ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ଅଭିଯୋଗ

ଅନୁଗୋଳ ଅଫିସ, ୨୭।୯-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବଅଁରପାଳ ନୂଆହତା ଗ୍ରାମର ବିରଜା ମୋହନ ପଟ୍ଟନାୟକ(୫୧)। ମୃତକଙ୍କ ପୁଅ ପ୍ରତୀକ ପଟ୍ଟନାୟକଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟାରେ ବିରଜା ବିଷପାନ କରି ଦେବାରୁ ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଡାକ୍ତରମାନେ ଏହାକୁ କର୍ଣ୍ଣପାତ ନ କରିବାରୁ ଗିରିଜାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ତେବେ ବିଷ ପିଇଥିବା ଯୋଗୁ ଗିରିଜାଙ୍କ ମୃତ୍ୟୁ ଘଟିଥିବା ଏଡିଏମ୍‌ଓ ଲକ୍ଷ୍ମୀନାରାୟଣ ବିଶୋଇ କହିଛନ୍ତି। ଅଭିଯୋଗ ସଂକ୍ରାନ୍ତରେ ପଚାରିବାରେ ସେ କହିଛନ୍ତି, ଘଟଣା କ’ଣ ହୋଇଛି ଅନୁଧ୍ୟାନ କରାଯିବ। ତଦନ୍ତ ପରେ ରିପୋର୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ...

ବିବାହ, ବ୍ରତ, ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ଜଣ

ଭୁବନେଶ୍ୱର, ୫। ୧୦(ବ୍ୟୁରୋ):  କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣକୁ ତ୍ୱରାନ୍ବିତ କରାଯାଇଛି। ଦୈନିକ ସଂକ୍ରମଣ ମଧ୍ୟ ଏବେ ହ୍ରାସ ପାଇଛି। ତେବେ...

ଅପରାଧ ପାଇଁ ହ୍ବାଟ୍ସଆପ୍‌ ଗ୍ରୁପ୍‌ ‘ଟାଉନ୍‌ ଟାଇଗର’

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): କେବିଏନ୍‌ ଗ୍ୟାଙ୍ଗ୍‌ର ୫ ସଦସ୍ୟଙ୍କ ୨ ଦିନିଆ ରିମାଣ୍ଡ ଅବଧି ସରିବା ପରେ କମିଶନରେଟ ପୋଲିସ ସୋମବାର ସେମାନଙ୍କୁ ପୁଣି ଜେଲ୍‌ ହାଜତକୁ ପଠାଇ...

ଖୋର୍ଦ୍ଧା ଜିଲାରେ ୧୬୪ଜଣଙ୍କ ନମୁନା ନେଗେଟିଭ

ଖୋର୍ଦ୍ଧା ଅଫିସ,୬ା୪: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ କୋଭିଡ-୧୯ ଭୂତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ପ୍ରଚେଷ୍ଟା ଜାରି ରହିଛି। ଶନିବାର ସୁଦ୍ଧା ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼...

ସଡ଼କ ସୁରକ୍ଷା ମାସ ଆରମ୍ଭ

ବରଗଡ଼ ଅଫିସ,୧୮।୧: ରାଜ୍ୟରେ ସୋମବାରରୁ ସଡ଼କ ସୁରକ୍ଷା ମାସ ପାଳନ ଆରମ୍ଭ ହୋଇଛି। ଆସନ୍ତା ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଏହା ପାଳନ କରାଯିବ। ଏହି...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୯ ଜୀବନ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ବୁଧବାର ରାଜ୍ୟରେ କରୋନାଜନିତ ୬୯ଜଣଙ୍କର ମୃତ୍ୟୁ ଘଟିଛି।...

ଡରାଇଲାଣି ତୃତୀୟ ଲହର

ବାରିପଦା ଅଫିସ,୨୭।୮-କରୋନା ମହାମାରୀର ତୃତୀୟ ଲହର ଆଶଙ୍କାକୁ ନେଇ ସମସ୍ତେ ଭୀତସ୍ତତ। ସେପ୍ଟେମ୍ବର ଶେଷ ଓ ଅକ୍ଟୋବର ପ୍ରାରମ୍ଭରେ ସଂକ୍ରମଣ ବଢ଼ିବା ସମ୍ଭାବନା ଥିବା ନେଇ...

୧୨ ବର୍ଷ ପରେ ଗିରଫ ହେଲେ ଶେଷ ଅଭିଯୁକ୍ତ

ଭୁବନେଶ୍ୱର,୧୫।୩(ବ୍ୟୁରୋ):ବହୁଚର୍ଚ୍ଚିତ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତି ହତ୍ୟା ଘଟଣାର ୧୨ ବର୍ଷ ପରେ ଶେଷ ଅଭିଯୁକ୍ତ ଶେଷରେ ଧରାପଡ଼ିଛନ୍ତି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ବାଡ୍‌ ତାଙ୍କୁ...

Advertisement
Archives

Model This Week