ଅନୁଗୋଳ ଜିଲାରେ ଖୋଲିଲା ୩ ମଣ୍ଡି

ଅନୁଗୋଳ ଅଫିସ/ତାଳଚେର/ପାଲଲହଡ଼ା/ବଇଣ୍ଡା, ୧୭।୧୨

ଅନୁଗୋଳ ଜିଲାର ୩ଟି ବ୍ଲକ ଅଞ୍ଚଳରେ ସୋମବାର ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ପାଲଲହଡ଼ା ବ୍ଲକ ନିଜିଗଡ଼ରେ ଜିଲାପାଳ ମନୋଜ କୁମାର ମହାନ୍ତି ମଣ୍ଡି ଉଦ୍‌ଘାଟନ କରିଥିବାବେଳେ କଳମଛୁଇଁରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଆଠମଲ୍ଲିକ ପାଇକସାହିରେ ସ୍ଥାନୀୟ ବିଧାୟକ ରମେଶ ସାଏ ଧାନ ମଣ୍ଡି ଉଦ୍‌ଘାଟନ କରିଛନ୍ତି। ତେବେ ଚଳିତ ବର୍ଷ ଜିଲାରେ ମୋଟ ୯୪ଟି ମଣ୍ଡି ଖୋଲିବ ବୋଲି ଜିଲା ଯୋଗାଣ ବିଭାଗ ଅଧିକାରୀ ଉମାଶଙ୍କର ପତି ସୂଚନା ଦେଇଛନ୍ତି। ପ୍ରତି ମଣ୍ଡିରେ ଦୈନିକ ଏକ ହଜାର କୁଇଣ୍ଟାଲ ଧାନ କିଣାହେବାର ବ୍ୟବସ୍ଥା ରହିଥିବାବେଳେ ପ୍ରତି ଚାଷୀ ଦୈନିକ ୫୦ କୁଇଣ୍ଟାଲ ଧାନ ବିକିପାରିବେ ବୋଲି ସେ କହିଛନ୍ତି।
ଖୋଲିବାକୁ ଥିବା ୯୪ଟି ମଣ୍ଡି ମଧ୍ୟରୁ ଅନୁଗୋଳ ବ୍ଲକରେ ୧୪ଟି, ବଅଁରପାଳ ବ୍ଲକରେ ୧୩ଟି, ଛେଣ୍ଡିପଦା ବ୍ଲକରେ ୧୯ଟି, ଆଠମଲ୍ଲିକ ବ୍ଲକରେ ୧୫ଟି, ପାଲଲହଡ଼ା ବ୍ଲକରେ ୧୧ଟି, କଣିହଁା ବ୍ଲକରେ ୯, କିଶୋରନଗର ବ୍ଲକରେ ୮, ତାଳଚେର ବ୍ଲକରେ ୫ଟି ମଣ୍ଡି ଖୋଲାଯାଇଛି। ଏହି ମଣ୍ଡି ଗୁଡ଼ିକରେ ଚଳିତ ବର୍ଷ ଧାନ ବିକିବା ପାଇଁ ମୋଟ୍‌ ୨୭ ହଜାର ୫୨୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଧାନ କିଣାକୁ ସ୍ବଚ୍ଛ କରିବା ପାଇଁ ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଟୋକନ୍‌ ବ୍ୟବସ୍ଥା କରାଯାଇଛି। ଏଥିସହ ଧାନବିକ୍ରି ସମୟରେ ଚାଷୀଙ୍କ ଆଧାରକାର୍ଡ ବାଧ୍ୟତାମୂଳକ କରାଯାଇଛି। ଏଥିସହ ପ୍ରତି ପ୍ୟାକ୍ସରେ ପ୍ରଥମ ଥର ପାଇଁ ଆଇରିସ୍‌ ସ୍କାନର ବ୍ୟବହାର ମଧ୍ୟ କରାଯିବ। ଏହି ମେଶିନ ଧାନ ବିକୁଥିବା ବ୍ୟକ୍ତି ପ୍ରକୃତ ଚାଷୀ କି ନୁହେଁ ତାହା ଚିହ୍ନଟ କରିବ। ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଚଳିତବର୍ଷ ଅନ୍‌ଲାଇନରେ ଧାନକିଣା ଆରମ୍ଭ ହୋଇଛି। ଏହି ଧାନବିକ୍ରିର ଟଙ୍କା ଚାଷୀମାନେ ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ବ୍ୟାଙ୍କ ଖାତା ଯୋଗେ ପାଇପାରିବେ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ମଣ୍ଡି ଗୁଡ଼ିକରେ ଅନିୟମିତତା ରୋକିବାକୁ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାର ୪ଟି ଉପଖଣ୍ଡରେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ମିଲରଙ୍କୁ ଧରିବାକୁ ସ୍କ୍ବାଡ୍‌ ଗଢ଼ାଯାଇଥିବାବେଳେ ଗୋଟିଏ ଜିଲା ସ୍ତରୀୟ ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଛି ବୋଲି ଯୋଗାଣ ଅଧିକାରୀ ପତି ସୂଚନା ଦେଇଛନ୍ତି।
ପାଇକସାହି ଧାନମଣ୍ଡି ଉଦ୍‌ଘାଟନ ବେଳେ ସମିତି ସଭାପତି ଅନୁରୁଦ୍ଧ ସାହୁ ମୁଖ୍ୟଅତିଥି, ଅନ୍ୟତମ ଅତିଥି ଭାବେ ସମ୍ପାଦକ ତ୍ରିଲୋଚନ ନାୟକ, ଅକ୍ଷୟ ନାୟକ, ଜନକ ସେନାପତି, ରବି ନାରାୟଣ ସାହୁ, ସଞ୍ଜୀବ କୁମାର ସାହୁ, ଚନ୍ଦ୍ରଶେଖର ସାହୁ, ପ୍ରଫୁଲ୍ଲ ସାହୁ, କୁନା ପ୍ରଧାନ, ଲକ୍ଷ୍ମୀଧର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ଅଞ୍ଚଳରୁ ଚାଷୀମାନେ ଯୋଗଦେଇ ଧାନ ବିକ୍ରି କରିଥିଲେ। ପ୍ରଥମ ଦିନରେ ୬୦ କୁଇଣ୍ଟାଲ ଧାନ କିଣାଯାଇଥିବା ଜଣାପଡିଛି। ସେହିପରି ପାଲଲହଡ଼ା ଉପଖଣ୍ଡ ନିଜିଗଡ ସମବାୟ ସମିତିରେ ପ୍ରଥମ ଦିନରେ ୨୦ ଜଣ ଚାଷୀଙ୍କଠାରୁ ୨ ହଜାର ବସ୍ତା ଧIନ ସଂଗ୍ରହ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଅଜିତ କୁମାର ପ୍ରଧାନ, ଜିଲା ଯୋଗାଣ ଅଧିକାରୀ ଉମାଶଙ୍କର ପତି, ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ପ୍ରଦୀପ କୁମାର ଦାସ, ସହକାରୀ ଯୋଗାଣ ଅଧିକାରୀ ବେଣୁଧର ପାଣିଗ୍ରାହୀ, ନିଜିଗଡ଼ ସମବାୟ ସମିତି ସମ୍ପାଦକ ଡିଲେଶ୍ୱର ପ୍ରଧାନଙ୍କ ସହ ଉପଖଣ୍ଡ ଲୋକସମ୍ପର୍କ ଅଧିକାରୀ ଦୁଃଖବନ୍ଧୁ ମIଝି ପ୍ରମୁଖ ଉପସ୍ଥିତ ଥିଲେ I ତାଳଚେର ବ୍ଲକ କଳମଛୁଇଁ ସେବା ସମବାୟ ଲିମିଟେଡ୍‌ ପକ୍ଷରୁ ଧାନ ମଣ୍ଡି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ, ରାଜ୍ୟ ସମବାୟ ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି, ସହଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ନିରୀକ୍ଷକ ସଞ୍ଜୟ ପ୍ରକାଶ ପ୍ରଧାନ, ସରପଞ୍ଚ ଖୁଲଣା ପରିଡା, ପୁଷ୍ପାଞ୍ଜଳି ଜ୍ୟୋତିଷ ପ୍ରମୁଖ ଉପସ୍ଥିତଥିଲେ। ସମବାୟ ସମିତି ସଭାପତି ସନ୍ତୋଷ ପ୍ରଧାନ, ସମ୍ପାଦକ ବୀରବର ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ୩୪୫ ଜଣ ଚାଷୀ ଧାନ ଦେବାକୁ ନାମ ପଞ୍ଜୀକରଣ କରିଥିବା ବେଳେ ୧୮ ହଜାର କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?