଟ୍‌ ଗାଡ଼ି ଜବତ କରିଥିଲା। ତେବେ କୋର୍ଟ ଚାଲାଣର ୩୦ ମିନିଟ୍‌ ମଧ୍ୟରେ ବାପିଙ୍କୁ ବେଲ୍‌ ମିଳିଯାଇଥିଲା। ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେବା ପରେ ଜିଲା ଓ ଦୌରା ଜଜ୍‌ଙ୍କ କୋର୍ଟରେ ବେଲ୍‌ ଖାରଜ ପାଇଁ ସରକାରୀ ପିପି ପ୍ରଦୀପ ଦାସ ଆବେଦନ କରିଥିଲେ। ବେଲ୍‌ ଖାରଜ ସହ ବାପିଙ୍କୁ ଆତ୍ମସମର୍ପଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେବେଠାରୁ ବାପିଙ୍କ ପତ୍ତା ପାଉ ନ ଥିଲା ପୋଲିସ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri