ଅନୁଗୋଳ ଛୁଇଁଲା କରୋନା, ୧୩ ଆକ୍ରାନ୍ତ ଚିହ୍ନଟ

ଅନୁଗୋଳ ଅଫିସ,୧୦।୫: ରାଜ୍ୟରେ ରବିବାର ସକାଳେ ୫୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ଅନୁଗୋଳର ୧୩ କରୋନା ଆକ୍ରାନ୍ତ ରହିଛନ୍ତି। ଏହାପରେ ୨୦ତମ ଜିଲାଭାବେ ଅନୁଗୋଳ ପ୍ରଥମ ଥର ପାଇଁ କରୋନାରେ ପାଦ ଥାପିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ ସୁରତ ଫେରନ୍ତା ଥିବାବେଳେ ଜଣେ ମହାରାଷ୍ଟ୍ର ଫେରନ୍ତା ଓ ଅନ୍ୟଜଣେ ସ୍ଥାନୀୟ ଅଞ୍ଚଳର ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରକାଶ ଯେ, ବର୍ତ୍ତମାନ ରାଜ୍ୟରେ ଚିହ୍ନଟ ୩୫୨ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୮୧ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିଭଳି ୩ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ରବିବାର ଚିହ୍ନଟ ୫୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୨୯ଜଣ, ମୟୂରଭଞ୍ଜର ଜଣେ, ବାଲେଶ୍ୱରର ୧୫ ଏବଂ ଅନୁଗୋଳର ୧୩ଜଣ ଅଛନ୍ତି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଗଞ୍ଜାମ ଜିଲାରେ ସର୍ବାଧିକ ୧୧୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ୪ ନଂ. ମାଛ ମାର୍କେଟ

ଭୁବନେଶ୍ୱର,୧୯।୮: ୧୦ ଦିନ ଧରି ସିଲ୍‌ ହୋଇ ରହିଥିବା ୟୁନିଟ୍‌-୪ ମାଛ ମାର୍କେଟ ବୁଧବାରଠାରୁ ଖୋଲିଛି। ବ୍ୟବସାୟୀ ସଂଘର ଅନୁରୋଧକୁ ବିଚାର କରି କୋଭିଡ୍‌ କଟକଣା...

ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ବିରୋଧୀ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ବୁଧବାର ବିଧାନସଭାରେ ସରଗରମ ଆଲୋଚନା ହୋଇଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ...

ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ

ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ...

୨୮ ପାନ ଦୋକାନରୁ ଜରିମାନା ଆଦାୟ

ଛତ୍ରପୁର,୨୩ା୬(ଡି.ଏନ.ଏ): ଛତ୍ରପୁର ସହର ଓ ବାଇପାସ୍‌ ଅଞ୍ଚଳରେ ଥିବା ସମସ୍ତ ପାନଦେକାନରେ ମଙ୍ଗଳବାର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ଯାଞ୍ଚ କରିଥିଲା। ସେଥିରୁ ୨୮ ପାନ...

ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବନ୍ଦ ହେଲେ ୧୨ବର୍ଷ ଅପେକ୍ଷା

ପୁରୁଣା ଭୁବନେଶ୍ୱର,୨୯ା୩(ଡି.ଏନ୍‌.ଏ.): ଆସନ୍ତା ୧ ତାରିଖରେ ହେବାକୁ ଥିବା ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। କରୋନା କଟକଣା ଓ ଲକ୍‌ଡାଉନ୍‌...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା

ବୁଗୁଡ଼ା, ୩୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବାଲିପିଣ୍ଡି ପୋଖରୀ ନିକଟସ୍ଥ ଦଳିତ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ମିଶି...

୧୫ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୮।୮: ପେଟ୍ରୋଲ ଦର ଲଗାତର ଭାବେ ଦ୍ୱିତୀୟ ଦିନ ଲାଗି ବୃଦ୍ଧି ଘଟିଛି। ରବିବାର ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା ବଢିଥିବା...

କଟକରୁ ଆଜି ଆଉ ୧୩୯ ପଜିଟିଭ ଚିହ୍ନଟ

କଟକ ଅଫିସ,୨୮।୯-କଟକ ସହରରୁ ଆଜି ଆଉ ୧୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୩୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ...

Advertisement
Archives

Model This Week